Posted inଖେଳ

ସେମିଫାଇନାଲରେ ଚାଲିଲାନି ବୈଭବଙ୍କ ବ୍ୟାଟ୍‌, ୨୭ ବଲ୍‌ରେ ୪୦ ରନ୍‌ କରି ଫେରିଲେ ପାଭିଲିୟନ୍‌

ନୂଆଦିଲ୍ଲୀ,୨୬।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଐତିହାସିକ ଇନିଂସ୍‌ ଖେଳି ଚର୍ଚ୍ଚାକୁ ଆସିଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ସେମିଫାଇନାଲରେ ବଡ଼ ସ୍କୋର କରିପାରିନାହାନ୍ତି । ଶ୍ରୀଲଙ୍କା ଏ ବିପକ୍ଷ ମୁକାବିଲାରେ ସେ ୨୭ ବଲ୍‌ରୁ ୪୦ ରନ୍‌ କରି ଆଉଟ୍‌ ହୋଇଥିଲେ । ତେବେ ଏହି ଛୋଟ ଇନିଂସ୍‌ରେ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ତିନିଟି ଲମ୍ବା ଛକା ଦେଖିବାକୁ ମିଳିଥିଲା।

ୟୁଏଇ ବିପକ୍ଷରେ ୨୦୪ ରନ୍‌ର ଧମାକାଦାର ପାଳି ଖେଳି ଭାରତକୁ ବିଜୟ ଦେଇଥିବା ବୈଭବଙ୍କ ଉପରେ ସେମିଫାଇନାଲରେ ସମସ୍ତଙ୍କ ନଜର ରହିଥିଲା। ନେପାଳ ଓ ପାକିସ୍ତାନ ବିପକ୍ଷରେ ରନ୍‌ କରିପାରିନଥିବା ବୈଭବ ୟୁଏଇ ବିପକ୍ଷରେ ନିଜ ଦକ୍ଷତା ପ୍ରମାଣ କରିଥିଲେ । ମ୍ୟାଚ୍‌ ପରେ ସେ ସେମିଫାଇନାଲରେ ମଧ୍ୟ ବଡ଼ ସ୍କୋର କରିବାକୁ ଆଶା ରଖିଥିବା କହିଥିଲେ ।

ଶ୍ରୀଲଙ୍କା ଏ ବିପକ୍ଷରେ ବୈଭବ ଓ ଅଭିଷେକ ଶର୍ମା ଭାରତକୁ ଆକ୍ରମଣାତ୍ମକ ଆରମ୍ଭ ଦେଇଥିଲେ । ପ୍ରଥମ ୮ ଓଭରରେ ଉଭୟ ମିଶି ୮୦ ରନ୍‌ ଯୋଡ଼ିଥିଲେ । ବୈଭବ ନିଜ ଲୟରେ ଖେଳୁଥିବା ଦେଖାଯାଉଥିଲା। କିନ୍ତୁ ଏକ ଖରାପ ସଟ୍‌ ଖେଳି ସେ ଜନିଥ ଲିୟାନାଗେଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଛକା ମାରିବାକୁ ଯାଇ ଆଉଟ୍ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ଇନିଂସ୍‌ରେ ୪ଟି ଚୌକା ଓ ଛକା ସାମିଲ ଥିଲା। ସେ ୧୪୮.୧୫ ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରିଥିଲେ।

ଗ୍ରୁପ୍‌ ଷ୍ଟେଜ୍‌ର ଶେଷ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ୟୁଏଇ ବୋଲରଙ୍କୁ ଧୋଇଥିଲେ । ଭାରତ ସମ୍ମୁଖରେ ୟୁଏଇ ୨୫୦ ରନ୍‌ର ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଭାରତ ୧୪.୨ ଓଭରରେ ୭ ୱିକେଟ୍‌ ହରାଇ ୨୫୪ ରନ୍‌ କରି ବିଜୟ ହାସଲ କରିଥିଲା। ୨୦୦ରୁ ଅଧିକ ରନ୍‌ର ଲକ୍ଷ୍ୟକୁ ଏତେ କମ୍‌ ଓଭରରେ ପିଛା କରିବା ଏକ ରେକର୍ଡ ଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରେ ଲାଗିଛି AI ଚିପ’ Nvidia CEO-ଙ୍କୁ ନେଇ ଏମିତି କହିଲା ଆଇସଲ୍ୟାଣ୍ଡ କ୍ରିକେଟ

ନୂଆଦିଲ୍ଲୀ,୨୬।୧୧: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ୨୦୪ ରନର ଇନିଂସ ବର୍ତ୍ତମାନ ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୧୫ ବର୍ଷ ବୟସ୍କ ଜଣେ ବ୍ୟାଟର ଗୋଟିଏ ଇନିଂସରେ…

Gen Z ଙ୍କୁ ଫୋକସ, ୫,୦୦୦ ଟଙ୍କାର ଭତ୍ତା ଠାରୁ ଆରମ୍ଭ କରି ୨୫ ଲକ୍ଷ ନିଯୁକ୍ତି ପର୍ଯ୍ୟନ୍ତ: SP ଘୋଷଣା ପତ୍ରରେ ଜନତାଙ୍କୁ ବଡ଼ ପ୍ରତିଶ୍ରୁତି

ଲକ୍ଷ୍ନୌ.୨୬।୧୧: ସମାଜବାଦୀ ପାର୍ଟି ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ଇସ୍ତାହାର ଜାରି କରିଛି, ଯେଉଁଥିରେ‘ଜେନ ଜେଡ’ (Gen Z – ବର୍ତ୍ତମାନର ଯୁବପିଢ଼ି)…

ଅଫିସ ଆଗରେ ମାଣ ବସାଇ ଲକ୍ଷ୍ମୀପୁରାଣ ପଢ଼ିଲେ ଅଙ୍ଗନଓ୍ବାଡ଼ି କର୍ମୀ-ସହାୟକ, ହୁଳହୁଳି ପକାଇ…

ଆଳି,୨୬ା୧୧(ବନମାଳୀ ସେନାପତି): ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡ଼ି କର୍ମୀମାନେ ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମଗ୍ର ରାଜ୍ୟରେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା…

ବୈଭବ ସୂର୍ଯ୍ୟବଂଶୀ ଗୋଟିଏ ଟେଷ୍ଟ କ୍ରିକେଟ ଇନିଂସରେ ୫୦୦ ରନ ସଂଗ୍ରହ କରିବେ, ଏମିତି ଭବିଷ୍ୟବାଣୀ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର

ନୂଆଦିଲ୍ଲୀ,୨୬।୧୧: ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଚହଳ ସୃଷ୍ଟି କରିଛନ୍ତି। ‘୨୦୨୬ ଏସିଆ କପ ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟରେ, ସେ…

ସମ୍ବିଧାନ ଦିବସରେ ଏକାଠି ହେଲା ଜିଲା ପ୍ରଶାସନ: ସମ୍ବିଧାନର ମୂଳମନ୍ତ୍ର ଉପରେ ଆଲୋକପାତ

ଛତ୍ରପୁର,୨୬ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପରିଷଦ କାର୍ଯ୍ୟାଳୟରେ ଗୁରୁବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଓ ଜିଲା…

ଏହି ଅଭିନେତ୍ରୀଙ୍କୁ ପ୍ରେମରେ ଉବୁଟୁବୁ ଅର୍ଜୁନ: ଏକାଠି ଆସିଲେ…

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ତଥା ସ୍ପୋଟର୍‌ସ ପ୍ରେଜେଣ୍ଟର ସାହିବା ବାଲିଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁପର୍ବ ଅବସରରେ…

ରିଲିଜ୍‌ ପୂର୍ବରୁ ରେକର୍ଡ କଲା ‘ଇଠା’: ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ…

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ଈଠା’ ରିଲିଜ୍‌ ପୂର୍ବରୁ ଏକ ବଡ଼ ସଫଳତା ହାସଲ କରିଛି। ଫିଲ୍ମର ପ୍ରଥମ ଗୀତ ‘ଜି ଜି ରେ…

କୋଟିଆରେ ଓଡ଼ିଆ ଅସ୍ମିତାର ସ୍ବର: ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ସାରସ୍ବତ ଆସର

କୋରାପୁଟ,୨୬।୧୧(ଅମିତାଭ ବେହେରା): ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅନୁରାଗ ବୃଦ୍ଧି ସହ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କୋଟିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?