Posted inଖେଳ

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି। ଏମିତିରେ ତାଙ୍କ ସାନ ଭାଇ ଆଶୀର୍ବାଦ ସୂର୍ଯ୍ୟବଂଶୀ ମଧ୍ୟ ନିଜ ବ୍ୟାଟିଂ କୌଶଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ୧୦ ବର୍ଷୀୟ ଆଶୀର୍ବାଦ ମାତ୍ର ୧୧୯ ବଲ୍‌ରେ ୧୬୮ ରନ୍‌ରଏକ ବିସ୍ଫୋରକ ଇନିଂସ ଖେଳି ନିଜ ଦଳକୁ ଏକ ବଡ଼ ବିଜୟ ଦେଇଛନ୍ତି।
ବିହାରର ସମସ୍ତିପୁର ଜିଲାରେ ଥିବା ବୈଭବଙ୍କ ଗାଁ ତାଜପୁରରେ ଖେଳାଯାଇଥିବା ଏକ ସ୍ଥାନୀୟ ମ୍ୟାଚ୍‌ରେ ଆଶୀର୍ବାଦ ସୂର୍ଯ୍ୟବଂଶୀ ନିଜ ଦଳ ’ଋଷଭ-୧୧’ (ସମସ୍ତିପୁର) ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ। ବଡ଼ ଭାଇ ବୈଭବଙ୍କ ଭଳି ଆଶୀର୍ବାଦ ମଧ୍ୟ ଦଳ ପାଇଁ ଓପନିଂ କରିଥିଲେ ଏବଂ ’ରୋଶନ-୧୧’ (ବୈଶାଳୀ)ର ବୋଲରମାନଙ୍କୁ ନାକେଦମ କରିଦେଇଥିଲେ। ଆଶୀର୍ବାଦ ମାତ୍ର ୧୧୯ଟି ବଲ୍‌ ଖେଳି ବୈଭବଙ୍କ ଶୈଳୀରେ ଚୌକା-ଛକା ବର୍ଷା କରି ଧୂଆଁଧାର ୧୬୮ ରନ ସଂଗ୍ରହ କରିଥିଲେ। ଏହି ଇନିଂସରେ ସୂର୍ଯ୍ୟବଂଶୀ ପରିବାରର ସବୁଠାରୁ ସାନ ପୁଅ ୧୯ଟି ଚୌକା ଓ ୬ଟି ଛକା ମାରି ନିଜ ଦଳକୁ ଜିତାଇଥିଲେ।
ବୈଭବ ମଧ୍ୟ ନିଜ ସାନ ଭାଇର ଏହି ଚମତ୍କାର ପ୍ରଦର୍ଶନର ସୂଚନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତେବେ ତିନି ଭାଇଙ୍କ ମଧ୍ୟରେ ସବୁଠାରୁ ସାନ ଆଶୀର୍ବାଦ ନିଜ ବ୍ୟାଟ୍‌ରେ ଏଭଳି ପ୍ରଦର୍ଶନ କରିବା କିଛି ପ୍ରଥମ ଘଟଣା ନୁହେଁ। କିଛି ଦିନ ପୂର୍ବେ ସେ ଅନୁରୂପ ଭାବେ ଏକ ସ୍ଥାନୀୟ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ସେତେବେଳେ ସେ ୮୭ ବଲ୍‌ରେ ୧୦୩ ରନ କରିଥିଲେ। ସେହି ମ୍ୟାଚ୍‌ରେ ମଧ୍ୟ ତାଙ୍କ ଦଳ ବିଜୟୀ ହୋଇଥିଲା। ଏହି ଦୁଇ ଭାଇଙ୍କ ବାପା ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି ଯେ, ବୈଭବଙ୍କୁ ତ ସେ ଉଚ୍ଚ ସ୍ତରକୁ ପହଞ୍ଚାଇ ଦେଇଛନ୍ତି, ଏବେ ଆଗାମୀ ୨ ବର୍ଷ ମଧ୍ୟରେ ସେ ସାନ ପୁଅ ଆଶୀର୍ବାଦଙ୍କୁ ମଧ୍ୟ ଆଇପିଏଲ (IPL) ପାଇଁ ପ୍ରସ୍ତୁତ କରିଦେବେ।
ଅପରପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଟିମ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି, ଯେଉଁଠାରେ ସେ ୨ଟି ଟି-୨୦ ମ୍ୟାଚ୍ର ସିରିଜ୍‌ର ଅଂଶ ଅଟନ୍ତି। ଏହା ପରେ ସେ ସେଠାରୁ ଇଂଲଣ୍ଡ ଗସ୍ତ କରି ୫ଟି ଟି-୨୦ ମ୍ୟାଚ୍‌ର ସିରିଜ୍‌ରେ ମଧ୍ୟ ସାମିଲ ହେବେ। ନିକଟରେ ବୈଭବ ଶ୍ରୀଲଙ୍କା-’ଏ’ ଗସ୍ତରେ ଇଣ୍ଡିଆ-’ଏ’ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହି ତ୍ରିଦେଶୀୟ ଦିନିକିଆ ସିରଜ୍‌ର ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକରେ ବୈଭବ କୌଣସି ବଡ଼ ଚମତ୍କାର କରିପାରି ନ ଥିଲେ, କିନ୍ତୁ ଫାଇନାଲ ମ୍ୟାଚ୍‌ରେ ସେ ମାତ୍ର ୨୯ ବଲ୍‌ରେ ୯୪ ରନ୍‌ର ଏକ ଇନିଂସ ଖେଳି ଦଳକୁ ଚାମ୍ପିୟନ କରାଇଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ରବିବାର ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୯: ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା…

ମାତ୍ର ଗୋଟିଏ ମିନିଟରେ ଟିକେଟ ରେଜିଷ୍ଟ୍ରେଶନ ଶେଷ! IND vs WI ମ୍ୟାଚ ପାଇଁ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ (ODI) ସିରିଜ ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, କାରଣ ଏଥିରେ ରୋହିତ ଶର୍ମା…

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?