Posted inଖେଳ

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା ଟେଟେଙ୍କ ଭାରତୀୟ ଦଳ ୪୪ ବର୍ଷର ଦୀର୍ଘ ଅପେକ୍ଷା ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହି ବିଜୟ ସହ ଭାରତୀୟ ଦଳ ଆଗାମୀ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିଛି।

ନିଜର ୨୦୦ତମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଲାଲରେମ୍‌ସିଆମୀ ମ୍ୟାଚ୍‌ର ୧୦ମ ମିନିଟ୍‌ରେ ଭାରତ ପାଇଁ ପ୍ରଥମ ଗୋଲ୍ ଦେଇ ଆଗୁଆ ସ୍ଥିତିରେ ରଖିଥିଲେ। ଏହାପରେ ୨୪ଶ ମିନିଟ୍‌ରେ ଚୀନ୍‌କୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ସବିତା ପୁନିଆ ନିଜ ବାମ ପଟକୁ ଡାଇଭ୍ ମାରି ଅତ୍ୟନ୍ତ ଚମତ୍କାର ଭାବେ ରୋକି ଦେଇଥିଲେ।

ସମଗ୍ର ମ୍ୟାଚ୍‌ରେ ଭାରତୀୟ ରକ୍ଷଣପନ୍ଥୀ ଖେଳାଳି ଇଶିକା ଚୌଧୁରୀ, ବଲଜିତ୍ କୌର ଏବଂ ସୁଶୀଲା ଚାନୁ ଚାଇନାର ପ୍ରତିଟି ଆକ୍ରମଣକୁ ନିଷ୍ଫଳ କରିଦେଇଥିଲେ। ଗୋଲକିପର ସବିତା ଓ ବିଛୁ ଦେବୀ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌‌ରେ ଚାଇନା ରୌପ୍ୟ ପଦକ ପାଇଥିବା ବେଳେ ଜାପାନ ଶୁଟ୍‌ଆଉଟ୍‌ରେ କୋରିଆକୁ ହରାଇ କାଂସ୍ୟ ପଦକ ଜିତିଛି।

ଏହି ବିରାଟ ସଫଳତା ପରେ ହକି ଇଣ୍ଡିଆ (Hockey India) ପକ୍ଷରୁ ସୋସିଆଲ ମିଡିଆ ‘X’ ମାଧ୍ୟମରେ ପୁରସ୍କାର ରାଶି ଘୋଷଣା କରାଯାଇଛି। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ୫.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ।

ପୂର୍ବରୁ ୧୯୮୨ ମସିହାରେ ନୂଆଦିଲ୍ଲୀ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ଗାଡ଼ି ମୋଟର ଟ୍ରାଫିକ୍‌ରେ ଫସିବା କାରଣରୁ ମ୍ୟାଚ୍‌ଟି ନିର୍ଦ୍ଧାରିତ ସମୟରୁ ଗୋଟିଏ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା, ମାତ୍ର ଆରମ୍ଭରୁ ଆକ୍ରମଣାତ୍ମକ ରୂପ ଆପଣାଇ ଭାରତୀୟ ଦଳ ଶେଷରେ ଇତିହାସ ରଚିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?