Posted inଜାତୀୟ

ଶାହା କହୁଛନ୍ତି ସ୍ଥିତି ସାମାନ୍ୟ, କିନ୍ତୁ ମୁଁ ଘରେ ନଜର ବନ୍ଦୀ: ମେହବୁବା…

ଶ୍ରୀନଗର,୫।୧୦ : ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଦାବି କରିଛନ୍ତି ଯେ ତାଙ୍କୁ ଉତ୍ତର କଶ୍ମୀରର ପଟ୍ଟନ ସହରକୁ ଯିବାକୁ ବାରଣ କରାଯାଇ ଘରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି କହିଛନ୍ତି ଯେ ଯେତେବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଶ୍ମୀରରେ ବୁଲୁଥିଲେ, ସେତେବେଳେ କଶ୍ମୀରରେ ପରିସ୍ଥିତିର ସ୍ବାଭାବିକତା ନେଇ ଭାଷଣ ଦେଉଥିଲେ।

କିନ୍ତୁ ମୁଁ କେବଳ ଜଣେ କର୍ମୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପଟ୍ଟନ ଯିବାକୁ ଇଚ୍ଛା ପ୍ରକାଶ କରିବାରୁ ମତେ ନଜର ବନ୍ଦୀ କରାଯାଇଛି। ଶାହା କହୁଛନ୍ତି ସ୍ଥିତି ସାମାନ୍ୟ, କିନ୍ତୁ ମୁଁ ଘରେ ନଜର ବନ୍ଦୀ ରହିଛି। ସେ ଲେଖିଛନ୍ତି ଯେ ଯଦି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୌଳିକ ଅଧିକାର ଏତେ ସହଜରେ ସ୍ଥଗିତ ହୋଇପାରୁଛି, ତେବେ ସାଧାରଣ ଲୋକଙ୍କ ଦୁଃଖ କଳ୍ପନା କରାଯାଇପାରିବ ନାହିଁ।

କିଛି ଦିନ ପୂର୍ବରୁ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଜମ୍ମୁ ଅଞ୍ଚଳରେ ପାହାଡ଼ିଆ ଏବଂ ଗୁର୍ଜର ସମ୍ପ୍ରଦାୟଙ୍କୁ ପରସ୍ପର ବିରୁଦ୍ଧରେ ଲଢ଼ାଇବାକୁ ଚେଷ୍ଟା କରୁଛି।

ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ, ଗତ କିଛି ଦିନ ହେବ ପାହାଡ଼ିଆ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ନେଇ ଚର୍ଚ୍ଚା ହେଉଥିବାରୁ ପିର ପଞ୍ଜାଲ ଅଞ୍ଚଳରେ ବହୁତ ତିକ୍ତତା ଦେଖାଦେଇଛି। ଭାଜପା ଭାଇ ଭାଇ ମଧ୍ୟରେ ଶତ୍ରୁତା ସୃଷ୍ଟି କରିଛି। ମୁଫତି କହିଛନ୍ତି ଯେ ପାହାଡ଼ିଆ ଏବଂ ଗୁର୍ଜର ସମ୍ପ୍ରଦାୟ ଶତାବ୍ଦୀ ଧରି ଏକାଠି ରହୁଛନ୍ତି ଏବଂ ପରସ୍ପର ବିରୋଧରେ ଏଢ଼େଇ ବନ୍ଦ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ…

ଚଣ୍ଡିଗଡ଼,୧୪।୧୧ : ଭାରତ-ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ପଞ୍ଜାବ ପ୍ରଦେଶରେ ଭୋର ପ୍ରାୟ ୩ ଟା ୪୨ରେ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି...

ଉଦ୍ଧବଙ୍କ ହାତ ଛାଡିଲେ ଘନିଷ୍ଠ ସହଯୋଗୀ

ପୁଣେ,୧୫।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଠାକ୍‌ରେଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ...

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟାଶାନ୍ତି: ଭାଜପାରେ ହେବେ ସାମିଲ

ହାଇଦ୍ରାବାଦ,୬।୧୨-କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଅଭିନେତ୍ରୀ ବିଜୟା ଶାନ୍ତି ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ଫଳରେ ତେଲେଙ୍ଗାନା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ସୋମବାର ବିଜୟା...

ରାହୁଲ ଗାନ୍ଧୀଙ୍କ ଜେରାକୁ କଂଗ୍ରେସର ବିରୋଧ, ଥାନାରେ ଗାଇଲେ ‘ରଘୁପତି ରାଘବ ରାଜାରାମ’

ନୂଆଦିଲ୍ଲୀ,୧୩।୬: ‘ନ୍ୟାଶନାଲ ହେରାଲ୍ଡ’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଂ’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାହୁଲ ଗାନ୍ଧୀଙ୍କୁ ଜେରାକରି ବିଭିନ୍ନ ପ୍ରଶ୍ନ ପଚାରିଛି। ଏପରିକି ପିଏମ୍‌ଏଲ୍‌ଏ ଆଇନର...

କେଜରିଓ୍ବାଲଙ୍କ ବିପକ୍ଷରେ ଲଢିବାକୁ ଭାଜପା ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ସହ ମେଣ୍ଟ କରିବା...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ଅଣାୟତ୍ତ…

ନୂଆଦିଲ୍ଲୀ, ୨୩।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...

ଡିସେମ୍ବର ୧୬ରେ ଉନ୍ନାଓ ବଳାତ୍କାର ଘଟଣାର ହୋଇପାରେ ଶୁଣାଣି

ଉନ୍ନାଓ,୧୦।୧୨: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାର ଶୁଣାଣି କରି ତିସ ହଜାରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ଆଗାମୀ ଶୁଣାଣି ଡିସେମ୍ବର ୧୬ରେ...

କୋରୋନିଲ୍‌ ଉପରେ ସ୍ପଷ୍ଟୀକରଣ ରଖିଲେ ଯୋଗ ଗୁରୁ

ହରିଦ୍ୱାର,୧।୭: ଯୋଗ ଗୁରୁ ରାମଦେବ ବାବା କୋରୋନିଲ୍‌ ବିବାଦ ଉପରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାମଦେବ କହିଛନ୍ତି, କୋରୋନିଲ୍‌...

Advertisement
Archives

Model This Week