ମହାରାଷ୍ଟ୍ରରେ ବଢି ଚାଲିଛି କରୋନା ସଂକ୍ରମଣ: ବିଦର୍ଭରେ ଫେବୃୟାରୀରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାରରୁ ଅଧିକ

ମୁମ୍ବାଇ,୧ ।୩: ମହାରାଷ୍ଟ୍ରରେ ପୁଣିଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିଛିଦିନ ତଳେ ସାରା ଦେଶରେ ସଂକ୍ରମଣ ସଂଖ୍ୟା କମ୍ ହୋଇଥିବା ବେଳେ ହଠାତ୍ ଏହା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପୂର୍ବଭଳି ଏଥର ମଧ୍ୟ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ତେବେ ଗତ ୩ ମାସ ମଧ୍ୟରେ ଏହି ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ଏହାକୁ ଦେଖି ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷପ ବି ନିଆଗଲାଣି । କେଉଁଠି ଲକ୍‌ଡାଉନ ଘୋଷଣା କରାଗଲାଣି ତ ପୁଣି କେଉଁଠି ସ୍କୁଲ କଲେଜ ଆଦିକୁ ବନ୍ଦ କରି ଦିଆଯାଇଛି । ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି କି ମହାରାଷ୍ଟ୍ରର ବିଦର୍ଭରେ କେବଳ ଫେବୃୟାରୀରେ ୪୬ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ନଭେମ୍ବରରେ ଏଠାରେ ୨୮,୦୭୪ ଥିବା ବେଳେ ଡିସେମ୍ବରରେ ୨୫,୧୭୭ ଓ ଜାନୁୟାରୀରେ ୨୧,୦୬୫ ଥିଲା । କିନ୍ତୁ ଫେବୃୟାରୀରେ ଏହା ସବୁ ରେକର୍ଡ ଭାଙ୍ଗି ଦେଇଛି ବୋଲି କୁହାଯାଉଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତାରେ ଥିବା ବେଳେ କାଳେ ନୂଆ ଭାରିଏଣ୍ଟ ଯୋଗୁ ଏମିତି ବୃଦ୍ଧି ଘଟୁଛି ବୋଲି ଚିନ୍ତା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri