Posted inଜାତୀୟ

ଶୁକ୍ରର ଉପଗ୍ରହ ମାଡ଼ହୋଇ ଧ୍ୱଂସ ପାଇଯାଇଛି

ନୂଆଦିଲ୍ଲୀ, ୧୬ା୯: ପୃଥିବୀର ଦ୍ରୁତ ଘୂର୍ଣ୍ଣନ ଯୋଗୁ ଚନ୍ଦ୍ର ଆମଠାରୁ ଦୂରେଇ ଯାଉଥିବା ବେଳେ ଶୁକ୍ର ଗ୍ରହର ମନ୍ଥର ଗତି ହିଁ ତା’ର ଉପଗ୍ରହ ପାଇଁ କାଳ ସାଜିଥିଲା। ଶକ୍ତିଶାଳୀ ମାଧ୍ୟାକର୍ଷଣ ବଳ ଏବଂ ଅତି ମନ୍ଥର ଆବର୍ତ୍ତନ ଗତି ଯୋଗୁ ଶୁକ୍ରର ଉପଗ୍ରହ ତା’ ଉପରେ ମାଡ଼ହୋଇ ନଷ୍ଟ ହୋଇଯାଇଛି। ଫଳରେ ଆଜି ଏହି ଗ୍ରହର କୌଣସି ଉପଗ୍ରହ ନାହିଁ। ‘ଦି ଆଷ୍ଟ୍ରୋଫିଜିକାଲ ଜର୍ନାଲ’ରେ ପ୍ରକାଶିତ ଏକ ନୂତନ ଜ୍ୟୋତିର୍ବିଜ୍ଞାନ ଗବେଷଣାରୁ ଏଭଳି ରୋମାଞ୍ଚକର ତଥ୍ୟ ସାମ୍ନାକୁ ଆସିଛି।
ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆ-ରିଭରସାଇଡ୍‌ର ଆଷ୍ଟ୍ରୋଫିଜିସିଷ୍ଟ ତଥା ମୁଖ୍ୟ ଗବେଷକ ଷ୍ଟିଫେନ୍‌ କେନ୍‌ କହିଛନ୍ତି, ଶୁକ୍ର ଗ୍ରହର ଆଜିର ସ୍ଥିତି କୌଣସି ବାହ୍ୟ ମହାଜାଗତିକ ଦୁର୍ଘଟଣା ଯୋଗୁ ହୋଇନାହିଁ। ବରଂ ଗ୍ରହର ନିଜସ୍ବ ଗୁରୁତ୍ୱାକର୍ଷଣ ଶକ୍ତି ଏବଂ ଅତି ମନ୍ଥର ଘୂର୍ଣ୍ଣନ ଗତିର ମିଶ୍ରଣ ଯୋଗୁ ସେଠାରେ ଥିବା ଉପଗ୍ରହ ପ୍ରାକୃତିକ ଭାବେ ଗ୍ରହ ଆଡ଼କୁ ଟାଣିହୋଇ ଆସିଥିଲା ଏବଂ ଶେଷରେ ତା’ ଉପରେ ଖସିପଡ଼ିଥିଲା।
ବୈଜ୍ଞାନିକଙ୍କ ମତରେ, ପୃଥିବୀ ମାତ୍ର ୨୪ ଘଣ୍ଟାରେ ଥରେ ନିଜ ଅକ୍ଷ ଚାରିପଟେ ଦ୍ରୁତଗତିରେ ଘୂରିଥାଏ, ଯାହା ଏହାର ଉପଗ୍ରହ ଚନ୍ଦ୍ରକୁ ଦୂରେଇ ରଖିବାରେ ସାହାଯ୍ୟକରେ। କିନ୍ତୁ ଶୁକ୍ର ଗ୍ରହର ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଶୁକ୍ର ନିଜ ଅକ୍ଷ ଚାରିପଟେ ଥରେ ଘୂରିବା ପାଇଁ ପୃଥିବୀ ତୁଳନାରେ ଅଧିକ ୨୪୩ ଦିନ ସମୟ ନେଇଥାଏ। ଶୁକ୍ରର ଏହି ମନ୍ଥର ଆବର୍ତ୍ତନ ଯୋଗୁ ଏହାର ଉପଗ୍ରହ ବାହାରକୁ ନ ଯାଇ ଭିତରକୁ କୁଣ୍ଡଳୀ ଆକାରରେ ଟାଣିହୋଇ ଆସିଥିଲା ଏବଂ ଶେଷରେ ଗ୍ରହ ପୃଷ୍ଠରେ ମାଡ଼ହୋଇ ଲୀନହୋଇଯାଇଥିଲା। ଗବେଷକମାନେ କମ୍ପ୍ୟୁଟର ସିମ୍ୟୁଲେସନ ମଡେଲ ଜରିଆରେ ବିଭିନ୍ନ ଆକାର କାଳ୍ପନିକ ଉପଗ୍ରହକୁ ନେଇ ପରୀକ୍ଷା କରିଥିଲେ ଏବଂ ସବୁଥିରେ ଏହାର ଉପଗ୍ରହ ଶୁକ୍ର ଉପରେ ମାଡ଼ହେଉଥିବା ଦେଖାଯାଇଥିଲା। ଷ୍ଟିଫେନ୍‌ କେନ୍‌ ଚେତାଇ ଦେଇଛନ୍ତି, ବ୍ରହ୍ମାଣ୍ଡର ଅନ୍ୟ ଗ୍ରହଗୁଡ଼ିକ ଯଦି ଦ୍ରୁତଗତିରେ ନ ଘୂରନ୍ତି, ତେବେ ସେଠାରେ ମଧ୍ୟ ଉପଗ୍ରହ ଗ୍ରହ ପୃଷ୍ଠରେ ଖସିପଡ଼ିବେ, ଯାହା ସେହି ଗ୍ରହର ସମଗ୍ର ଇତିହାସ ଓ ଜୀବନ ଧାରଣର ସମ୍ଭାବନାକୁ ସମ୍ପୂର୍ଣ୍ଣ ବଦଳାଇଦେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?