ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିଛି। ଶନିବାର ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ଦୁଇ ଦଳ ମୁହଁାମୁହିଁ ହୋଇଛନ୍ତି। ମହାନଦୀ ଜଳ ବିବାଦ ସମସ୍ୟା ପ୍ରସଙ୍ଗ ସମାଧାନ ନ ହୋଇପାରିବା ନେଇ ସମ୍ବଲପୁର ଭାଜପା ଶାସକ ବିଜେଡିକୁ ଦାୟୀ କରିଛି। ମହାନଦୀର ନନ୍ଦପଡ଼ା ଘାଟରେ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବରିଷ୍ଠ ଭାଜପା ନେତା ଡ. ପ୍ରମୋଦ ରଥ କହିଛନ୍ତି, ଦୀର୍ଘ ୨୪ ବର୍ଷର ନିରଙ୍କୁଶ ଶାସନ କାଳରେ ବିଜେଡି ବିଭିନ୍ନ ସମସ୍ୟାରେ ଜର୍ଜରିତ ମହାନଦୀ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହଁି। ସମ୍ବଲପୁର ସହରର ଆବର୍ଜନା ଜଳ ସହିତ ଝାରସୁଗୁଡା ଓ ସମ୍ବଲପୁର ଶିଳ୍ପ କରିଡର୍‌ରେ ଥିବା କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ ସିଧାସଳଖ ମହାନଦୀରେ ମିଶି ଏହାକୁ ପ୍ରଦୂଷିତ କରୁଛି। ରାଜ୍ୟ ସରକାରଙ୍କର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ମହାନଦୀ ଜଳକୁ ‘ଡି’ ଶ୍ରେଣୀଭୁକ୍ତ କରି ଏହାର ଜଳକୁ ପିଇବା ତ ଦୂରର କଥା ଶୌଚ ଓ ଗାଧୁଆ ଉପଯୋଗୀ ନୁହେଁ ବୋଲି ସତର୍କ କରାଇଛି। ମାତ୍ର ରାଜ୍ୟସରକାର ମହାନଦୀ ଜଳ ପରିଷ୍କାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଡ. ରଥ ଅଭିଯୋଗ କରିଛନ୍ତି ା ଏହାବ୍ୟତୀତ ସହରର ଜଳ ସଙ୍କଟ ଦୂର ପାଇଁ କୌଣସି ନୂତନ ବ୍ୟାରେଜ ନିର୍ମାଣ ତ ଦୂରର କଥା ସମ୍ବଲପୁର ସହରରେ ୬ ଦଶନ୍ଧି ପୂର୍ବରୁ ନିର୍ମିତ ଅଯୋଧ୍ୟା ସରୋବରର ଆନିକଟକୁ ମଧ୍ୟ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିନାହାନ୍ତି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ମହାନଦୀର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରି ଗ୍ରୀନ ମହାନଦୀ ମିଶନରେ ପରିଣତ କରିବା ନିଷ୍ପତ୍ତି ମଧ୍ୟ ଧୂଆଁବାଣରେ ପରିଣତ ହୋଇଛି ବୋଲି ଡ. ରଥ ଅଭିଯୋଗ କରିଛନ୍ତିି। ଭାଜପାର ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି କହିଥିଲେ ଯେ, ମହାନଦୀକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କର ଯୋଜନା ସମ୍ପୂର୍ଣ୍ଣ ଭିନ୍ନ। ଛତିଶଗଡ଼ ସରକାର ବିନା କୌଣସି ବିସ୍ଥାପନରେ ପିପିପି ମୋଡ଼ର ବହୁତ ଛୋଟ ବଡ଼ ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳକୁ ଗଚ୍ଛିତ ରଖି ଏହାର ସଦୁପଯୋଗ କରିଛନ୍ତି। ବିଜେଡିି ସରକାର ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ମହାନଦୀକୁ ବଡ଼ ପ୍ରସଙ୍ଗ କରି ଏଥିପାଇଁ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ତକତ୍ାଳୀନ ଭାଜପା ସରକାରଙ୍କୁ ଦାୟୀ କରିଥିଲେ। ହେଲେ ୨୦୧୭ରୁ ୨୦୨୪ ମଧ୍ୟରେ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ବିଜେଡି ସରକାର ଏଠାରେ ମହାନଦୀ ଉପରେ ଛୋଟିଆ ବ୍ୟାରେଜଟିଏ ମଧ୍ୟ ତିଆରି କରି ପାରିଲେ ନାହିଁ ବୋଲି ବକ୍ସି ଅଭିଯୋଗ କରିଛନ୍ତି।
ଭାଜପାର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ପାନ୍ଥନିବାସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେଡିି ମୁଖପାତ୍ର ଡ. ଲେନିନ ମହାନ୍ତି ଏବଂ ସଞ୍ଜୟ ବାବୁ ମିଳିତ ଭାବେ ଭାଜପା ଅଭିଯୋଗକୁ କପୋଳକଳ୍ପିତ ଓ ଏଭଳି ମନ୍ତବ୍ୟ ଦେଇ ଭାଜପା ସମ୍ବଲପୁରବାସୀଙ୍କୁ ବିଭ୍ରାନ୍ତ କରୁଛି ବୋଲି କହିଛନ୍ତି। ତେବ ୨୦୧୮ରେ ଛତିଶଗଡ଼ରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ଼ର ସବୁ ବେଆଇନ କାମକୁ ସମର୍ଥନ କରିଆସିଛନ୍ତି। ମୁଖ୍ୟତଃ ମହାନଦୀ ପ୍ରସଙ୍ଗରେ ଛତଶଗଡ଼ ସରକାର ମହାନଦୀ ଉପରେ ବେଆଇନ ବ୍ୟାରେଜ ନିର୍ମାଣ କରି ଏହାର ଜଳକୁ ଅବରୋଧ କରିରଖିଥିବା ବେଳେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିଲେ। ଏପରିକି ଛତିଶଗଡ଼ ମହାନଦୀର ଜଳକୁ ରୋକି ଓଡ଼ିଶାର ଲୋକଙ୍କ ଜୀବନ ଜୀବିକାକୁ ବିପର୍ଯ୍ୟୟ ଆଡ଼କୁ ଠେଲିଦେଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ବିରୋଧରେ ଧର୍ମେନ୍ଦ୍ର ମୁହଁ ଖୋଲି ନ ଥିବା ବେଳେ ଆଜି ମହାନଦୀ ସଫେଇ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛି ଭାଜପା ବୋଲି ଅଭିଯୋଗ କରିଛନ୍ତି ବାବୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?