ବିକଳ୍ପ ବ୍ୟବସ୍ଥା କରିବା ପାଇଁ କମ୍ପାନୀକୁ ତାଗିଦ୍‌

କେନ୍ଦୁଝର,୧୭ା୬(ସ୍ବ.ପ୍ର.) ଭାରିଯାନ ଚଳାଚଳ ଯୋଗୁ କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜାମୁଡିହା-ବିସ୍ତାପାଳ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ୧.୪୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୀର୍ଘ ୨.୬୦୭ କି.ମି ବିଶିଷ୍ଟ ଏହି ରାସ୍ତା ଏବେ ଅସୁରକ୍ଷିତ ହୋଇ ପଡ଼ିଛି। ରାସ୍ତା ନିର୍ମାଣର କିଛି ବର୍ଷ ମଧ୍ୟରେ ନଷ୍ଟ ହୋଇ ଯାଇଥିବା ବେଳେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇ ପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସଦର ବିଧାୟକ ମୋହନ ମାଝି ମଧ୍ୟ ନିକଟରେ ଏକ ବୈଠକରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ କମ୍ପାନୀର ଭାରୀଯାନ ଚଳାଚଳ ଯୋଗୁ ଏହି ରାସ୍ତା ନଷ୍ଟ ହୋଇଥିବାରୁ କାରଖାନା କର୍ତ୍ତୃପକ୍ଷ ୭୫ ଲକ୍ଷ ଟଙ୍କା ଜମା କଲେ ରାସ୍ତା ମରାମତି ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁୁ ଚିଠି କରାଯାଇଛି। ନଚେତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଭାରିଯାନ ଚଳାଚଳ ବନ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
ଏହି ରାସ୍ତାରେ ସ୍ଥାନୀୟ ମୁରୁସୁଆଁ ସ୍ଥିତ ଏକ କାରଖାନାର ଲୁହାପଥର ଓ ସ୍ପଞ୍ଜ ବୋଝେଇ ଓଜନଦାର ଟ୍ରକ, ଟ୍ରଲର ଆଦି ଯାତୟାତ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଆସୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଆଦେଶ ଦିଆଯାଇଥିବା ସତ୍ତ୍ୱେ କମ୍ପାନୀ ନିଜସ୍ବ ରାସ୍ତା ବ୍ୟବହାର ନ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରେ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ପିଚୁ ଉଠିଯାଇ ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି। ଏହି ରାସ୍ତା ଉପରେ ବିସ୍ତାପାଳ, ମୁରସୁଆଁ, ଜାମୁଡିହା, ନୂଆଗାଁ, ବିରକିଶୋରପୁର, ବିସ୍ତାପାଳ, ଭାଳୁପାଳିସାହି, ଖପରାଖାଇ, ଜାମୁପୋଶି, ରାଇକଳା, ଭାଲୁକା, ତାରତଖମଣ, ଟିଆଳିପଶି, ମଙ୍ଗଳାପଶି, ଅର୍ଶଳା ଆଦି ଅଞ୍ଚଳର ଗ୍ରାମବାସୀମାନେ ନିର୍ଭର କରନ୍ତି। ତେବେ ରାସ୍ତାର କ୍ଷମତାଠାରୁ ବହୁ ଅଧିକ ଓଜନର ମାଲ ପରିବହନ ହେଉଥିବାରୁ ଲୋକେ ବିରୋଧ କରୁଥିଲେ ହେଁ ପ୍ରଶାସନ ଶୁଣୁ ନାହିଁ। ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ପ୍ରତିକାର ହେଉନାହିଁ। କାରଖାନା ଓ ଚଳାଚଳ କରୁଥିବା ଗାଡ଼ିର ଧୂଳିଧୂଆଁ ପ୍ରଦୂଷଣ ସାଙ୍ଗକୁ ବିପର୍ଯ୍ୟସ୍ତ ରାସ୍ତା ଲୋକଙ୍କ ଦୁଃଖ ବଢାଇ ଦେଉଥିବା ସ୍ଥାନୀୟ ଅଧିବାସୀ ଘନଶ୍ୟାମ ନାୟକ କହିଛନ୍ତି।
ଏ ସଂକ୍ରାନ୍ତରେ ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଶତପଥୀ କୁହନ୍ତି, ଯେହେତୁ କମ୍ପାନୀ ଗାଡ଼ି ଚଳାଚଳ ଯୋଗୁଁ ରାସ୍ତା ଭାଙ୍ଗିଛି, ଏଣୁ ୭୫ ଲକ୍ଷ ଟଙ୍କା ଜମା କଲେ ରାସ୍ତା ମରାମତି ହେବ ବୋଲି କୁହାଯାଇଛି। ସେହିପରି କନିଷ୍ଠ ଯନ୍ତ୍ରୀ ସରୋଜ ସେନାପତି କହିଛନ୍ତି ଯେ, ଉକ୍ତ ରାସ୍ତାରେ କାରଖାନାର ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ମରାମତି ପାଇଁ ଯେଉଁ ଟଙ୍କା ଆସିଛି ସେଥିରେ ହୋଇ ପାରିବ ନାହିଁ। ଏଣୁ କାରଖାନା କର୍ତ୍ତୃପକ୍ଷ ବିକଳ୍ପ ରାସ୍ତା ନିର୍ମାଣ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri