ଆଉ ୩ ସ୍ଥାନରେ ଡ୍ରାଇଭ୍‌ ଇନ୍‌ ଭାକ୍ସିନ

ଭୁବନେଶ୍ୱର, ୧୧।୫ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ହାର ଦିନକୁ ଦିନ ବଢି ଚାଲିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଗତ ୮ତାରିଖରୁ ଦ୍ୱିତୀୟ ଡୋଜ୍‌ ଟିକାକରଣ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରସୁଲଗଡସ୍ଥିତ ଏସ୍‌ପ୍ଲାନେଡ୍‌ ମଲର ପାର୍କିଂସ୍ଥଳରେ ଗାଡ଼ି ଭିତରେ (ଡ୍ରାଇଭ୍‌  ଇନ୍‌ ଭ୍ୟାକ୍ସିନେଶନ ) ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିଲା। ତେବେ ଏସ୍‌ପ୍ଲାନେଡ୍‌ ମଲ୍‌ ପରି ଆଉ ୩ଟି ସ୍ଥାନରେ ଯଥା କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରୀଆ ମଲ ପାର୍କିଂସ୍ଥଳ, ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍‌ ପାର୍କିଂସ୍ଥଳ ଓ ପଟିଆସ୍ଥିତ କିଟ୍‌ ୟୁନିଭର୍ସିଟିର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବିଏମ୍‌ସର ଭ୍ୟାକ୍ସିନ ଇନ୍‌ ଡ୍ରାଇଭ୍‌ କରାଯିବ ବୋଲି ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ଏଠାରେ ୪୫ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଦ୍ୱତୀୟ ଡୋଜ୍‌ ଟିକା ନେଇପାରିବେ। ଦିନକୁ ପ୍ରତ୍ୟେକ ସ୍ଥାନରେ ୩ଶହ ଲେଖାଏଁ ସ୍ଲଟ ବୁକିଂ ଧାର୍ଯ୍ୟ କରାଯାଇଥିବାବେଳେ ମଙ୍ଗଳବାରଠାରୁ ଆସନ୍ତା ୧୫ତାରିଖ ୫ଦିନ ପର୍ଯ୍ୟନ୍ତ ଏହି ଟିକାକରଣ ହେବ। ଏନେଇ https:/selfregistration.cowin.gov.in/ରେ ସୋମବାର ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ କରାଯାଇଥିଲା। ଟିକାକରଣ ସ୍ଥାନକୁ କେବଳ ସ୍ଲଟ ବୁକିଂ କରିଥିବା ବ୍ୟକ୍ତିଙ୍କୁ ନିଜ ସଙ୍ଗରେ ପ୍ରଥମ ଡୋଜ୍‌ ଟିକାକରଣର ସାର୍ଟିଫିକେଟ ନେଇ ଆସିବାକୁ ଅନୁମତି ଦିଆଯାଇଛି। ସେହିପରି ଗାଡ଼ିରେ ରହି ଟିକା ନେବା ପରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ଅବ୍‌ଜରଭେଶନ୍‌ ପାଇଁ ଓ୍ବେଟିଂ ଏରିଆରେ ରହିବାକୁ କୁହାଯାଇଛି। ରାଜଧାନୀରେ ଘରୋଇ ହସ୍ପିଟାଲରେ ଟିକାଦାନ ପାଇଁ ପୂର୍ବରୁ ୩୧ଟି ବେସରକାରୀ ହସ୍ପିଟାଲକୁ ପ୍ରଥମ ଫେଜ୍‌ରେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇନାହିଁ। ଟିକା ଆସିଲେ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ ବୋଲି ସେ କହିଛନ୍ତି। ଗତ ୧ ତାରିଖରୁ ମହାନଗର ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗର ହିତାଧିକାରୀମାନଙ୍କୁ ଟିକାକରଣ ଆରମ୍ଭ କରାଯାଇଛି। ଏହି ବର୍ଗର ହିତାଧିକାରୀଙ୍କ ପାଇଁ ଦେଢ ଲକ୍ଷ ଟିକା ଆସିଥିଲା। ବିଏମ୍‌ସି ପକ୍ଷରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ୍‌ ବୁକିଂ ସରିଛି। ତେଣୁ ବୁକିଂ କ୍ୟାନ୍‌ସେଲ କରାଯାଇପାରିବ ନାହିଁ। ତେଣୁ ନୂଆ ଭ୍ୟାକ୍ସିନ ଆସିଲେ ଘରୋଇ ହସ୍ପିଟାଲକୁ ଦେବାର ବ୍ୟବସ୍ଥା କରାଯିବ। ଏଯାବତ୍‌ ମହାନଗର ଅଞ୍ଚଳରେ ପ୍ରାୟ ୫ଲକ୍ଷ ହିତାଧିକାରୀ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ନେଇ ସାରିଲେଣି ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri