ଉତ୍କଳିକାର ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନା ପରିସ୍ଥିତି ପାଇଁ ବର୍ଷେ ହେବ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ହସ୍ତତନ୍ତ, ବୟନ ଶଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଉତ୍କଳିକା ଅନ୍‌ଲାଇନ୍‌ ମାଧ୍ୟମରେ ନିଜ ଉତ୍ପାଦର ବିକ୍ରୟ କରିବାକୁ ନିଜସ୍ବ ୱେବ୍‌ସାଇଟ୍‌ ଆରମ୍ଭ କରିଛି। ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁଗଲ୍‌ ମିଟ୍‌ ମାଧ୍ୟମରେ ଓ୍ବେବ୍‌ସାଇଟ୍‌ www.utkalikaodisha.comକୁ ଲୋକାର୍ପଣ କରିଛନ୍ତି। ଏଣିକି ଏହି ଓ୍ବେବ୍‌ସାଇଟ୍‌କୁ ଲଗ୍‌ ଇନ୍‌ କରି କିମ୍ବା ଗୁଗଲ ପ୍ଲେ ଷ୍ଟୋର୍‌ରୁ ଉତ୍କଳିକା ଆପ୍‌ ଡାଉନ୍‌ଲୋଡ୍‌ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରିପାରିବେ। ଏହାଦ୍ୱାରା ଉଭୟ ହସ୍ତଶିଳ୍ପୀ ଓ ଗ୍ରାହକମାନେ ଉପକୃତ ହେବା ସହ ଉତ୍କଳିକା ତା’ର ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବ ବୋଲି ଆଶା ରଖିଛି।
ସୂଚନାନୁସାରେ, ବର୍ତ୍ତମାନ ସମ୍ବଲପୁରୀ ଶାଢ଼ି ସହିତ ପଟ୍ଟଚିତ୍ର ଶାଢ଼ି, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଓ ଓଡ଼ିଶା ଗହଣା ଆଦି ବିକ୍ରୟ ପାଇଁ ରହିଛି। ଆଗାମୀ ଦିନରେ ଓଡ଼ିଶା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ। ଉତ୍କଳିକା ମାଧ୍ୟମରେ କାରିଗରଙ୍କ ଉତ୍ପାଦଗୁଡ଼ିକ ଆହୁରି ଅଧିକରୁ ଅଧିକ ଲୋକାଭିମୁଖୀ ହେବାର ସୁଯୋଗ ରହିବ। ସେହିଭଳି ଏହା ମାଧ୍ୟମରେ ଉତ୍କଳିକା ଗ୍ରାହକଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକର ଆହୁରି ଆଧୁନିକୀକରଣ ଓ ଯୁଗୋପଯୋଗୀ କରିପାରିବ। ଏହି ଲୋକାର୍ପଣ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ସନାତନ ନାୟକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ସ୍ବୟଂପ୍ରଭା ମୁଦୁଲି, ଶିଳ୍ପ ବିକାଶ ଅଧିକାରୀ ରଶ୍ମିରେଖା, ହସ୍ତଶିଳ୍ପ ବିକାଶ ଅଧିକାରୀ ପଦ୍ମିନୀ ମିଶ୍ର, ପ୍ରୀତୀଶ କୁମାର ବେହେରା ପ୍ରମୁଖ ଭର୍ଚୁଆଲରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ଶେଷ ପର୍ଯ୍ୟନ୍ତ ୪ ଯୋଡ଼ା ସ୍ପେଶାଲ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୧୪।୫ (ବ୍ୟୁରୋ) : କରୋନା ପରିସ୍ଥିତି ପାଇଁ ଟ୍ରେନ୍‌ରେ ଯାତ୍ରୀ ସଂଖ୍ୟା ଧିରେ ଧିରେ କମିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା...

ଦଳୀୟ ଶୃଙ୍ଖଳାକୁ ଚେଲ୍ଲାକୁମାରଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଦଳୀୟ ନେତାଙ୍କ ସହ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୭୮ କରୋନା ଆକ୍ରାନ୍ତ, ଦିନକରେ ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପୁଣି ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧,୮୯୪ରେ ପହଞ୍ଚିଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ...

ବାହାର ରାଜ୍ୟ ଟ୍ରେଲର ଚଳାଚଳକୁ ବିରୋଧ

କେନ୍ଦୁଝର, ୨୮ା୧୨ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ବାହାର ରାଜ୍ୟର ଟ୍ରେଲର ଚଳାଚଳକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭିନ୍ନ ଅଞ୍ଚଳର ୬ଟି ଟ୍ରକ ମାଲିକ ସଂଘକୁ...

ମୁହଁ ଖୋଲିଲେ ଶ୍ରୀମନ୍ଦିର ଚୁଲା ଭାଙ୍ଗିଥିବା ସନ୍ଦିଗ୍ଧଙ୍କ ମା’

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ର ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ...

ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଉଭୟ ଟିମ୍‌ ଶୁକ୍ରବାର ଓଡିଶା ପହଞ୍ଚିଛନ୍ତି। ସେଠାରୁ ଖେଳାଳି ବସ୍‌ ଯୋଗେ ହୋଟେଲ...

ତୁରେଇକେଲା-ହରିଶଙ୍କର ରୋଡ୍‌-ଲଖନା ପ୍ରକଳ୍ପ କାର୍ଯ୍ୟକ୍ଷମ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ଟିଟିଲାଗଡ଼-ରାୟପୁର ଦୋହରୀକରଣ ପ୍ରକଳ୍ପର ତୁରେଇକେଲା-ହରିଶଙ୍କର ରୋଡ୍‌-ଲଖନା ମଧ୍ୟରେ ୨୫ କି.ମି. କାର୍ଯ୍ୟ ଗତ ୯ ତାରିଖରୁ ଶେଷ ହେବା ପରେ ଏବେ କାର୍ଯ୍ୟକ୍ଷମ ହୋଇଛି।...

ମନୀଷ ହତ୍ୟା ମାମଲା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ମନୀଷ ଦାସ ହତ୍ୟା ମାମଲାରେ ଗିରଫ ହୋଇ ୩ ଅଭିଯୁକ୍ତଙ୍କୁ ସୋମବାର କମିଶନରେଟ ପୁଲିସ ରିମାଣ୍ଡରେ ନେଇଛି । ଝାରପଡ଼ା ଜେଲରେ ଥିବା ୩...

Advertisement
Archives

Model This Week