ଶାକାହାରୀ, ମାଂସାହାରୀ ଓ ଭେଗାନ୍‌

ଡ. ବିଜୟ କେତନ ପଟ୍ଟନାୟକ

 

ଖ୍ରୀଷ୍ଟପୂର୍ବ ୭୦୦ବର୍ଷ ତଳୁ ଶାକାହାରୀ ଖାଦ୍ୟପେୟ ସମ୍ପର୍କରେ ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଶାକାହାରୀ ବ୍ୟକ୍ତି ଜୀବଜନ୍ତୁଙ୍କଠାରୁ ମିଳୁଥିବା ମାଂସ, ତାହା ଛେଳିମାଂସ, କୁକୁଡ଼ାମାଂସ, ଗୋମାଂସ ବା ଅନ୍ୟ କୌଣସି ଜୀବ ବା ପକ୍ଷୀର ମାଂସ ଏବଂ ମାଛ, କଙ୍କଡ଼ା ଆଦି ଖାଆନ୍ତି ନାହିଁ। ଏହି ବ୍ୟକ୍ତିମାନଙ୍କୁ ନିରାମିଷାଶୀ ମଧ୍ୟ କୁହାଯାଇଥାଏ। ପ୍ରମୁଖ ଶାକାହାରୀ ଖାଦ୍ୟ ମଧ୍ୟରେ ରହିଛି ଫଳ, ପନିପରିବା, ଅନ୍ନ, ଡାଲି ଜାତୀୟ ଖାଦ୍ୟ, ଶିମ୍ବ ଆଦି ମଞ୍ଜି ଜାତୀୟ ଫଳ, ନଡ଼ିଆ, ବାଦାମ ପରି କଠିନ ଆବରଣଯୁକ୍ତ ଫଳ, ଦୁଗ୍ଧ ଜାତୀୟ ପଦାର୍ଥ ଇତ୍ୟାଦି। ଶାକାହାରୀ ଗୋଷ୍ଠୀର କେତେକେ ମାଛ, ମାଂସ ଖାଆନ୍ତି ିନାହିଁ କିନ୍ତୁ ଅଣ୍ଡା ଖାଇଥାନ୍ତି। ସେମାନଙ୍କୁ ‘ଲାକ୍ଟୋ ଓଭୋ’ ଶାକାହାରୀ କୁହାଯାଏ। ଯେଉଁମାନେ ମାଛ ମାଂସ ସହିତ ଅଣ୍ଡା ମଧ୍ୟ ଖାଆନ୍ତି ନାହିଁ, ସେମାନଙ୍କୁ ‘ଲାକ୍ଟୋ’ ଶାକାହାରୀ ଶ୍ରେଣୀଭୁକ୍ତ କରାଯାଏ। ଏମାନଙ୍କ ବ୍ୟତୀତ ଅନ୍ୟ ଏକ ଶୁଦ୍ଧ ଶାକାହାରୀ ଗୋଷ୍ଠୀ ଅଛନ୍ତି, ଯାହାଙ୍କୁ ‘ଭେଗାନ୍‌’ କୁହାଯାଏ। ଯେଉଁମାନେ ମାଛ, ମାଂସ ଆଦି ଆମିଷ ଖାଦ୍ୟ ନ ଖାଇବା ସହିତ ଜୀବଜନ୍ତୁଙ୍କଠାରୁ ଉତ୍ପାଦିତ କୌଣସି ଖାଦ୍ୟ ପଦାର୍ଥ ଯଥା କ୍ଷୀର ବା ଦୁଗ୍ଧ ଜାତୀୟ ଦ୍ରବ୍ୟ ଏବଂ ଅଣ୍ଡା ମଧ୍ୟ ଆହାର କରନ୍ତି ନାହିଁ। ‘ଭେଗାନ୍‌’ ଗୋଷ୍ଠୀର ଅଭ୍ୟୁଦୟ ଖୁବ୍‌ ନିକଟରେ ହୋଇଛି।
ପୌଷ୍ଟିକ ଖାଦ୍ୟ, ସୁଷମ ବା ସନ୍ତୁଳିତ ଖାଦ୍ୟ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଜରୁରୀ। ଏହା ମନୁଷ୍ୟ ଶରୀରକୁ ଅନେକ ଅଣସଂକ୍ରାମକ ରୋଗ ଯଥା ହୃଦ୍‌ରୋଗ, ମଧୁମେହ ଏବଂ କ୍ୟାନ୍‌ସର ଓ ବିଭିନ୍ନ ପୁରାତନ, ଦୀର୍ଘସ୍ଥାୟୀ ରୋଗରୁ ରକ୍ଷା କରିଥାଏ। ଉଦ୍ଭିଦ ବିଜ୍ଞାନ ଦୃଷ୍ଟିକୋଣରୁ ଆମେ ଗ୍ରହଣ କରୁଥିବା ଖାଦ୍ୟକୁ ସାଧାରଣତଃ ଚାରିଭାଗରେ ବିଭକ୍ତ କରାଯାଇପାରେ। (କ) ମୁଖ୍ୟ ଖାଦ୍ୟ: ଧାନ, ଗହମ, ବାର୍ଲି, ରାଇ, ମାଣ୍ଡିଆ, ମକା ଆଦି ଖାଦ୍ୟଶସ୍ୟ, (ଖ) ଛୁଇଁ ଜାତୀୟ (ଶିମ୍ବ, ବିନ୍‌, ମଟର), ତୈଳବୀଜ (ରାଶି, ପେଶି, ସୋରିଷ) ଏବଂ ଡାଲି ଜାତୀୟ (ମୁଗ, ବିରି, ଚଣା ଶସ୍ୟ), (ଗ) ଫଳ ଓ ପନିପରିବା, (ଘ) ଜୀବଜନ୍ତୁଙ୍କଠାରୁ ମିଳୁଥିବା ଖାଦ୍ୟ: (ମାଂସ, ମାଛ, ଅଣ୍ଡା ଓ ଦୁଗ୍ଧ)। ପ୍ରଥମ ତିନି ଜାତୀୟ ଖାଦ୍ୟ ଉଦ୍ଭିଦଜାତ ହୋଇଥିବାରୁ ସେଥିରେ ‘ବିଟା କାରୋଟିନ୍‌’ ଥାଏ; ଯାହା ଶରୀରକୁ ଜୀବସାର ‘କ’ ଯୋଗାଇଥାଏ। ମୂଳା, ଗାଜର ଓ ମିଠା ଆଳୁରେ ମଧ୍ୟ ଜୀବସାର ‘କ’ ଥାଏ। ଫଳ ଓ ପନିପରିବା ଯଥା- କମଳା, ଲେମ୍ବୁ, ଷ୍ଟ୍ରବେରି, ବିଲାତି ବାଇଗଣ, କିଓ୍ବି, ବ୍ରୋକୋଲ ନାଲି ଓ ସବୁଜ କ୍ୟାପ୍‌ସିକମ୍‌ରେ ଜୀବସାର ‘ଗ’ ଥାଏ। ବାଦାମ ମଞ୍ଜି, ଉଷୁନା ଚାଉଳ, ପାଳଙ୍ଗ ଶାଗରେ ଜୀବସାର ‘ଚ’ ଓ ସବୁଜପତ୍ରଯୁକ୍ତ ପରିବାରୁ ଜୀବସାର ‘ଖ’ ମିଳିଥାଏ।
ଉଭୟ ଆମିଷ ଓ ନିରାମିଷ ଖାଦ୍ୟରେ ଭିନ୍ନ ଭିନ୍ନ ପୌଷ୍ଟିକତା ରହିଛି। ମାଂସ, କୁକୁଡ଼ାମାଂସ, ସମୁଦ୍ରମାଛ, ଦୁଗ୍ଧଜାତୀୟ ପଦାର୍ଥରେ ଜୀବସାର ‘ଖ’ ଏବଂ ବିଶେଷକରି ଅଣ୍ଡାରେ ଜୀବସାର ଖ-୧୨ ଥାଏ। କିନ୍ତୁ ଅତ୍ୟଧିକ ଆମିଷ ଭକ୍ଷଣ ସ୍ବାସ୍ଥ୍ୟପକ୍ଷେ ହିତକାରୀ ନୁହେଁ। ଛେଳିମାଂସକୁ ଲାଲ୍‌ମାଂସ କୁହାଯାଇଥାଏ। ଏଥିରେ ଅଧିକ ପରିତୃପ୍ତ ମେଦାମ୍ଳ ଥିବାରୁ ଅଧିକ ଛେଳିମାଂସ ଖାଇଲେ ହୃଦ୍‌ଘାତ, ସ୍ତନ ଓ ବୃହଦନ୍ତ୍ର କର୍କଟ ରୋଗର ଆଶଙ୍କା ଥାଏ। ଛେଳି ମାଂସ ଅପେକ୍ଷା କୁକୁଡ଼ା ମାଂସରେ ଅପେକ୍ଷାକୃତ କମ୍‌ ମେଦାମ୍ଳ ଥାଏ। ତେଣୁ କମ୍‌ କ୍ଷତିକାରକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା ପ୍ରକାଶିତ ବୁଲେଟିନ୍‌ରୁ ଜଣାପଡ଼େ, ମାଂସ ଆହାର ଦ୍ୱାରା ମଣିଷ ୧୬୦ ପ୍ରକାରର ‘ଜୁନୋସିସ୍‌’ ରୋଗରେ ଆକ୍ରାନ୍ତ ହୋଇଥାଏ। ଶରୀରରେ ଅଧିକ ‘କୋଲେଷ୍ଟେରଲ୍‌’ ଏବଂ ‘ଟ୍ରାଇଗ୍ଲିସେରାଇଡ୍‌’ ମଧ୍ୟ ସୃଷ୍ଟି ହୋଇଥାଏ; ଯାହା ହୃଦ୍‌ଘାତ ଜନିତ ରୋଗର ମୁଖ୍ୟ କାରଣ। ଉଭୟ ମାଛ ଓ ମାଂସ ଖାଇଲେ ଅଧିକ ‘ୟୁରିକ୍‌ ଏସିଡ୍‌’ ଉତ୍ପନ୍ନ ହୋଇଥାଏ। ଅନ୍ୟପକ୍ଷରେ ମାଂସରେ ଲୌହ, ଜିଙ୍କ୍‌ ଓ ଜୀବସାର ଖ-୧୨ ଥାଏ। ଲୌହ ଶରୀରରେ ହିମୋଗ୍ଲୋବିନ ସୃଷ୍ଟି କରେ। ଜିଙ୍କ୍‌ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ମାଂସରେ ଶରୀର ଆବଶ୍ୟକ କରୁଥିବା ସବୁପ୍ରକାର ଆମିନୋ ଏସିଡ୍‌ ମଧ୍ୟ ଥାଏ; ଯାହା ନିରାମିଷ ଖାଦ୍ୟରେ ମିଳେ ନାହିଁ। ଅଣ୍ଡାରେ ପୁଷ୍ଟିସାର, ଜୀବସାର ଖ-୧୨ ଓ ଜୀବସାର ‘ଘ’ ଥାଏ; ଫଳରେ ସ୍ନାୟୁରୋଗ ଦୂର ହୁଏ, ହାଡ଼ ଓ ଦାନ୍ତ ଶକ୍ତ ହୁଏ ଏବଂ ଦୃଷ୍ଟିଶକ୍ତି ବୃଦ୍ଧି ପାଏ।
ଶୁଦ୍ଧ ଶାକାହାରୀ ବା ‘ଭେଗାନ୍‌’ ଖାଦ୍ୟ ତାଲିକାରେ ଆମିଷ ଖାଦ୍ୟ ସହିତ ପଶୁ, ପକ୍ଷୀମାନଙ୍କଠାରୁ ସଂଗୃହୀତ ହେଉଥିବା ଦୁଗ୍‌ଧ ଓ ଦୁଗ୍‌ଧଜାତ ଦ୍ରବ୍ୟ ଏବଂ ଅଣ୍ଡାକୁ ମଧ୍ୟ ବାଦ୍‌ ଦିଆଯାଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ବ୍ୟକ୍ତିମାନେ ଦୈନିକ ୧୦୦ ବା ୨୦୦ ଗ୍ରାମର ମାଂସ, ଖାଆନ୍ତି, ସେମାନେ ଦିନକୁ ୭.୨ କିଲୋଗ୍ରାମ ଅଙ୍ଗାରକାମ୍ଳ ସମତୁଲ, ଉତ୍ସର୍ଜନ କରିଥାନ୍ତି। ଶାକାହାରୀ ବ୍ୟକ୍ତି ସେହି ତୁଳନାରେ ଦୈନିକ ୩.୫ କିଲୋଗ୍ରାମ ଓ ‘ଭେଗାନ୍‌’ ମାନେ ୨.୯ କିଲୋଗ୍ରାମ୍‌ ଅଙ୍ଗାରକାମ୍ଳ ସମତୁଲ ଉତ୍ସର୍ଜନ କରନ୍ତି। ‘ନ୍ୟୁ ସାଇଣ୍ଟିଷ୍ଟ’ ପତ୍ରିକାରେ ପ୍ରକାଶିତ ଏକ ସନ୍ଦର୍ଭରେ ଜଣେ ‘ଭେଗାନ୍‌’ ବ୍ୟକ୍ତି ଆହାର ପ୍ରକ୍ରିୟାରୁ ଉତ୍ପନ୍ନ ହେଉଥିବା ଅଙ୍ଗାରକାମ୍ଳ ବାଷ୍ପ ୬୦ ପ୍ରତିଶତ ହ୍ରାସ କରି ଜଳବାୟୁ ପରିବର୍ତ୍ତନରେ ସହାୟକ ହୋଇପାରିବ ଏବଂ ସେ ମଧୁମେହ ବା ଅନ୍ୟାନ୍ୟ ହୃଦ୍‌ଘାତ ଜନିତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ମଧ୍ୟ ଯଥେଷ୍ଟ କମିଯିବ। କିନ୍ତୁ ଦୁଗ୍‌ଧ, ଦୁଗ୍‌ଧଜାତ ଦ୍ରବ୍ୟ ଓ ଅଣ୍ଡାକୁ ବାଦ ଦେଇ ପ୍ରସ୍ତୁତ ‘ଶୁଦ୍ଧ ଶାକାହାର ଆହାର’ କେତେଦୂର ସୁଷମ ବା ସମତୁଲ ଖାଦ୍ୟ ହୋଇପାରିବ ବା ଶରୀର ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ୱର ଅଭାବ କେତେଦୂର ପୂରଣ କରିପାରିବ, ସେ ବିଷୟରେ ସନ୍ଦେହ ପ୍ରକାଶ କରିବାର ଯଥେଷ୍ଟ ଅବକାଶ ରହିଛି। ତେଣୁ ଭବିଷ୍ୟତରେ ସ୍ବାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ‘ଭେଗାନ’ ଖାଦ୍ୟରେ ଆବଶ୍ୟକ ମୁତାବକ ‘କାଲୋରି’ ମିଳୁଛି ନା ନାହିଁ, ସେଥିପ୍ରତି ଦୃଷ୍ଟିଦେବା ଉଚିତ।
୫୭, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର
ମୋ: ୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri