ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ନକଲି ହାତ ଲଗାଉଥିବା ଚର୍ଚ୍ଚା ! କେତେ ସତ କେତେ ମିଛ ଜାଣନ୍ତୁ…

ଓ୍ବାଶିଂଟନ,୨।୧ : ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ତାଙ୍କ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ତଥ୍ୟ ବେଳେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ। ତାଙ୍କ କାର କାହିଁକି ସ୍ବତନ୍ତ୍ର ଏବଂ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ସୂଚନା ମଧ୍ୟ ସାମ୍ନାକୁ ଆସେ। ଏପରି ଏକ ତଥ୍ୟ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ କେତେକ କର୍ମୀ ନକଲି ହାତ ବ୍ୟବହାର କରନ୍ତି। ଦାବି ହେଉଛି ଯେ ସୁରକ୍ଷାକର୍ମୀଙ୍କ ହାତ ଯାହା ଲୋକଙ୍କୁ ଦେଖାଯାଏ ତାହା ନକଲି।

ଅନେକ ଥର ଏହି ସୂଚନା ସୋସିଆଲ ମିଡିଆରେ ଶେୟାର କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ କର୍ମୀମାନେ ନକଲି ହାତ ଲଗାଇଥାନ୍ତି। ଏହି ସତ୍ୟକୁ ପ୍ରମାଣ କରିବାକୁ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରାଯାଇଛି। ନିକଟରେ ଏକ ସମାନ ତଥ୍ୟ କୋରା ୱେବସାଇଟରେ ଶେୟାର କରାଯାଇଥିଲା। ଏହାପୂର୍ବରୁ, ଫେସବୁକରେ ଅନେକ ପୋଷ୍ଟରେ ମଧ୍ୟ ଦାବି କରାଯାଇଛି ଯେ ଦୃଶ୍ୟମାନ ହେଉଥିବା ସୁରକ୍ଷାକର୍ମୀଙ୍କ ହାତ ପ୍ରକୃତ ନୁହେଁ ନକଲି। ବରଂ ସେମାନେ ପ୍ରକୃତ ହାତକୁ ଲୁଚାଇ ରଖିଥାନ୍ତି।

ସୋସିଆଲ ମିଡିଆ ଦାବି ଅନୁଯାୟୀ ସୁରକ୍ଷାକର୍ମୀଙ୍କୁ ନକଲି ହାତ ଦିଆଯାଉଛି ଯାହା ଦ୍ୱ।ରା ସେମାନଙ୍କର ପ୍ରକୃତ ହାତର ଗତିବିଧିକୁ କେହି ବୁଝି ପାରିବେ ନାହିଁ। ଏହା ସହିତ କୁହାଯାଇଛି ଯେ ଏହି ପରିସ୍ଥିତିରେ ସୁରକ୍ଷାର୍କମୀମାନେ ସର୍ବଦା ବନ୍ଧୁକକୁ ପ୍ରକୃତ ହାତରେ ଧରିଥାନ୍ତି , ଯାହାଦ୍ୱାରା କୌଣସି ପ୍ରତିକୂଳ ପରିସ୍ଥିତିରେ ରାଷ୍ଟ୍ରପତିଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯାଇପାରିବ। ସେଥିପାଇଁ ଆକ୍ରମଣକାରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି କୌଶଳ ବ୍ୟବହୃତ ହୋଇଥାଏ।

ତେବେ ଏହି ଦାବିଗୁଡ଼ିକରେ କେତେ ସତ୍ୟ ଅଛି। ରଏଟର୍ସରେ ଏହା ଉପରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ଏବଂ ଯେଉଁଥିରେ ଏହି ତଥ୍ୟଗୁଡ଼ିକୁ ଭୁଲ କୁହାଯାଇଛି। ରଏଟର୍ସର ଫ୍ୟାକ୍ଟ ଚେକ ରିପୋର୍ଟ ଅନୁଯାୟୀ, ଏହିପରି କିଛି ନାହିଁ ଏବଂ ଏହା ଅନେକ ଭିଡିଓରେ ଶେୟାର କରାଯାଇଛି। ମାତ୍ର ସୁରକ୍ଷାକର୍ମୀମାନେ ନକଲି ହାତ ବ୍ୟବହାର କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଶେୟାର କରାଯାଉଥିବା ଏହି ସୂଚନା ଭୁଲ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri