ଆଉ ୩ ସ୍ଥାନରେ ଡ୍ରାଇଭ୍‌ ଇନ୍‌ ଭାକ୍ସିନ

ଭୁବନେଶ୍ୱର, ୧୧।୫ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ହାର ଦିନକୁ ଦିନ ବଢି ଚାଲିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଗତ ୮ତାରିଖରୁ ଦ୍ୱିତୀୟ ଡୋଜ୍‌ ଟିକାକରଣ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରସୁଲଗଡସ୍ଥିତ ଏସ୍‌ପ୍ଲାନେଡ୍‌ ମଲର ପାର୍କିଂସ୍ଥଳରେ ଗାଡ଼ି ଭିତରେ (ଡ୍ରାଇଭ୍‌  ଇନ୍‌ ଭ୍ୟାକ୍ସିନେଶନ ) ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିଲା। ତେବେ ଏସ୍‌ପ୍ଲାନେଡ୍‌ ମଲ୍‌ ପରି ଆଉ ୩ଟି ସ୍ଥାନରେ ଯଥା କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରୀଆ ମଲ ପାର୍କିଂସ୍ଥଳ, ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍‌ ପାର୍କିଂସ୍ଥଳ ଓ ପଟିଆସ୍ଥିତ କିଟ୍‌ ୟୁନିଭର୍ସିଟିର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବିଏମ୍‌ସର ଭ୍ୟାକ୍ସିନ ଇନ୍‌ ଡ୍ରାଇଭ୍‌ କରାଯିବ ବୋଲି ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ଏଠାରେ ୪୫ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଦ୍ୱତୀୟ ଡୋଜ୍‌ ଟିକା ନେଇପାରିବେ। ଦିନକୁ ପ୍ରତ୍ୟେକ ସ୍ଥାନରେ ୩ଶହ ଲେଖାଏଁ ସ୍ଲଟ ବୁକିଂ ଧାର୍ଯ୍ୟ କରାଯାଇଥିବାବେଳେ ମଙ୍ଗଳବାରଠାରୁ ଆସନ୍ତା ୧୫ତାରିଖ ୫ଦିନ ପର୍ଯ୍ୟନ୍ତ ଏହି ଟିକାକରଣ ହେବ। ଏନେଇ https:/selfregistration.cowin.gov.in/ରେ ସୋମବାର ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ କରାଯାଇଥିଲା। ଟିକାକରଣ ସ୍ଥାନକୁ କେବଳ ସ୍ଲଟ ବୁକିଂ କରିଥିବା ବ୍ୟକ୍ତିଙ୍କୁ ନିଜ ସଙ୍ଗରେ ପ୍ରଥମ ଡୋଜ୍‌ ଟିକାକରଣର ସାର୍ଟିଫିକେଟ ନେଇ ଆସିବାକୁ ଅନୁମତି ଦିଆଯାଇଛି। ସେହିପରି ଗାଡ଼ିରେ ରହି ଟିକା ନେବା ପରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ଅବ୍‌ଜରଭେଶନ୍‌ ପାଇଁ ଓ୍ବେଟିଂ ଏରିଆରେ ରହିବାକୁ କୁହାଯାଇଛି। ରାଜଧାନୀରେ ଘରୋଇ ହସ୍ପିଟାଲରେ ଟିକାଦାନ ପାଇଁ ପୂର୍ବରୁ ୩୧ଟି ବେସରକାରୀ ହସ୍ପିଟାଲକୁ ପ୍ରଥମ ଫେଜ୍‌ରେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇନାହିଁ। ଟିକା ଆସିଲେ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ ବୋଲି ସେ କହିଛନ୍ତି। ଗତ ୧ ତାରିଖରୁ ମହାନଗର ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗର ହିତାଧିକାରୀମାନଙ୍କୁ ଟିକାକରଣ ଆରମ୍ଭ କରାଯାଇଛି। ଏହି ବର୍ଗର ହିତାଧିକାରୀଙ୍କ ପାଇଁ ଦେଢ ଲକ୍ଷ ଟିକା ଆସିଥିଲା। ବିଏମ୍‌ସି ପକ୍ଷରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ୍‌ ବୁକିଂ ସରିଛି। ତେଣୁ ବୁକିଂ କ୍ୟାନ୍‌ସେଲ କରାଯାଇପାରିବ ନାହିଁ। ତେଣୁ ନୂଆ ଭ୍ୟାକ୍ସିନ ଆସିଲେ ଘରୋଇ ହସ୍ପିଟାଲକୁ ଦେବାର ବ୍ୟବସ୍ଥା କରାଯିବ। ଏଯାବତ୍‌ ମହାନଗର ଅଞ୍ଚଳରେ ପ୍ରାୟ ୫ଲକ୍ଷ ହିତାଧିକାରୀ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ନେଇ ସାରିଲେଣି ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri