ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଜେଲନସ୍କିଙ୍କୁ ଭେଟିବାକୁ ଗଲେ ବାଇଡେନ

କ୍ୱିଭ,୨୦ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଠିକ୍ ଏକ ବର୍ଷ ପୂରଣ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱିଭ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ସୋମବାର ୟୁକ୍ରେନରେ ପହଞ୍ଚି ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କିଙ୍କୁ ଭେଟିଛନ୍ତି । ସୂଚନାଯୋଗ୍ୟ, ରୁଷିଆ ୟୁକ୍ରେନ୍ ଉପରେ ୨୪ ଫେବୃୟାରୀ ୨୦୨୨ରେ ଆକ୍ରମଣ କରିଥିଲା । ଏହାପରଠାରୁ ପ୍ରଥମ ଥର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍ ପହଞ୍ଚିଛନ୍ତି ।
ବାଇଡେନଙ୍କ ଏହି ଗସ୍ତକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଆମେରିକା ଏବେ ପର୍ଯ୍ୟନ୍ତ ୟୁକ୍ରେନକୁ ସେନା ସହାୟତା ଯୋଗାଇ ଆସୁଛି । ବାଇଡେନ ମଧ୍ୟ ଅନେକ ଥର କହିଛନ୍ତି କି ତାଙ୍କ ଦେଶ ସବୁ ପରିସ୍ଥିତିରେ ୟୁକ୍ରେନ୍ ସହ ଠିଆ ହେବ । ଆଉ ସୋମବାର ବାଇଡେନଙ୍କ ୟୁକ୍ରେନ୍ ଗସ୍ତ କ୍ରେମଲିନର ରଣନୀତିକାରଙ୍କ ଚିନ୍ତା ବଢାଇ ଦେଇଛି ।

ୟୁକ୍ରେନ୍ ପହଞ୍ଚି ବାଇଡେନ ଯୁଦ୍ଧଗ୍ରସ୍ତ ଦେଶକୁ ଆହୁରି ସହାୟତା ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି କହିଛନ୍ତି ସେ ୟୁକ୍ରେନକୁ ଆହୁରି ଅସ୍ତ୍ରଶସ୍ତ୍ର ଯୋଗାଇ ଦେବେ । ୟୁକ୍ରେନର ରକ୍ଷା ପାଇଁ ଏୟାର ସର୍ଭିଲାଂସ ରାଡାର ଦେବାକୁ ଘୋଷଣା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ପଳାତକ ଘୋଷିତ

ଇସଲାମାବାଦ,୨୩।୮: ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ‘ପଳାତକ’ ଘୋଷିତ କରିଛନ୍ତି। ତାଙ୍କ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ସୂଚନା...

ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା...

ବିଟ୍‌କଏନ୍‌କୁ ଅଫିସିଆଲ କରେନ୍ସି ମାନ୍ୟତା

ସାନ୍‌ ସାଲ୍‌ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍‌ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି।...

ବୋମା ବିସ୍ଫୋରଣରେ ଥରିଲା ମାରିୟୁପୋଲ: ଫସିରହିଛନ୍ତି ୨ଲକ୍ଷ ନାଗରିକ

କ୍ୱିଭ୍‌,୨୩।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୮ଦିନରେ ପହଞ୍ଚିଛି। ଆଉ କିଛି ଦିନ ଗଲେ ଯୁଦ୍ଧକୁ ପ୍ରାୟ ମାସେ ହୋଇଯିବ ହେଲେ...

ପ୍ରତି ୧୦ ଜଣରେ ଜଣେ ହେବେ କରୋନା ପଜିଟିଭ!

ଜେନେଭା,୬ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ସୋମବାର ଏକ ବୟାନରେ କହିଛି ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବେ ।...

ନିଶା ନିବାରଣ ନାଁରେ ଯୌନ ନିର୍ଯାତନା

ଅବୁଜା,୧୫।୧୦: ନାଇଜେରିଆର ଏକ ସ୍କୁଲରେ ନିଶାନିବାରଣ ପାଇଁ ଶିକ୍ଷା ଦିଆଯାଉଛି। ହେଲେ ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଇସଲାମିକ ବୋର୍ଡିଂ ସ୍କୁଲରେ ପିଲାମାନଙ୍କ ସହ ଅମାନବୀୟ...

ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଲେ ସରକାର

ଢାକା,୧୬।୧୨: ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଛନ୍ତି ବାଂଲାଦେଶ ସରକାର। ଯଦି କେହି ବାଂଲାଦେଶୀ ନାଗରିକ ଅବୈଧଭାବେ ଭାରତରେ ରହୁଥିବେ ତେବେ ଦେଶ...

ୟୁକ୍ରେନକୁ ସାହାଯ୍ୟ କରିବାର ଲକ୍ଷ୍ୟ, ହେଲେ ରୁଷିଆକୁ ନଷ୍ଟ କରିବାରେ କରିବେନି ସହଯୋଗ: ଫ୍ରାନ୍ସ ରାଷ୍ଟ୍ରପତି

ମ୍ୟୁନିଖ,୨୦ ।୨: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଫ୍ରାନ୍ସର ଲକ୍ଷ୍ୟ ୟୁକ୍ରେନକୁ ବଞ୍ଚାଇବା, ହେଲେ...

Advertisement
Archives

Model This Week