Posted inଖେଳ

ଘରୋଇ କୋଚ୍‌ ପ୍ରସ୍ତାବକୁ ଭେଙ୍କଟେଶ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ, ୬।୮(ପି.ଟି.)-  ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଆଗାମୀ କିଛି ବର୍ଷ ପାଇଁ ଜାତୀୟ ଫୁଟବଲ ଦଳଲାଗି ଜଣେ ଘରୋଇ କୋଚ୍‌ଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ଚିନ୍ତା କରୁଛି। ଏହାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ଭେଙ୍କଟେଶ୍‌ ଶନ୍ମୁଗମ୍‌। ସମ୍ପ୍ରତି ଶୀର୍ଷସ୍ତରର ଘରୋଇ କ୍ଲବ ଗୁଡ଼ିକରେ କାର୍ଯ୍ୟ କରୁଥିବା କୋଚ୍‌ଙ୍କର ଏହି ପଦଲାଗି ଦକ୍ଷତା ରହିଛି ବୋଲି ସେ କହିଛନ୍ତି। ଜଣେ ଭାରତୀୟଙ୍କୁ ଆଗାମୀ ୫ ବର୍ଷ ପାଇଁ ଜାତୀୟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ କରିବା ପାଇଁ ଏଆଇଏଫଏଫ ଚିନ୍ତା କରୁଛି ବୋଲି ଏହାର ସାଧାରଣ ସମ୍ପାଦକ କୁଶାଲ ଦାସ କିଛିଦିନ ତଳେ କହିଥିଲେ।
ସାଧାରଣ ସମ୍ପାଦକଙ୍କଠାରୁଏପରି କଥା ଶୁଣିବା ଉତ୍ସାହଜନକ ବୋଲି ଏବେ ଭାରତୀୟ ଫୁଟବଲ ଦଳର ସହକାରୀ କୋଚ୍‌ ଥିବା ଶନ୍ମୁଗମ୍‌ ପ୍ରକାଶ କରିଛନ୍ତି। ” ମୋ ମତରେ ୫ ବର୍ଷ ବହୁତ ଲମ୍ବା ସମୟ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ଓ ଆଥ-ଲିଗ୍‌ରେ ଅନେକ ଯୁବ ଭାରତୀୟ କୋଚ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେହି ଏହିସ୍ଥାନ ପାଇଁ ଉପଯୁକ୍ତ ହେଇପାରିବେ। ତେବେ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଘରୋଇ କୋଚ୍‌ମାନଙ୍କୁ ଅପ୍‌ଡେଟ ହେବାକୁ ପଡ଼ିବ। ”ଏହା ସହଜ ନୁହେଁ, ବଡ଼ ଚ୍ୟାଲେଞ୍ଜ। ଜଣେ କୋଚ୍‌ଭାବେ ଜ୍ଞାନର ପରିସୀମାକୁ ବଢ଼ାଇବାକୁ ପଡ଼ିବ ଏବଂ ଅପ୍‌ଡେଟ ରହିବାକୁ ହେବ। କ୍ଲବରେ କୋଚିଂ ଦେବା ଏବଂ ଜାତୀୟ ଦଳକୁ କୋଚିଂ ଦେବାରେ ଭିନ୍ନତା ରହିଛି। କମ୍‌ ସମୟ ମଧ୍ୟରେ ଜାତୀୟ ଦଳକୁ ପ୍ରସ୍ତୁତ କରିବା ବହୁତ କଷ୍ଟସାଧ୍ୟ“ ବୋଲି ଏହି ୪୧ ବର୍ଷୀୟ ପୂର୍ବତନ ମିଡ୍‌ଫିଲ୍ଡର ପ୍ରକାଶ କରିଛନ୍ତି। ଜଣେ କୋଚ୍‌ଙ୍କର ମ୍ୟାନ ମ୍ୟାନେଜମେଣ୍ଟ ଦକ୍ଷତା ଥିବା ଆବଶ୍ୟକ। ପିଲାଙ୍କ ମନୋବୃତ୍ତିକୁ ଦେଖି ସେମାନଙ୍କ ଯନତ୍ ନେବା ସହ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ। ସମସ୍ତଙ୍କ ଆଗରେ ଜଣେ ଖେଳାଳିଙ୍କୁ ଉଚ୍ଚଭାଷାରେ କହିବା ଠିକ୍‌ ନୁହେଁ। ବ୍ୟକ୍ତିଗତ ଆଲୋଚନା ବିଶ୍ୱାସ ବୃଦ୍ଧି କରିଥାଏ। ଖେଳାଳିଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ। ମୁଝାମଣା ଭିତ୍ତିରେ ଏହା ହେବା ଆବଶ୍ୟକ। ଏହା ହେଲେ ଯାଇ ଜଣେ ଖେଳାଳି ନିକଟରୁ ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିହେବ ବୋଲି ଶନ୍ମୁଗମ୍‌ କହିଛନ୍ତି। ୨୦୦୨ରେ ଏଆଇଏଫଏଫ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇଥିବା ଶନ୍ମୁଗମ୍‌ କୋଚ୍‌ମାନଙ୍କ ପାଇଁ ଏଜୁକେଶନ ସିଷ୍ଟମକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?