ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା

ଭୁବନେଶ୍ୱର,୫।୬(ବ୍ୟୁରୋ): ‘ତୋତେ ବାହା ହେବି ବୋଲି ଘର ଛାତ ଡେଇଁ ପଳେଇ ଆସିଛି। ଆଉ ଘରକୁ ଫେରିବିନି। ତୁ ଯୋଉଠି କହିବୁ ସେଇଠି ରହିବି। ତୁ ଟ୍ରେନ୍‌ ଲାଇନରେ ଶୋଇଲେ ମୁଁ ତୋ ସହ ଟ୍ରେନ୍‌ ଲାଇନ୍‌ରେ ଶୋଇବି।’ ପ୍ରେମିକାର ଏଭଳି ଜିଦ୍‌ ସତ୍ତ୍ୱେ ପ୍ରେମିକ କିନ୍ତୁ ନିଜ ଜିଦ୍‌ରେ ଅଟଳ। ‘୫ଟା କେସ୍‌ ଖାଇବି ପଛେ ତୁମକୁ ଆଉ ବାହା ହେବିନି।’ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଶୁକ୍ରବାର କ୍ୟାପିଟାଲ ଥାନା ଅନ୍ତର୍ଗତ ଆଇଜି ପାର୍କ ନିକଟରେ ପ୍ରେମୀ ଯୁଗଳଙ୍କ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲୋକଙ୍କ ଭିଡ଼ ଜମିବା ପରେ ଦୀର୍ଘ ସମୟ ଧରି ସେଠାରେ ଯୁବତୀ ଜଣକ ଯୁବକଙ୍କ ବାଟ ଓଗାଳି ବସିଥିଲେ। ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଧରାଛୁଆଁ ଦେଉ ନ ଥିବା ନେଇ ପ୍ରେମିକା ଜଣକ ବାରମ୍ବାର ଅଭିଯୋଗ ଆଣୁଥିଲେ। ବାହା ନ ହେଲେ ଥାନାକୁ ଯିବି ବୋଲି ଯୁବତୀ ଜଣକ କହୁଥିଲେ। ଅନ୍ୟପକ୍ଷରେ ପ୍ରେମ ସମ୍ପର୍କକୁ ପ୍ରେମିକ ମାନିଥିଲେ ମଧ୍ୟ ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ଓ ତାଙ୍କର ଏକ ଝିଅ ଥିବା କହି ବିବାହ କରିବାକୁ ସମ୍ପୂର୍ଣ୍ଣ ଏଡ଼ାଇଯାଇଥିଲେ। ତେବେ ଘଟଣା ଥାନାକୁ ଯିବା ପରେ ଉଭୟଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି।
ସୂଚନା ଅନୁଯାୟୀ, ଯୁବକଙ୍କ ଘର ରାଉରକେଲାରେ ଓ ଯୁବତୀଙ୍କ ଘର ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ। ଗତ ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ କିଛିଦିନ ଭୁବନେଶ୍ୱରରେ ଲିଭ୍‌ ଇନ୍‌ ସମ୍ପର୍କରେ ଥିଲେ। ହେଲେ ପରବର୍ତ୍ତୀ ସମୟରେ ଯୁବକ ଜଣକ ବିବାହ କରି ନ ଥିଲେ। ମାତ୍ର ଯୁବତୀ ଜଣକ ବାରମ୍ବାର ଯୁବକଙ୍କ ଘରକୁ ଯାଇ ବିବାହ କରିବାକୁ କହିଥିଲେ। ଉଭୟଙ୍କ ପରିବାର ଲୋକେ ବିବାହ ନେଇ ଆଲୋଚନା କରିଥିଲେ ମଧ୍ୟ ଯୁବକ ଜଣକ ଆଉ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଶେଷରେ ଯୁବତୀ ଜଣକ ରାଉରକେଲାସ୍ଥିତ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ। ଯୁବକ ଜଣକ ତାଙ୍କୁ ଶୁକ୍ରବାର କୋର୍ଟରେ ବିବାହ କରିବେ ବୋଲି କହି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଥିଲେ। ହେଲେ ଆଇଜି ପାର୍କ ନିକଟରେ ଯୁବକ ଜଣକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ପ୍ୟାଣ୍ଟ ପକେଟକୁ ଜାବୁଡି ଧରି ଚିତ୍କାର କରିବାରୁ ଘଟଣା ନଜରକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri