ଉତ୍କଳଙ୍କ କୁଶପୁତ୍ତଳିକା ଦାହକଲେ ବିଧାୟିକାଙ୍କ ସମର୍ଥକ

ପାଟକୁରା, ୪।୨(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଜେଡିରେ ଏବେ ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି। ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧରେ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାର ପ୍ରତିବାଦରେ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସମର୍ଥକମାନେ ଶନିବାର ଅପରାହ୍ନରେ ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ବାରୁଣୀ ଛକଠାରେ ପରିଡ଼ାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
କିଛିଦିନ ତଳେ ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତଠାରେ ପାଟକୁରା ସ୍ବାଭିମାନ ମଞ୍ଚ ପକ୍ଷରୁ ଆୟୋଜିତ ସଭାରେ ପରିଡ଼ା ଗୋଖାକୁ ପୋଖରୀ ହୁଡ଼ାରେ ବସାଇଲେ ପୋଖରୀରେ କେତେ ମାଛ କହିଦେବ ବୋଲି କହିଥିଲେ। ଏହାଛଡ଼ା ମାଢୁଆଳି ହାତରେ ଗଡୁ ଧରି ଆସିଥିଲେ, ଏବେ ନେତା ହୋଇ ଅନେକ କୋଟି ଟଙ୍କା ରୋଜଗାର କରି ପରିବାର ରାଜନୀତି କରୁଛନ୍ତି। ପାଟକୁରାବାସୀ ଭାରି ସ୍ବାଭିମାନୀ, ଏହାକୁ ବରଦାସ୍ତ କରିବେନି ବୋଲି ସେ କହିଥିଲେ। ଏଭଳି ମନ୍ତବ୍ୟକୁ ନେଇ ବିଧାୟିକା ଅଗ୍ରଓ୍ବାଲଙ୍କ ସମର୍ଥକମାନେ ଶନିବାର ଜୋର୍‌ଦାର ପ୍ରତିବାଦ କରିଛନ୍ତି। ଏପରିକି ଜିଲା ସଭାପତିଙ୍କୁ ଗରଦପୁର ବ୍ଲକ ଅଞ୍ଚଳରେ ପୂରାଇ ନ ଦେବାକୁ ଘୋଷଣା କରିଛନ୍ତି। ଆତ୍ମାର ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ସରପଞ୍ଚ ଅରୁଣ ନାୟକ, ସୂର୍ଯ୍ୟମଣି ସେଠୀ, ପୂର୍ବତନ ସମିତିସଭ୍ୟ ଭଜହରି ସେନାପତି, ପୂର୍ବତନ ସମିତିସଭ୍ୟ ତଥା ଜିଲା ବିଜେଡି ସମ୍ପାଦକ ହେମନ୍ତ କୁମାର ସେଠୀ, ପୂର୍ବତନ ସରପଞ୍ଚ ଅନୁଜ ମହାନ୍ତି, ବ୍ଲକ ବିଜେଡି ସଭାନେତ୍ରୀ ଶାନ୍ତିଲତା ପଟ୍ଟନାୟକ, ସୁଧିମ୍ମିତା ଲେଙ୍କା, ପୂର୍ବତନ ସମିତି ସଭ୍ୟ ପ୍ରହଲ୍ଲାଦ ସାହୁ, କମଳ କୁମାର ମିଶ୍ର, ଦୀପକ ମହାପାତ୍ର, ବସନ୍ତ ବେହେରା ପ୍ରମୁଖ ଜିଲା ବିଜେଡି ସଭାପତି ପରିଡ଼ାଙ୍କୁ ବାଲିଚୋର କହିବା ସହ ବିଭିନ୍ନ ସ୍ଲୋଗାନ୍‌ ଦେଇଥିଲେ। ଏହାଛଡ଼ା ଗୋଖାଜାତିକୁ ହୀନଦୃଷ୍ଟିରେ ଦେଖିବା ଦ୍ୱାରା ସେ ଗୋଟିଏ ଜାତିକୁ ଅପମାନ କରିଛନ୍ତି। ଏହି ଜାତିଆଣ ମନ୍ତବ୍ୟ ପାଇଁ ତାଙ୍କୁ ଜିଲା ବିଜେଡି ସଭାପତି ପଦରୁ ବହିଷ୍କୃତ ପାଇଁ ଦାବି କରିଛନ୍ତି। ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ଥିବାରୁ ବିଜେଡି ସଙ୍ଗଠନ ମଧ୍ୟରେ ଏପରି ମତପାର୍ଥକ୍ୟ ଲାଗି ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କଲେ ଅବସ୍ଥାରେ ସୁଧାର ଆସିବ ବୋଲି ଦଳୀୟ କର୍ମୀମାନେ ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri