ବୈକୁଣ୍ଠପୁରୀ ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ

ଲାଞ୍ଜିଗଡ଼,୧୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ର ବୈକୁଣ୍ଠପୁରୀଠାରେ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୮ଘଣ୍ଟା ସମୟରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଅପରାହ୍ନ ୧ଟା ସମୟରେ ପୂଜାକାର୍ଯ୍ୟ ଶେଷ ହୋଇଥିବାବେଳେ ଅଞ୍ଚଳର ହଜାର ସଂଖ୍ୟାରେ ଭକ୍ତ ଯୋଗଦେଇଥିଲେ। କର୍ତ୍ତା ଭାବେ ଚନ୍ଦ୍ରଧ୍ୱଜ ପେଶନିଅI ଓ ଶାନ୍ତିଲତା ପେଶନିଆ, ଶରତ ଚନ୍ଦ୍ର ସିଂ ଓୀର୍ବ ସିଂ ଏବଂ ସୁବାସ ଚନ୍ଦ୍ର ଅଗ୍ରୱାଲ ଓ ପିଙ୍କିବାଇ ଅଗ୍ରୱାଲ କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ପୁରୋହିତ ଭାବେ ଅନନ୍ତ ଚରଣ ରଥ ପୂଜାକାର୍ଯ୍ୟ କରୁଥିବା ବେଳେ ପୂଜକ ଭାବେ ସୁନୀଲ କୁମାର ମିଶ୍ର, ଦାମୋଦର ରଥ କାର୍ଯ୍ୟ ତୁଲାଇଥିଲେ। ଏଥିରେ ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସମ୍ପାଦକ କାମରାଜ ଦଳବେହେରା, ସାମାଜିକ କର୍ମୀ ଶ୍ରୀଧର ପେଶନିଆଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ରେଞ୍ଜର ସମୀକ୍ଷା କଲେ ଡିଏଫଓ, ବିଦ୍ୟୁତ ପ୍ରହରୀ…

ପାଟଣା,୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ବନଖଣ୍ଡର ଡିଭିଜନାଲ ଫରେଷ୍ଟ…

ଖଣ୍ଡାଦେଉଳି ଅଞ୍ଚଳରେ ଶୋକର ଛାୟା, ୪ ଥର ସରପଞ୍ଚ ହୋଇଥିଲେ କମ୍ରେଡ ଲିଙ୍ଗରାଜ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡାଦେଉଳି ପଂଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସିପିଏମ ନେତା କମ୍ରେଡ ଲିଙ୍ଗରାଜ ପଲେଇଙ୍କ ଦେହାନ୍ତ ହୋଇଛି ।…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ସ୍ୱପ୍ନର ବାଂଲାଦେଶ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri