ଚାଷୀଙ୍କୁ ଭେଳିକି କାନପୁର ପ୍ରକଳ୍ପ

କେନ୍ଦୁଝର,୧୧ା୧(ଦୀପକ ମିଶ୍ର)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅଞ୍ଚଳରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ଭେଳିକି ହୋଇଛି। ମୁଖ୍ୟ ଶାସନ ସଚିବ ଜିଲା ଗସ୍ତ ସମୟରେ ୨୦୨୩ ଜୁନ୍‌ରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇ ଡିସେମ୍ବରରେ ଜମିକୁ ପାଣି ମାଡ଼ିବ ବୋଲି ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ କେନାଲ କାମ ଶେଷ ହୋଇ ନାହିଁ। ତେଣୁ ୨୦୨୪ରେ ବି ପ୍ରକଳ୍ପରୁ ଚାଷୀ ଜଳ ପାଇବେ କି ନାହିଁ ତାହା ଆଶଙ୍କାରେ ରହିଛି।
ସୂଚନାଯୋଗ୍ୟ, ଯୋଡ଼ା ବ୍ଲକ୍‌ର ବାସୁଦେବପୁରଠାରେ କାନପୁର ବୃହତ୍‌ ଜଳ ସେଚନ ପ୍ରକଳ୍ପ ନିର୍ମାଣ କାମ ଚାଲିଛି। ପ୍ରାୟ ୩୦ ବର୍ଷରୁ ଊଦ୍ଧର୍‌ବ କାମ ଚାଲିଥିବା ବେଳେ ଡ୍ୟାମ୍‌ ପାଇଁ ୧୬ ଗାଁ ବିସ୍ଥାପିତ ହୋଇଛି। ପ୍ରକଳ୍ପ ଦ୍ବାରା ଜିଲାର ୫ ବ୍ଲକ୍‌ ଯଥା ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, ସଦର, ପାଟଣା ବ୍ଲକ୍‌ର ମୋଟ ୨୨୨ଟି ଗାଁର ୨ ଲକ୍ଷ ୪୪ ହଜାର ୫୦୦ ଚାଷୀ ଉପକୃତ ହେବେ। ପ୍ରକଳ୍ପ ଦ୍ୱାରା ମୋଟ ୨୯ ହଜାର ୫୭୮ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ଯୋଜନା ରହିଛି। ୨୦୨୩ ଜାନୁଆରୀ ୨୨ରେ କାନପୁର ଗସ୍ତକରି ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଡିସେମ୍ବରରେ ଡ୍ୟାମ୍‌ରୁ ପାଣି ଜମିକୁ ମାଡ଼ିବ ବୋଲି କହିଥିଲେ। ମାତ୍ର ବର୍ତ୍ତମାନ ପରିସ୍ଥିତିରେ କଠିନ ପଥର ପଡ଼ିବା କାରଣରୁ ୧ କି.ମି. ଲମ୍ବ ପ୍ଲାଷ୍ଟିକ କଂକ୍ରିଟ  କାମରେ ବିଳମ୍ବ ହେଉଥିବା ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିପରି ସ୍ପିଲ୍‌ୱେ ବ୍ଲକ୍‌ କାମ ସରିନାହିଁ। ଏହି କାମ ପାଇଁ ଆଉ କିଛି ମାସ ଲାଗିବ ବୋଲି ଆକଳନ କରାଯାଉଛି। ସେହିପରି ନିର୍ମାଣ ହେବାକୁ ଥିବା ୪୦୦ କି.ମି. ଲମ୍ବର କେନାଲରୁ ଅଦ୍ୟାବଧି ୨୫୦ କି.ମି. କାମ ଶେଷ ହୋଇଛି ବୋଲି କାନପୁର ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ପ୍ରସନ୍ନ ପାଣି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଆଇନଗତ ଦିଗ ପାଇଁ ଜଙ୍ଗଲ ଜମିରେ ପଡୁଥିବା ପ୍ରାୟ ୧୦୦ କି.ମି. କେନାଲ କାମରେ ବିଳମ୍ବ ହେଉଛି। ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ପାଣି କହିଛନ୍ତି, ଆସନ୍ତା ବର୍ଷା ଋତୁରେ ପାଣି ଅମଳକରି ରଖାଯାଇ ଜମିକୁ ଛଡ଼ାଯିବା ଯୋଜନା ରହିଛି। ସେ କାର୍ଯ୍ୟରେ ଯୋଗଦାନ ଦିନଠାରୁ ୫ ହଜାରରୁ ଊଦ୍ଧର୍‌ବ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିଥିବା କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri