ବେଦବ୍ୟାସ ପୀଠ: ଠାକୁରଙ୍କୁ ଲାଗି ହେଉନି ଅନ୍ନ ମଣୋହି

ରାଉରକେଲା ଅଫିସ୍‌,୨୮ା୫: ରାଉରକେଲାର ଧାର୍ମିକ ପୀଠ ବେଦବ୍ୟାସରେ ଥିବା ମନ୍ଦିର ଗୁଡିକରେ ଠାକୁରଙ୍କୁ ଅନ୍ନଭୋଗ ଲାଗି ହେଉ ନ ଥିବା ଅଭିଯୋଗ ହୋଇଛି। ବେଦବ୍ୟାସ ପୀଠରେ ଜଗନ୍ନାଥ ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ବିଶ୍ୱନାଥ ମନ୍ଦିର, ଶାନ୍ତ ଶେଖର ମନ୍ଦିର, ରାଧାକୃଷ୍ଣ ମନ୍ଦିର, ସରସ୍ବତୀ କୁଣ୍ଡ ଆଦି ଦେବଦେବୀଙ୍କ ୧୨ଟି ମନ୍ଦିର ରହିଛି। ମାତ୍ର କୌଣସି ମନ୍ଦିରରେ ଠାକୁରଙ୍କୁ ଅନ୍ନ ମଣୋହୀ ଲାଗି ହେଉନାହିଁ କି ଭକ୍ତମାନଙ୍କୁ ମିଳୁନାହିଁ। ରାଉରକେଲାର ଅନ୍ୟ ମନ୍ଦିରରେ ଅନ୍ନ ମଣୋହୀ ଲାଗି ହେଉଥିବା ବେଳେ ବେଦବ୍ୟାସ ପୀଠରେ ଅନ୍ନ ପ୍ରସାଦ ଉପଲବ୍ଧ ନ ହେବା ଯୋଗୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଜନୈକ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି, ବେଦବ୍ୟାସ ପୀଠର କୌଣସି ମନ୍ଦିରରେ ଅନ୍ନଭୋଗ ଲାଗି ହେଉନାହିଁ। କେବଳ ନଡିଆ ଓ କଦଳୀ ଭୋଗରେ ଦେବଦେବୀଙ୍କ ଭୋଗ ଅର୍ପଣ ନୀତି ସମ୍ପନ୍ନ ହେଉଛି । ବେଦବ୍ୟାସ ପୀଠ ବିକାଶ ମଞ୍ଚର ଯୁଗ୍ମ ସମ୍ପାଦକ ବିଭୂତି ଦାଶ କୁହନ୍ତି, ରାଉରକେଲା ହନୁମାନ ବାଟିକାରେ ୨୩ ମନ୍ଦିରରେ ଭକ୍ତଙ୍କୁ ଦୈନିକ ଅନ୍ନ ମଣୋହୀ ମିଳୁଛି। ଏଥିସହିତ ରାଉରକେଲା ଟାଉନଶିପ୍‌ ଓ ସେକ୍ଟର ଅଞ୍ଚଳର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଅନ୍ନ ମଣୋହୀ ଉପଲବ୍ଧ ହେଉଛି। ମାତ୍ର ବେଦବ୍ୟାସ ପୀଠରେ ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା ନ ହେବା ପାଇଁ ଚିନ୍ତାର ବିଷୟ। ଏ ଦିଗରେ ଜିଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲାପାଳ ହର୍ଷଦ ପରାଗ ଗାଭାଲିଙ୍କୁ ପଚାରିବାରୁ ବେଦବ୍ୟାସ ପୀଠରେ ଅନ୍ନ ପ୍ରସାଦ ବ୍ୟବସ୍ଥା ଉପରେ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ସେହିପରି ଦେବୋତ୍ତର ବିଭାଗର ଏକ୍‌ଜିକ୍ୟୁଟିଭ ଅଫିସର ଗୋଲାପ କୌଶିକ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ମନ୍ଦିର ପୂଜକ ମାନଙ୍କ ଦ୍ୱାରା ସମସ୍ତ ଦେବଦେବୀଙ୍କ ଅନ୍ନ ମଣୋହୀ ବ୍ୟବସ୍ଥା କରାଯାଇଛି। ଅର୍ଡର ନ ଦେଲେ ଅନ୍ନ ପ୍ରସାଦ ମିଳେ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?