କୋଭିଡ୍‌ ଯୋଦ୍ଧାଙ୍କ ସହ କଥାହେଲେ ଡିଜିପି

କଟକ ଅଫିସ,୬ା୮: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନାରୁ ସୁସ୍ଥ ହୋଇଥିବା ପୋଲିସ ବିଭାଗର କୋଭିଡ୍‌ ଯୋଦ୍ଧାଙ୍କ ସହ ବୁଧବାର ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ୧୪ଟି ଜିଲାର ପୋଲିସ କୋଭିଡ୍‌ ଯୋଦ୍ଧାମାନେ ସାମିଲ ହୋଇଥିଲେ। ଡିଜିପି ଅଭୟ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକସେବା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଓ ସମର୍ପଣ ମନୋଭାବ ପାଇଁ ପ୍ରଶଂସା କରିଥିଲେ। ଅନେକ କୋଭିଡ୍‌ ଯୋଦ୍ଧା ମଧ୍ୟ ସେମାନଙ୍କ ଅଭିଜ୍ଞତା ରଖିବା ସହ ଭବିଷ୍ୟତରେ ସେମାନେ ପୂର୍ଣ୍ଣ ଦୃଢ଼ତା ଓ ସମର୍ପଣ ମନୋଭାବ ସହ କାର୍ଯ୍ୟ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଭିଡିଓ କନଫରେନ୍ସରେ ସାମିଲ ହୋଇଥିବା ପୋଲିସ ଜିଲାଗୁଡ଼ିକ ମଧ୍ୟରେ ଭୁବନେଶ୍ୱର, କଟକ, ଅନୁଗୋଳ, ବ୍ରହ୍ମପୁର, ବଲାଙ୍ଗିର, କଟକ, ଗଜପତି, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନୟାଗଡ଼, ପୁରୀ ଓ ରାଉରକେଲା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦରବୃଦ୍ଧି ରୋକିବା ଦାବି କଲା ସିପିଆଇଏମ୍‌

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ) ସିପିଆଇଏମ୍‌ ଭୁବନେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଆକାଶଛୁଆଁ ଦରବୃଦ୍ଧି ରୋକିବା ଦାବିରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା...

୨୦୦ ବସ୍ତା ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ: ୨ ଅଟକ

ଜୟପୁର,୨।୩(ଡି.ଏନ୍‌.ଏ.): ହାଇଦ୍ରାବାଦରୁ ଏକ କ୍ୟାଣ୍ଟନରରେ ୨୦୦ ବସ୍ତା ବେଆଇନ ବିସ୍ଫୋରକ ସାମଗ୍ରୀ ମାଲକାନଗିରି ଜିଲାର କୋରୁକୋଣ୍ଡା ବ୍ଲକ ଅଞ୍ଚଳକୁ ଚାଲାଣ ବେଳେ ସୋମବାର ଭୋର୍‌ରୁ ଜୟପୁର...

ଅବ୍ୟବସ୍ଥାରେ କରୋନା ଯୋଦ୍ଧାଙ୍କ କ୍ୱାରାଣ୍ଟାଇନ୍‌ ସେଣ୍ଟର: ଭିଡିଓ ଭାଇରାଲ

ରାୟବରେଲୀ,୨୪।୪: ସରକାର ସବୁବେଳେ କରୋନା ଯୋଦ୍ଧାଙ୍କ ସମ୍ମାନ ଓ ସୁରକ୍ଷା ବିଷୟରେ କହୁଥିବା ବେଳେ ଏହା କେତେ କାର୍ଯ୍ୟକାରୀ ହେଉଛି ତା’ର ନଗ୍ନ ଉଦାହରଣ ଦେଖିବାକୁ...

ଚୈତ୍ରପର୍ବ, ବାରୁଣୀ ସ୍ନାନରେ କଟକଣା

ଆସିକା,୧୭ା୩(ଡି.ଏନ୍‌.ଏ.) କରୋନା ମୁକାବିଲା ନେଇ ସୋମବାର ଆସିକା ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ା ବ୍ଲକ ଅଧ୍ୟକ୍ଷ...

ଆମେରିକା-ଚାଇନା ଏକାଠି ହେବା ଜରୁରୀ

ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍‌ ମହାମାରୀର ରୂପ ନେଇ ୨୫ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏଥିଲାଗି ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏହାର ମୁକାବିଲା ଲାଗି...

ବ୍ଲାକ୍‌ ଫଙ୍ଗସ୍‌: ସରକାରଙ୍କୁ ଔଷଧ ଚିନ୍ତା

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି...

ପଥର ଫଟା ଦେଉଛି ରୋଜଗାର

ପାପଡାହାଣ୍ଡି,୩।୩(ଡି.ଏନ.ଏ) ଯୁବାବସ୍ଥାରେ ଅଜଣା ରୋଗରେ ଆକ୍ରାନ୍ତ । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ଅସୁସ୍ଥତା କାରଣରୁ କୌଣସି କାମ କରି ପାରୁ ନାହାନ୍ତି।...

ଭିଜିଲାନ୍ସ ଜାଲରେ କୋଟିପତି ମହିଳା କିରାଣି  

ଜଗତ୍‌ସିଂହପୁର ଅଫିସ, ୨ା୧୨-ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତ୍‌ସିଂହପୁର ଜିଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ (ଜିପିଓ) ସେକ୍ସନ୍‌ ଅଫିସର ସଞ୍ଜୁକ୍ତା ଦାସ। ଭିଜିଲାନ୍ସ ଟିମ୍‌ ବୁଧବାର ତାଙ୍କ ଜଗତ୍‌ସିଂହପୁର...

Advertisement


Archives

Model This Week