ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହିଳା ହକି, ଆର୍ଚେରୀ ଓ କୁସ୍ତିରୁ ଗୋଟିଏ ଲେଖାଏ ସ୍ବର୍ଣ୍ଣ ପଦକ ମିଳିଛି।
ବକ୍ସିଂରେ ଲଭଲିନା ବୋର୍ଗୋହେନ(୭୫ କେଜି), ପ୍ରବୀନ ହୁଦା(୬୫ କେଜି) ଓ ଅଙ୍କୁଶ ପଙ୍ଘାଲ (୮୦)ରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ସେହିପରି ପୁରୁଷ ୬୫ କେଜି କୁସ୍ତିରେ ସୁଜିତ କାଲକାଲ ଏବଂ ଆର୍ଚେରୀରେ ମହିଳା ରିକର୍ଭ ଟିମ୍ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷପରେ ଏସିଆଡ୍ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ ସିଧାସଳଖ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସପାଇଁ ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ଭାରତ ଥରେ ୧୯୮୨ରେ ସ୍ବର୍ଣ୍ଣ ପଦକ ଜିତିଥିଲା।

