୧୫ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ, ୧.୧୯ କୋଟି ଦ୍ୱିତୀୟ ଡୋଜ୍‌ ନେଇ ନାହାନ୍ତି…

ନୂଆଦିଲ୍ଲୀ,୧୭।୩ : କରୋନା ବିରୋଧୀ ଲଢ଼େଇରେ ଦେଶରେ ଇତିମଧ୍ୟରେ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଛି। କିନ୍ତୁ ତୃତୀୟ ଲହର ପରେ ସଂକ୍ରମଣର ଗତି କମୁଥିବାରୁ ଟିକାକରଣ ବିଷୟରେ କୌଣସି ଗମ୍ଭୀରତା ଦେଖିବାକୁ ମିଳୁ ନାହିଁ। ଦେଶରେ ଜାନୁୟାରୀ ୩ ରୁ ୧୫ରୁ ୧୭ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା। କିନ୍ତୁ ଏହି ବୟସର ୧.୧୯ କୋଟିରୁ ଅଧିକ ପିଲା ପ୍ରଥମ ଡୋଜର ୪୫ ଦିନ ସମାପ୍ତ ହେବା ପରେ ମଧ୍ୟ ଦ୍ୱିତୀୟ ଡୋଜ ନେଇ ନାହାନ୍ତି।

ସେଥିମଧ୍ୟରୁ ବିହାରରେ ସର୍ବାଧିକ ୧୭.୯୧ ଲକ୍ଷ ପିଲା ଅଛନ୍ତି। ୩୧ ଜାନୁୟାରୀ ୨୦୨୨ ସୁଦ୍ଧା, ଦେଶର ୪.୬୬ କୋଟି ପିଲା ପ୍ରଥମ ଡୋଜ ନେଇଥିଲେ। ୪୫ ଦିନ ସମାପ୍ତ ହେବା ପରେ, ମାର୍ଚ୍ଚ ୧୫ ସୁଦ୍ଧା, ଦ୍ୱିତୀୟ ଡୋଜ ମାତ୍ର ୩.୪୭ କୋଟି ପିଲା ନେଇ ନାହାନ୍ତି। ୧.୧୯ କୋଟି ଅର୍ଥାତ୍‌ ୨୫.୫ ପ୍ରତିଶତ ପିଲାମାନଙ୍କର ଦ୍ୱିତୀୟ ଡୋଜ ପାଇଁ ସମୟ ଅତିକ୍ରମ ହୋଇଥିଲେ ବି ସେମାନେ ଏହାକୁ ନେବାକୁ ଆସି ନଥିବା କୁହାଯାଉଛି।

ଦେଶରେ ୧୫ ରୁ ୧୭ ବର୍ଷ ବୟସ ବର୍ଗରେ ୭.୪୦ କୋଟି ପିଲା ଅଛନ୍ତି। ସେଥିମଧ୍ୟରୁ କେବଳ ୫.୬୦ କୋଟି ପିଲା ପ୍ରଥମ ଡୋଜ ମାର୍ଚ୍ଚ ୧୫ ମଧ୍ୟରେ ନେଇଛନ୍ତି। ପ୍ରାୟ ୧.୮୦ କୋଟି ପିଲା ପ୍ରଥମ ଡୋଜ ମଧ୍ୟ ଦେଇନାହାନ୍ତି।

ଟିକାକରଣ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ୍‌ର ଅଧ୍ୟକ୍ଷ ଡାକ୍ତର ଏନ୍‌.କେ. ଆରୋରା କହିଛନ୍ତି ଯେ ଚାଇନାରେ ମାମଲା ବଢୁୁଛି। ଓମିକ୍ରନ ଏବଂ ଡେଲଟା ଭାରିଆଣ୍ଟ୍‌ର ନୂତନ ସ୍ବରୂପ ଆସିବାର ଆଶଙ୍କା ରହିଛି। ଏହି କାରଣରୁ ପିଲାମାନଙ୍କର ଟିକାକରଣ କରାଯିବା ଜରୁରୀ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ, ୧୨ ରୁ ୧୪ ବର୍ଷ ବୟସର ୨.୫ ଲକ୍ଷରୁ ଅଧିକ ପିଲା ବୁଧବାର ପ୍ରଥମ ଡୋଜ ନେଇଛନ୍ତି। ଦେଶରେ ୧୨ରୁ ୧୪ ବର୍ଷ ବୟସ ବର୍ଗରେ ୪.୭ କୋଟି ପିଲା ଅଛନ୍ତି। ସେମାନଙ୍କୁ ୨୮ ଦିନର ବ୍ୟବଧାନରେ ବାୟୋଲୋଜିକାଲ-ଇ’ର କର୍ବେଭାକ୍ସ ଟିକା ଦିଆଯିବ। ବୁଧବାର ଠାରୁ, ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧ ବ୍ୟକ୍ତି ମଧ୍ୟ ବୁଷ୍ଟର୍‌ ଡୋଜ ନେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?