ଫାଇନାଲରେ ଉତ୍ତରପ୍ରଦେଶ, ଓଡ଼ିଶା

ରାଉରକେଲା ଅଫିସ୍‌,୨୮ା୫: ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ତ୍ରୟୋଦଶ ଉପକନିଷ୍ଠ ପୁରୁଷ ଜାତୀୟ ହକି ଚାମ୍ପିୟନଶିପ୍‌ର ଦଶମ ଦିନରେ ୨ଟି ସେମିଫାଇନାଲ ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ ଉତ୍ତରପ୍ରଦେଶ ଓ ହରିୟାନା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଉତ୍ତର ପ୍ରଦେଶ ଦଳ ହରିୟାନାକୁ ୭-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ସେମିଫାଇନାଲରେ ଉତ୍ତରପ୍ରଦେଶ ଦଳ ଖେଳ ଆରମ୍ଭରୁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଉଜଲ ପାଲ ୪ ଓ ୩୪ ମିନିଟ୍‌ରେ ୨ଟି ଗୋଲ ଦେଇଥିବାବେଳେ କେତନ କୋଶୱା ୧୪, ୩୩ ମିନିଟ୍‌ରେ ହରିୟାନା ବିପକ୍ଷରେ ୨ଟି ଗୋଲ କରି ଦଳକୁ ଆଗୁଆ ରଖିଥିଲେ। ପରେ ରାହୁଲ ଯାଦବ ଖେଳର ଦ୍ୱିତୀୟ ପର୍ଯ୍ୟାୟର ୧୭ ମିନିଟ୍‌ରେ ଗୋଟିଏ ଗୋଲ କରିଥିଲେ। ଶେଷରେ ରାହୁଲ ରାଜବର ଖେଳର ୩୮ ଓ ୫୧ ମିନିଟରେ ଦୁଇଟି ଗୋଲ ମାରି ଦଳକୁ ବିଜୟୀ କରିଥିଲେ। ଏହାପୂର୍ବରୁ ଉତ୍ତରପ୍ରଦେଶ ଦଳ ଚଣ୍ଡିଗଡକୁ ୭-୦ ଗୋଲରେ ପରାସ୍ତ କରି ପ୍ରଥମ ଟିମ୍‌ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା। ସେହିପରି ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଓଡିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଓଡିଶା ଦଳ ୩-୧ ଗୋଲରେ ମଧ୍ୟପ୍ରଦେଶ ଦଳକୁ ପରାସ୍ତ କରିଥିଲା। ଓଡିଶା ଦଳ ପକ୍ଷରୁ ପ୍ରଦୀପ ମଣ୍ଡଳ ଖେଳର ପ୍ରଥମ କ୍ୱାର୍ଟରର ୯ ମିନିଟରେ ପ୍ରଥମ ଗୋଲ କରିଥିଲେ। ଖେଳର ଦ୍ୱିତୀୟ ପର୍ଯ୍ୟାୟରେ ଦୀପକ ପ୍ରଧାନ ୧୯ ମିନିଟ ଓ ୪ର୍ଥ କ୍ୱାର୍ଟରର ୫୭ ମିନିଟ୍‌ରେ ଦୁଇଟି ଗୋଲ କରି ଦଳକୁ ବିଜୟୀ କରିଥିଲେ। ମଧ୍ୟପ୍ରଦେଶ ଦଳ ପକ୍ଷରୁ ଆସିର ଆଦିଲ ଖାନ ଓଡିଶା ବିପକ୍ଷରେ ଗୋଟିଏ ଗୋଲ କରିଥିଲେ। ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ରବିବାର ଉତ୍ତରପ୍ରଦେଶ ଓ ଓଡିଶା ମଧ୍ୟରେ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?