Posted inଖେଳ

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଟି-୨୦ ଟିମ୍‌ର ବିସ୍ଫୋରକ ଓପନର୍ ଅଭିଷେକ ଶର୍ମା ଫ୍ରାଞ୍ଚାଇଜର ଅଧିନାୟକତ୍ୱ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ IPL ୨୦୨୭ ପୂର୍ବରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ୟାଟ୍ କମିନ୍ସଙ୍କ ଗ୍ରହଣଯୋଗ୍ୟ ବିକଳ୍ପ/ଉତ୍ତରାଧିକାରୀ ଭାବେ ଫ୍ରାଞ୍ଚାଇଜି ୱିକେଟକିପର ବ୍ୟାଟର ଇଶାନ୍ କିଶନଙ୍କୁ ଦାୟିତ୍ୱ ଦେବାକୁ ନେଇ ଅଭିଷେକ କ୍ଷୁବ୍ଧ ଥିବା କୁହାଯାଉଛି।

‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରୁ ହାଇଦ୍ରାବାଦ ସହ ଯୋଡ଼ି ହୋଇ ରହିଥିବାରୁ ଅଭିଷେକ ଶର୍ମା ନିଜକୁ କ୍ୟାପ୍ଟେନ୍ସିର ମୁଖ୍ୟ ଦାବିଦାର ମନେ କରୁଥିଲେ। ମାତ୍ର ଦଳ ପରିଚାଳନା କମିଟି ଇଶାନ୍ କିଶନଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ସେ ମର୍ମାହତ ହୋଇ ନୂଆ ଫ୍ରାଞ୍ଚାଇଜିର ସନ୍ଧାନ ଆରମ୍ଭ କରିଦେଇଛନ୍ତି।

ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପ୍ୟାଟ୍ କମିନ୍ସ ଆଗାମୀ ଆସେସ୍ ସିରିଜ୍ ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ପ୍ରାଥମିକତା ଦେଉଥିବାରୁ IPL ୨୦୨୭ ସିଜନ୍‌ର ଅଧିକାଂଶ କିମ୍ବା ସମ୍ପୂର୍ଣ୍ଣ ମ୍ୟାଚ୍‌ରୁ ଓହରିଯିବାର ସମ୍ଭାବନା ରହିଛି। କମିନ୍ସଙ୍କ ଅନୁପସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ଇଶାନ୍ କିଶନଙ୍କୁ ଅଧିନାୟକ ଭାବେ ବାଛିଛି, ଯିଏ ପୂର୍ବ ସିଜନ୍‌ରେ ମଧ୍ୟ କିଛି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ଦୀର୍ଘ ବର୍ଷର ନିଷ୍ଠା ଓ ଚମତ୍କାର ପ୍ରଦର୍ଶନ ପରେ ବି ଅଧିନାୟକ ପଦ ନ ମିଳିବାରୁ ଅଭିଷେକ ଅସନ୍ତୁଷ୍ଟ ଅଛନ୍ତି। ତେବେ ଏହି ସବୁ ଚର୍ଚ୍ଚାକୁ SRH ସିଇଓ କେ. ଷଣ୍ଟମୁଗମ୍ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

ରିପୋର୍ଟରେ ଦାବି କରାଯାଇଛି ଯେ ଅଭିଷେକ ଶର୍ମାଙ୍କ ପାଇଁ ଅନ୍ୟ କେତେକ ଫ୍ରାଞ୍ଚାଇଜ ସହ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇସାରିଛି। ୫ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଏହି ଦୌଡ଼ରେ ମୁଖ୍ୟ ଦାବିଦାର ଭାବେ ସାମ୍ନାକୁ ଆସିଛି। ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସ (DC) ସହ ମଧ୍ୟ କଥାବାର୍ତ୍ତାର ସମ୍ଭାବନା ରହିଛି, କାରଣ ତାଙ୍କ ମେଣ୍ଟର ତଥା ପୂର୍ବତନ ଦିଗ୍ଗଜ କ୍ରିକେଟର ଯୁବରାଜ ସିଂହ ଏବେ ଦିଲ୍ଲୀର କୋଚିଂ ଓ ସପୋର୍ଟ ଷ୍ଟାଫ୍‌ରେ ସାମିଲ ଅଛନ୍ତି। ଏହା ବ୍ୟତୀତ ଗୁଜରାଟ ଟାଇଟନ୍ସ (GT) ଏବଂ ପଞ୍ଜାବ କିଙ୍ଗସ (PBKS) ସହ ମଧ୍ୟ ଯୋଗାଯୋଗ କରାଯାଉଥିବା ଖବର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPLର ପ୍ରଥମ ସିଜିନରେ କେତେ ଥିଲା ଧୋନୀଙ୍କ ଦରମା? ୧୯ ବର୍ଷରେ CSKରୁ କମାଇଛନ୍ତି ଏତେ କୋଟି, ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀ IPLରୁ…

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ବ୍ଲକରେ ସିଡିଓଙ୍କ ସମୀକ୍ଷା, ସ୍ଥାନାନ୍ତର ପାଇଁ ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ,୧୭।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ…

ଲକ୍ଷେ ଖସିବ ସୁନାଦର? ରୂପା ବି କମିଯିବ, ଏକ୍ସପର୍ଟ କହିଲେ ବର୍ଷ ଶେଷକୁ…

ନୂଆଦିଲ୍ଲୀ,୧୭।୧୧: ସୁନା ଏବଂ ରୂପା ଦରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ଦେଶର ଫ୍ୟୁଚର୍ସ ବଜାରରେ ସୁନା ଦାମ ୨,୧୦୦ ଟଙ୍କାରୁ ଅଧିକ କମି ୧.୩୫ ଲକ୍ଷ…

ପୂଜାରୀବମ୍ବୁ ଗ୍ରାମକୁ ଚାଲି ଚାଲି ଗଲେ ବିଡିଓ: ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ

ରାୟଗଡ଼ା, ୧୭।୧୧ (ଜଗନ୍ନାଥ ଗୌଡ଼): ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବାଇସି ପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମକୁ ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ।…

ଯୁବପିଢିଙ୍କ ପାଇଁ ବଡ଼ ଘୋଷଣା କଲେ ସୀତାରମଣ, Gen Z ପ୍ରସ୍ତୁତ କରିବେ ବଜେଟ୍‌

ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ…

ବର୍ଷେ ପରେ ବି ମା’ଙ୍କ ଆଖିରୁ ଶୁଖୁନି ଲୁହ, ନ୍ୟାୟ ଅପେକ୍ଷାରେ ଶେଫାଳି, ଏପଟେ ଶାଶୁଙ୍କୁ ଦେଖିବାକୁ ମେଡିକାଲ ଗଲେନି ବୋହୂ

ଟିଟିଲାଗଡ଼,୧୭।୧୧: ବହୁ ଚର୍ଚ୍ଚିତ ହ୍ୟୁମାନଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ବର୍ଷେ ପୂରିଛି। ହେଲେ ଏଯାଏଁ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ପରିବାରକୁ ମିଳିନାହିଁ ନ୍ୟାୟ। ପୁଅକୁ…

ପ୍ରଶଂସକଙ୍କୁ ବଡ଼ ଝଟ୍‌କା: IPLରୁ ଅବସର ଘୋଷଣା କଲେ ଧୋନୀ, ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ…

ଜାତୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ବ୍ରହ୍ମପୁର ଝିଅ ସିଦ୍ଧିକୃଷ୍ଣାଙ୍କ କମାଲ, ହାସଲ କଲେ ୩ଟି ପଦକ

ଛତ୍ରପୁର, ୧୬।୧୧ (ଦିଲୀପ ସାମଲ): ଜାତୀୟ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ନିଜର ଅସାଧାରଣ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?