ଭେଣ୍ଡି ଦୋପିଆଜା

ଆବଶ୍ୟକ ସାମଗ୍ରୀ: ଭେଣ୍ଡି- ୫୦୦ଗ୍ରାମ୍‌, ଅଦା- ୧ ଇଞ୍ଚ, ପିଆଜ- ୨ଟି ବଡ଼, ଜିରା- ୧ ଚାମଚ, ହଳଦୀ ଗୁଣ୍ଡ- ଅଧା ଚାମଚ, ଲଙ୍କା ଗୁଣ୍ଡ ଓ ଲୁଣ- ସ୍ବାଦ ଅନୁସାରେ, ତେଲ- ୩ ଚାମଚ
ପ୍ରଣାଳୀ: ପ୍ରଥମେ ଭେଣ୍ଡିକୁ ଭଲଭାବେ ଧୋଇ କାଟି ରଖନ୍ତୁ। ଅଦାକୁ ଚୋପା ଛଡ଼ାଇ ବାଟି ଦିଅନ୍ତୁ ଏବଂ ପିଆଜକୁ ଛୋଟ ଛୋଟ କାଟି ରଖନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଏହାପରେ ପିଆଜ ପକାଇ ହାଲ୍‌କା ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇ ଆସିଲେ ସେଥିରେ ଅଦା ପେଷ୍ଟକୁ ପକାଇ କମ୍‌ ଆଞ୍ଚରେ କଷନ୍ତୁ। ଅଦା କଷି ହୋଇଯିବା ପରେ ସେଥିରେ ଭେଣ୍ଡି ପକାଇ ଲୁଣ, ହଳଦୀ ଓ ଲଙ୍କାଗୁଣ୍ଡ ପକାନ୍ତୁ। କମ୍‌ ଆଞ୍ଚରେ ଭେଣ୍ଡିକୁ ମସଲାରେ ମିଶାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାପରେ ଭେଣ୍ଡି ସିଝି ଆସିଲେ ଓହ୍ଲାଇ ଦିଅନ୍ତୁ। ରୁଟି କିମ୍ବା ପରଟା ସହିତ ଭେଣ୍ଡି ଦୋପିଆଜା ଖାଇବାକୁ ବହୁତ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି …

ଲେମ୍ବୁ,ଭିଟାମିନ ‘ସି’ରେ ଭରପୂର। ନିୟମିତ ଲେମ୍ବୁ ଖାଇଲେ ଏହା ବହୁ ରୋଗରୁ ଦୂରେଇ ରଖେ। ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମହୁ ମିଶାଇ...

ଚାହୁଁଛନ୍ତି କି ଉଜ୍ଜ୍ୱଳ ତ୍ୱଚା: ତରଭୁଜ, କଦଳୀ ଲଗାଇ ବଢ଼ାନ୍ତୁ ମୁଁହର ସୌନ୍ଦର୍ଯ୍ୟ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏଥିରେ ଥିବା ପୋଷକତତ୍ୱ ଶରୀରକୁ ସୁସ୍ଥ ରଖିବା ସହିତ ଶକ୍ତି ଯୋଗାଇଥାଏ। ଏହା ଶରୀରରେ ଜଳୀୟଅଂଶର...

ଗାଡ଼ିରେ ବାନ୍ତି ହେଉଥିଲେ…

ବାଇକ୍‌ ଭଳି ଖୋଲା ଗାଡ଼ିକୁ ବାଦ୍‌ ଦେଲେ କାର୍‌, ବସ୍‌ ଆଦିି ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କ ଠାରେ ହଠାତ୍‌ ଦେହ ଖରାପ ଲାଗିବା,...

ଅଧିକ ବିୟର ପିଉଛନ୍ତି କି … ଭାଙ୍ଗିଯାଇପାରେ ପିତା ହେବାର ସ୍ବପ୍ନ

ବର୍ତ୍ତମାନର ସମୟରେ ଯୁବପିଢ଼ୀ ବିୟର ପିଇବାକୁ ଭଲ ପାଆନ୍ତି। ଏହି ଅଭ୍ୟାସ ସେମାନଙ୍କ ପାଇଁ ପରେ ସମସ୍ୟା ସୃଷ୍ଟି କରିପାରେ। ଅଧିକ ପରିମାଣର ବିୟର ପିଇବା...

ଲୋ-କ୍ୟାଲୋରିରୁ ହାଡ଼ ଦୁର୍ବଳ

ଓ୍ବାଶିଂଟନ, ୧୪ା୯: ଓଜନ ବଢ଼ିବାକୁ ନେଇ ଏବେ ସବୁଠି ଚିନ୍ତା। ବ୍ୟାୟାମ କରିବା ଆଉ ତା’ ସାଙ୍ଗକୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ...

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ ।...

ଏହି ସମୟରେ କୋଲ୍ଡଡ୍ରିଙ୍କସ୍‌ ପିଇବା ମନା…

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବା ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ଏକ ତ୍ରୁଟି ମା’ ଓ ଛୁଆ...

ଯଦି ସ୍ତ୍ରୀ-ସ୍ବାମୀ ଉଭୟ କର୍ମଜୀବୀ: ତେବେ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ, ଜାଣନ୍ତୁ ସେ ସମ୍ପର୍କରେ…

ସେଦିନ ସୁନୀତା ମନ ମାରି ବସିଥାଏ। ଗତ କିଛିଦିନ ହେବ ଠିକ୍‌ ସମୟରେ ଅଫିସ୍‌ ଯାଇପାରୁନି। ସକାଳୁ ସକାଳୁ ସ୍ବାମୀ ତାଙ୍କ କାମରେ ବାହାରି ଯାଉଛନ୍ତି।...

Advertisement
Archives

Model This Week