Posted inଜାତୀୟ

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ ମୁଖ୍ୟ ନିର୍ୱାଚନ କମିଶନର (CEC)ଙ୍କ ନାମ ସର୍ୱାଗ୍ରେ ଆସିଥାଏ। ନିକଟରେ ବିରୋଧୀ ‘ଇଣ୍ଡିଆ’ (INDIA) ମେଣ୍ଟ ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକା (SIR ଏବଂ ଫର୍ମ ୬ ପରିବର୍ତ୍ତନ)କୁ ନେଇ ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ (Gyanesh Kumar) ଉପରେ ରାଜନୈତିକ ଆକ୍ରମଣକୁ ଜୋରଦାର କରିଛନ୍ତି।

କିନ୍ତୁ ଏହି ସମସ୍ତ ରାଜନୈତିକ ଚର୍ଚ୍ଚା ମଧ୍ୟରେ, ଆପଣ କେବେ ଭାବିଛନ୍ତି କି ଦେଶର ଅନ୍ୟତମ ବୃହତ୍ତମ ସାମ୍ୱିଧାନିକ ପଦବୀରେ ବସିଥିବା ମୁଖ୍ୟ ର୍ନିବାଚନ କମିଶନରଙ୍କୁ ପ୍ରତି ମାସରେ କେତେ ଦରମା ମିଳେ? ତାଙ୍କୁ କେଉଁ କେଉଁ ସରକାରୀ ସୁବିଧା ଏବଂ ପେନସନ ମିଳିଥାଏ? ଆସନ୍ତୁ ଜାଣିବା।

ଭାରତର ମୁଖ୍ୟ ର୍ନିବାଚନ କମିଶନରଙ୍କ (CEC) ଦରମା ଏବଂ ସୁବିଧା ଦେଶର କ୍ୟାବିନେଟ ସଚିବଙ୍କ (Cabinet Secretary) ସହିତ ସମାନ। ଜ୍ଞାନେଶ କୁମାରଙ୍କ ମୂଳ ମାସିକ ବେତନ (Basic Monthly Salary) ହେଉଛି ୨,୫୦,୦୦୦ ଟଙ୍କା। ଦରମା ବ୍ୟତୀତ ତାଙ୍କୁ ୩୪,୦୦୦ ଟଙ୍କାର ମାସିକ ଭତ୍ତା ମଧ୍ୟ ମିଳିଥାଏ। ତେବେ ସିଇସି ଏବଂ ର୍ନିବାଚନ କମିଶନରମାନେ ଏହି ଭତ୍ତା ଉପରେ ମିଳୁଥିବା ଆୟକର ଛାଡ଼କୁ ନିଜ ଇଚ୍ଛାରେ ତ୍ୟାଗ କରିଛନ୍ତି।

ମୁଖ୍ୟ ର୍ନିବାଚନ କମିଶନରଙ୍କୁ କେବଳ ଦରମା ନୁହେଁ, ବରଂ ଅନେକ ବଡ଼ ବଡ଼ ସରକାରୀ ସୁବିଧା ଏବଂ ଭତ୍ତା ମଧ୍ୟ ପ୍ରଦାନ କରାଯାଏ:

* ରାଜଧାନୀରେ ରହିବା ପାଇଁ ଟାଇପ-VIII ସ୍ତରର ସରକାରୀ ବଙ୍ଗଳା।
* ଡ୍ରାଇଭର ସହିତ ସରକାରୀ ଗାଡ଼ି ଏବଂ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା।
* ବାସଭବନରେ ମାଗଣା କିମ୍ୱା ଖୁବ କମ ମୂଲ୍ୟରେ ବିଦ୍ୟୁତ, ପାଣି ଏବଂ ଟେଲିଫୋନ/ଇଣ୍ଟରନେଟ ସୁବିଧା।
* ନିଜ ପାଇଁ ଏବଂ ପରିବାରର ଆଶ୍ରିତ ସଦସ୍ୟମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା।
* ନିଜ ପାଇଁ ଓ ପରିବାର ପାଇଁ ଲିଭ ଟ୍ରାଭେଲ କନସେସନ (LTC) ସୁବିଧା, ଯାହାକୁ ସେୱଚ୍ଛାକୃତ ଭାବେ ବର୍ଷକୁ ୩ ଥର ପରିବର୍ତ୍ତେ ୧ ଥର କରିଦିଆଯାଇଛି।
* ପଦ ଛାଡ଼ିବା ପରେ ଭଲ ପରିମାଣର ପେନସନ ଏବଂ ଅନ୍ୟାନ୍ୟ ସାମ୍ୱିଧାନିକ ସୁବିଧା।

୧୯୯୧ର ପୁରୁଣା ଆଇନ ଅନୁଯାୟୀ CEC ଏବଂ ର୍ନିବାଚନ କମିଶନରମାନଙ୍କ ଦରମା ସୁପ୍ରିମକୋର୍ଟର ବିଚାରପତିଙ୍କ ସହିତ ସମାନ ଥିଲା, ଯାହା ସଂସଦର ଆଇନ ଦ୍ୱାରା ର୍ନିଦ୍ଧାରିତ ହେଉଥିଲା।

କିନ୍ତୁ ୨୦୨୩ରେ ଗୃହୀତ ହୋଇଥିବା ନୂଆ ଆଇନ (CEC and EC Bill, 2023) ଅନୁଯାୟୀ ର୍ନିବାଚନ କମିଶନରମାନଙ୍କ ଦରମା କ୍ୟାବିନେଟ ସଚିବଙ୍କ ସହ ସମାନ କରିଦିଆଗଲା। କ୍ୟାବିନେଟ ସଚିବଙ୍କ ଦରମା ବେତନ କମିଶନଙ୍କ (Central Pay Commission) ସୁପାରିସ ଆଧାରରେ ସରକାର ସ୍ଥିର କରନ୍ତି। ଅର୍ଥାତ୍ ଏହି ପରିବର୍ତ୍ତନ ପରେ ସରକାରଙ୍କ ପାଖରେ ଦରମା ର୍ନିଦ୍ଧାରଣ କରିବାର ଅଧିକ କ୍ଷମତା ଆସିଗଲା।

ଜ୍ଞାନେଶ କୁମାରଙ୍କ ପ୍ରଶାସନିକ କ୍ୟାରିୟର ଅତ୍ୟନ୍ତ ଚମତ୍କାର ତଥା ପ୍ରଭାବଶାଳୀ ରହିଛି। ସେ କେରଳ କ୍ୟାଡରର ୧୯୮୮ ବ୍ୟାଚର ଆଇଏଏସ (IAS) ଅଧିକାରୀ। ୧୯୬୪ ମସିହା ଜାନୁଆରୀ ୨୭ ତାରିଖରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଜ୍ଞାନେଶ କୁମାର ଆଇଆଇଟି କାନପୁରରୁ ସିଭିଲ ଇଞ୍ଜିନିୟରିଂରେ ବି.ଟେକ କରିଛନ୍ତି। ଏହାପରେ ସେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର (PG) ପଢ଼ିଥିଲେ। ଅଗଷ୍ଟ ୨୦୧୯ରେ ଯେତେବେଳେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା, ସେତେବେଳେ ସେ ଗୃହ ମନ୍ତ୍ରଣାଳୟରେ କଶ୍ମୀର ଡିଭିଜନର ଯୁଗ୍ମ ସଚିବ (Joint Secretary) ଥିଲେ। ୨୦୨୦ରେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଠିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହ ଜଡ଼ିତ ବିଷୟଗୁଡ଼ିକ ମଧ୍ୟ ସେ ହିଁ ତଦାରଖ କରିଥିଲେ।

ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧୀନରେ ସମବାୟ ମନ୍ତ୍ରଣାଳୟରେ (Ministry of Cooperation) ସଚିବ ପଦରେ ରହି ୩୧ ଜାନୁଆରୀ ୨୦୨୪ରେ ଅବସର ଗ୍ରହଣ କରିଥିଲେ। ଏହାପରେ ସେ ୨୦୨୪ ମସିହାରେ ର୍ନିବାଚନ କମିଶନର ହୋଇଥିଲେ ଏବଂ ଫେବୃଆରୀ ୨୦୨୫ରେ ଦେଶର ମୁଖ୍ୟ ର୍ନିବାଚନ କମିଶନର (CEC) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ସିଇସି ଜ୍ଞାନେଶ କୁମାରଙ୍କ ମୋଟ ସମ୍ପତ୍ତି ସମ୍ପର୍କରେ କୌଣସି ସର୍ୱସାଧାରଣ ତଥ୍ୟ ଉପଲବ୍ଧ ନାହିଁ। ଏହି ପ୍ରସଙ୍ଗକୁ ନେଇ ଟିଏମସିର (TMC) ପୂର୍ୱତନ ସାଂସଦ ସାକେତ ଗୋଖଲେ ଆରଟିଆଇ (RTI) ଦାଖଲ କରି ପ୍ରଶ୍ନ ଉଠାଇଥିଲେ। ସେ ଡିଓପିଟି (DoPT) ଠାରୁ ଜ୍ଞାନେଶ କୁମାରଙ୍କ ଦ୍ୱାରା ୨୦୧୫ରୁ ୨୦୨୩ ମଧ୍ୟରେ ଦାଖଲ କରାଯାଇଥିବା ଅଚଳ ସମ୍ପତ୍ତି ବିବରଣୀ (IPR) ମାଗିଥିଲେ। ତେବେ ତାଙ୍କ ସମ୍ପତ୍ତି ସମ୍ୱନ୍ଧୀୟ ତଥ୍ୟକୁ ଆରଟିଆଇ ଆଇନ ଅନୁଯାୟୀ ବ୍ୟକ୍ତିଗତ ସୂଚନା (Personal Information) ବୋଲି ଦର୍ଶାଇ ଦେବାକୁ ମନା କରିଦିଆଯାଇଥିଲା, ଯାହାକୁ ନେଇ ବେଶ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?