Posted inଖେଳ

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି, ଯେଉଁଠାରେ ଦଳ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ। ଏହି ଗସ୍ତରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜର ଆନ୍ତର୍ଜାତୀୟ ଡେବ୍ୟୁ କରିପାରନ୍ତି। ଯଦି ଏପରି ହୁଏ, ତେବେ ସେ ସବୁଠାରୁ କମ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଭାରତୀୟ ଖେଳାଳି ବନିଯିବେ। ହେଲେ ତାଙ୍କ ଡେବ୍ୟୁ ପୂର୍ବରୁ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୈଭବ ସୂର୍ଯ୍ୟବଂଶୀ ଟିମ ଇଣ୍ଡିଆର ମୁଖ୍ୟ ଡ୍ରେସିଂ ରୁମ୍‌ରେ କପଡ଼ା ବଦଳାଇ ପାରିବେ ନାହିଁ। ବୈଭବଙ୍କୁ ଏକ ସ୍ବତନ୍ତ୍ର ଅଲଗା ଡ୍ରେସିଂ ରୁମ ଦିଆଯିବ ଏବଂ ଏହା ପଛର କାରଣ ହେଉଛି ଆଇସିସି (ICC) ଏବଂ ଇଂଲଣ୍ଡ କ୍ରିକେଟ ବୋର୍ଡ (ECB)ର ଏକ ସ୍ବତନ୍ତ୍ର ନିୟମ।
ଆଇସିସି ଏବଂ ଇଂଲଣ୍ଡ କ୍ରିକେଟ ବୋର୍ଡର ନିୟମ ରହିଛି ଯେ, ୧୬ ବର୍ଷରୁ କମ ବୟସର କୌଣସି ଖେଳାଳି ବୟସ୍କ ଖେଳାଳିମାନଙ୍କ ଚେଞ୍ଜିଂ ରୁମ ବା ଡ୍ରେସିଂ ରୁମ୍‌ ବ୍ୟବହାର କରିପାରିବେ ନାହିଁ। ତେଣୁ ସୂର୍ଯ୍ୟବଂଶୀଙ୍କୁ ଇଂଲଣ୍ଡର ପ୍ରତ୍ୟେକ ଷ୍ଟାଡିୟମରେ ଏକ ଅଲଗା ଚେଞ୍ଜିଂ ରୁମ ମିଳିବ, ଯେଉଁଠାରେ ତାଙ୍କ ସହିତ ତାଙ୍କର ପିତାମାତା ମଧ୍ୟ ଉପସ୍ଥିତ ରହିବେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଡ୍ରେସିଂ ରୁମ୍‌କୁ ଯିବା ପାଇଁ ଅନୁମତି କେବଳ ମ୍ୟାଚ୍‌ ଚାଲିଥିବା ସମୟରେ ଏବଂ ଟିମ୍‌ ମିଟିଂ ସମୟରେ ହିଁ ମିଳିବ।
ସୂଚନାଯୋଗ୍ୟ, ଇଂଲଣ୍ଡର କ୍ରୀଡ଼ା ଜଗତରେ ଏହି ନିୟମକୁ ଅତି କଡ଼ାକଡ଼ି ଭାବେ ପାଳନ କରାଯାଏ। ଫୁଟବଲ କ୍ଲବ ଆର୍ସେନାଲ୍‌ର ଖେଳାଳି ମ୍ୟାକ୍ସ ଡୋମ୍ୟାନ୍‌ଙ୍କ ମଧ୍ୟ ଗତ ସିଜିନ ପର୍ଯ୍ୟନ୍ତ ଅଲଗା ଚେଞ୍ଜିଂ ରୁମ ଦିଆଯାଉଥିଲା। ଯେତେବେଳେ ସେ ୨୦୨୫ ଡିସେମ୍ବରରେ ୧୬ ବର୍ଷର ହେଲେ, ସେତେବେଳେ ତାଙ୍କୁ ବାକି ସାଥୀ ଖେଳାଳିଙ୍କ ସହ ଡ୍ରେସିଂ ରୁମ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବ ବୋଲି ଇସିବି (ECB)ର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି।
’ଦି ଗାର୍ଡିଆନ’ ସହ କଥାବାର୍ତ୍ତା ବେଳେ ଇସିବି ପକ୍ଷରୁ କୁହାଯାଇଛି ଯେ, ଇଂଲଣ୍ଡରେ ଏହି ନିୟମ ବାଧ୍ୟତାମୂଳକ। ସମ୍ପୂର୍ଣ୍ଣ ଗସ୍ତ ସମୟରେ ବୈଭବଙ୍କୁ ତାଙ୍କ ପରିବାର ସହ ହିଁ ରହିବାକୁ ପଡ଼ିବ ଏବଂ ସେମାନେ ଏକାଠି ଗୋଟିଏ ହୋଟେଲ ବା ଗୋଟିଏ ରୁମ୍‌ରେ ରହିପାରନ୍ତି।
ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରଜ୍‌ରେ ସୁଯୋଗ ମିଳୁ କି ନ ମିଳୁ, କିନ୍ତୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ୫ଟି ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ସେ ନିଶ୍ଚିତ ଭାବେ ଡେବ୍ୟୁ କରିପାରନ୍ତି। ସେ ଭାରତୀୟ ଦଳରେ ସାମିଲ ହେବା ପରଠାରୁ ଇଂଲଣ୍ଡ କ୍ରିକେଟ ମହଲରେ ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଇଂଲଣ୍ଡର ଅନେକ କ୍ରିକେଟର ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କର ଏହି ଅସାଧାରଣ ପ୍ରତିଭାକୁ ନିଜ ଆଖିରେ ମଇଦାନରେ ଦେଖିବା ପାଇଁ ବେଶ ଉତ୍ସାହିତ ଅଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବୋହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?