ସେବା କ୍ଷେତ୍ରରେ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୬।୮:କରୋନା ଭାଇରସ୍‌ ଲାଗି ଦେଶର ସେବା କ୍ଷେତ୍ର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଗତ ୫ ମାସ ହେବ ଏହି କ୍ଷେତ୍ରରେ ପର୍‌ଫର୍‌ମାନ୍ସ ହ୍ରାସ ଧାରା ଜାରି ରହିଛି। ଜୁଲାରେ ମାସରେ ଏହି କ୍ଷେତ୍ରରେ ଅଭିବୃଦ୍ଧି କମିଛି। ଚାହିଦା ପ୍ରଭାବିତ ରହିବାରୁ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନକୁ ଆହୁରି ବ୍ୟବସ୍ଥିତ କରିଛନ୍ତି। ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଥିବା ଘଟଣା ସାମ୍ନାକୁ ଆସିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆ ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ସର୍ଭିସେସ୍‌ ବିଜ୍‌ନେସ ଆକ୍ଟିଭିଟି ସୂଚୀ ୩୪.୨% ସ୍ତରରେ ରହିଛି। ଏହି ସଂଖ୍ୟା ୫୦% ନିମ୍ନରେ ରହିଲେ ସେବା କ୍ଷେତ୍ରରେ ହ୍ରାସ ହୋଇଛି ବୋଲି ବୁଝାପଡିବ। ବଜାର ବର୍ତ୍ତମାନ କ୍ଷତିରେ ରହିଥିବାରୁ ଏହା ଟ୍ରାକ୍‌କୁ ଫେରିବା ଲାଗି ସମୟ ଲାଗିବ। ଜିଡିପି ଚଳିତ ବର୍ଷ ୬% ଖସିବା ନେଇ ଆକଳନ କରାଯାଇଛି। ଏହା ସେବା କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଆଇଏଚ୍‌ଏସ୍‌ ମାର୍କିଟର ଅର୍ଥନୀତିଜ୍ଞ ଲୁଇସ୍‌ କୁପର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୫-୧: ବୁଧବାର ମକର ସଂକ୍ରାନ୍ତି ଯୋଗୁ ରାଜ୍ୟରେ ବିଭିନ୍ନ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। ଫଳରେ ଲୋକଙ୍କୁ ସେବା ଉପଲବ୍ଧ ହେବ ନାହିଁ।...

ପାରାଦୀପ ବନ୍ଦର ହେବ ବିଶ୍ୱସ୍ତରୀୟ

ନୂଆଦିଲ୍ଲୀ,୩୧।୧୨: ପାରାଦୀପ ବନ୍ଦରରେ ଓ୍ବେଷ୍ଟର୍ନ ଡକ୍‌(ପୋତାଶ୍ରୟ) ପ୍ରକଳ୍ପ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ସମେତ ବନ୍ଦର ମଧ୍ୟରେ ଆଭ୍ୟନ୍ତରୀଣ ସୁବିଧାକୁ ବଢ଼ାଇବା ନେଇ ମଧ୍ୟ ଯୋଜନା...

ଏନ୍‌ଟିପିସିର ନେଟ୍‌ ପ୍ରଫିଟ ୪,୬୨୬ କୋଟି ଟଙ୍କା

ଦେଶର ପ୍ରମୁଖ ପବ୍ଲିକ ସେକ୍ଟର ବିଦ୍ୟୁତ ଉତ୍ପାଦନ କମ୍ପାନୀ ଏନଟିପିସିର ତୃତୀୟ କ୍ୱାର୍ଟରରେ ନେଟ ପ୍ରଫିଟ ୧୯% ବୃଦ୍ଧି ପାଇ ୪, ୬୨୬.୧୧ କୋଟି ଟଙ୍କାରେ...

ଏଲ୍‌ଜି ଇଲେକଟ୍ରୋନିକ୍ସର ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୫: ଏଲ୍‌ଜି ଇଲେକଟ୍ରୋନିକ୍ସ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, କ୍ୟାଣ୍ଡେଲ,...

୪୦୦ ବିଲିୟନ ଡଲାର ରପ୍ତାନି କଲା ଭାରତ

ନୂଆଦିଲ୍ଲୀ,୨୪।୩: ଭାରତ ପ୍ରଥମ ଥର ପାଇଁ ୪୦୦ ବିଲିୟନ ଡଲାର ମାଲ୍‌ ରପ୍ତାନି ଲକ୍ଷ୍ୟ ହାସଲ କରିଥିବା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ ଯୋଗେ...

ବିଶ୍ୱରେ ୨ୟ ସର୍ବବୃହତ୍‌ ସିଇ ମାର୍କେଟ୍‌ ହେବ ଭାରତ

ଭୁବନେଶ୍ୱର,୭ା୪: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ବୁଧବାର ସିଆଇଆଇଏକ୍ସକନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏ ନେଇ ମଧ୍ୟ ସହରରେ ଏକ ରୋଡ୍‌ଶୋ’ର ଆୟୋଜନ...

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୬-୪: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସିଏଚ୍‌ ଏସ୍‌.ଏସ୍‌....

ଭିତ୍ତିଭୂମି ସୁଦୃଢ଼ ଦିଗରେ ସହାୟକ ହେବ କେନ୍ଦ୍ର ବଜେଟ

ବ୍ୟବସାୟ କରିବା କଷ୍ଟକର କୋଭିଡ୍‌ ଯୋଗୁ ବ୍ୟବସାୟ ଏକ ପ୍ରକାର କ୍ଷତିଗ୍ରସ୍ତ ହୋଇ ରହିଛି। ସେହିପରି ଦେଶର ଅର୍ଥନୀତି ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାକୁ ଆସିପାରିନାହିଁ।...

Advertisement
Archives

Model This Week