ପୁଣି ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ଆମେରିକା

କିଭ୍‌,୫।୧୦: ଚଳିତ ବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ କାହାରି ଧାରଣା ନ ଥିଲା ଯେ, ୟୁକ୍ରେନ ନିଜକୁ ଏତେ ଦିନ ପର୍ଯ୍ୟନ୍ତ ନିଜକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରିବ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁକ୍ରେନ ଧୀରେ ଧୀରେ ରୁଷିଆ ଦ୍ୱାରା ଅଧିକୃତ ହୋଇଥିବା ଅଞ୍ଚଳଗୁଡ଼ିକୁ ମୁକ୍ତ କରୁଛି। ନିକଟରେ ୟୁକ୍ରେନ ଦକ୍ଷିଣରେ ଥିବା ନିପ୍ରୋ ନଦୀ କୂଳରେ ଥିବା ଗ୍ରାମଗୁଡ଼ିକୁ ପୁନର୍ବାର ନିଜ ଆୟତ୍ତକୁ ନେଇଛି। ଏହାକୁ ଖେରସନ ଅଞ୍ଚଳରେ ତାଙ୍କର ସବୁଠାରୁ ବଡ ବିଜୟ ଭାବେ ଦେଖାଯାଉଛି। ଫଳରେ ରୁଷିଆ ସେନାକୁ ଅନେକ ଅଞ୍ଚଳରୁ ପଛକୁ ଯିବାକୁ ପଡ଼ିଛି। ୟୁକ୍ରେନର ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା ଆଣ୍ଟୋନ ହେରାସ୍‌ଚେଙ୍କୋ ସ୍ପଷ୍ଟ କରି ସୋସିଆଲ ମିଡିଆରେ ଏକ ଫେଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ୟୁକ୍ରେନ ସୈନ୍ୟମାନେ ଉକ୍ତ ଅଞ୍ଚଳରେ ନିଜର ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ରୁଷିଆ ବିରୋଧରେ ଏହି ଯୁଦ୍ଧରେ ଆମେରିକା କ୍ରମାଗତ ଭାବେ ୟୁକ୍ରେନକୁ ସହାୟତା କରିଆସୁଛି। ଆମେରିକା ୟୁକ୍ରେନକୁ ୬୨.୫ କୋଟି ଡଲାରର ସାମରିକ ସହାୟତା ଘୋଷଣା କରିଛି। ଏଥିରେ ହାଇ ମୋବିଲିଟି ଆର୍ଟିଲିୟରି ରକେଟ ସିଷ୍ଟମ (ଏଚ୍‌ଆଇଏମ୍‌ଆର୍‌ଏସ୍‌) କ୍ଷେପଣାସ୍ତ୍ର ଏବଂ ତୋପ ସହିତ ସାମରିକ ସହାୟତା ମଧ୍ୟ ସାମିଲ ରହିଛି। ଅନ୍ୟପଟେ ବାଇଡେନ ସରକାର କହିଛନ୍ତି ଯେ, ସେ ୟୁକ୍ରେନକୁ ଖୁବ୍‌ଶୀଘ୍ର ମଧ୍ୟମ ରେଞ୍ଜର ହାଇ-ଟେକ୍‌ ରକେଟ ସିଷ୍ଟମ ପଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri