ବିକଳ୍ପ ବ୍ୟବସ୍ଥା କରିବା ପାଇଁ କମ୍ପାନୀକୁ ତାଗିଦ୍‌

କେନ୍ଦୁଝର,୧୭ା୬(ସ୍ବ.ପ୍ର.) ଭାରିଯାନ ଚଳାଚଳ ଯୋଗୁ କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜାମୁଡିହା-ବିସ୍ତାପାଳ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ୧.୪୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୀର୍ଘ ୨.୬୦୭ କି.ମି ବିଶିଷ୍ଟ ଏହି ରାସ୍ତା ଏବେ ଅସୁରକ୍ଷିତ ହୋଇ ପଡ଼ିଛି। ରାସ୍ତା ନିର୍ମାଣର କିଛି ବର୍ଷ ମଧ୍ୟରେ ନଷ୍ଟ ହୋଇ ଯାଇଥିବା ବେଳେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇ ପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସଦର ବିଧାୟକ ମୋହନ ମାଝି ମଧ୍ୟ ନିକଟରେ ଏକ ବୈଠକରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ କମ୍ପାନୀର ଭାରୀଯାନ ଚଳାଚଳ ଯୋଗୁ ଏହି ରାସ୍ତା ନଷ୍ଟ ହୋଇଥିବାରୁ କାରଖାନା କର୍ତ୍ତୃପକ୍ଷ ୭୫ ଲକ୍ଷ ଟଙ୍କା ଜମା କଲେ ରାସ୍ତା ମରାମତି ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁୁ ଚିଠି କରାଯାଇଛି। ନଚେତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଭାରିଯାନ ଚଳାଚଳ ବନ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
ଏହି ରାସ୍ତାରେ ସ୍ଥାନୀୟ ମୁରୁସୁଆଁ ସ୍ଥିତ ଏକ କାରଖାନାର ଲୁହାପଥର ଓ ସ୍ପଞ୍ଜ ବୋଝେଇ ଓଜନଦାର ଟ୍ରକ, ଟ୍ରଲର ଆଦି ଯାତୟାତ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଆସୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଆଦେଶ ଦିଆଯାଇଥିବା ସତ୍ତ୍ୱେ କମ୍ପାନୀ ନିଜସ୍ବ ରାସ୍ତା ବ୍ୟବହାର ନ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରେ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ପିଚୁ ଉଠିଯାଇ ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି। ଏହି ରାସ୍ତା ଉପରେ ବିସ୍ତାପାଳ, ମୁରସୁଆଁ, ଜାମୁଡିହା, ନୂଆଗାଁ, ବିରକିଶୋରପୁର, ବିସ୍ତାପାଳ, ଭାଳୁପାଳିସାହି, ଖପରାଖାଇ, ଜାମୁପୋଶି, ରାଇକଳା, ଭାଲୁକା, ତାରତଖମଣ, ଟିଆଳିପଶି, ମଙ୍ଗଳାପଶି, ଅର୍ଶଳା ଆଦି ଅଞ୍ଚଳର ଗ୍ରାମବାସୀମାନେ ନିର୍ଭର କରନ୍ତି। ତେବେ ରାସ୍ତାର କ୍ଷମତାଠାରୁ ବହୁ ଅଧିକ ଓଜନର ମାଲ ପରିବହନ ହେଉଥିବାରୁ ଲୋକେ ବିରୋଧ କରୁଥିଲେ ହେଁ ପ୍ରଶାସନ ଶୁଣୁ ନାହିଁ। ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ପ୍ରତିକାର ହେଉନାହିଁ। କାରଖାନା ଓ ଚଳାଚଳ କରୁଥିବା ଗାଡ଼ିର ଧୂଳିଧୂଆଁ ପ୍ରଦୂଷଣ ସାଙ୍ଗକୁ ବିପର୍ଯ୍ୟସ୍ତ ରାସ୍ତା ଲୋକଙ୍କ ଦୁଃଖ ବଢାଇ ଦେଉଥିବା ସ୍ଥାନୀୟ ଅଧିବାସୀ ଘନଶ୍ୟାମ ନାୟକ କହିଛନ୍ତି।
ଏ ସଂକ୍ରାନ୍ତରେ ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଶତପଥୀ କୁହନ୍ତି, ଯେହେତୁ କମ୍ପାନୀ ଗାଡ଼ି ଚଳାଚଳ ଯୋଗୁଁ ରାସ୍ତା ଭାଙ୍ଗିଛି, ଏଣୁ ୭୫ ଲକ୍ଷ ଟଙ୍କା ଜମା କଲେ ରାସ୍ତା ମରାମତି ହେବ ବୋଲି କୁହାଯାଇଛି। ସେହିପରି କନିଷ୍ଠ ଯନ୍ତ୍ରୀ ସରୋଜ ସେନାପତି କହିଛନ୍ତି ଯେ, ଉକ୍ତ ରାସ୍ତାରେ କାରଖାନାର ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ମରାମତି ପାଇଁ ଯେଉଁ ଟଙ୍କା ଆସିଛି ସେଥିରେ ହୋଇ ପାରିବ ନାହିଁ। ଏଣୁ କାରଖାନା କର୍ତ୍ତୃପକ୍ଷ ବିକଳ୍ପ ରାସ୍ତା ନିର୍ମାଣ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିିର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଓଡ଼ିଶାରେ ଏବେବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ରହିଛି। ଆଉ କୌଣସି ନୂଆ ପଜିଟିଭ୍‌ ଚିହ୍ନଟ ହୋଇନାହିଁ। ବୁଧବାର ୧୨ଟା ସୁଦ୍ଧା ଓଡ଼ିଶାରେ ୧୩୩ଟି...

୧୩ରେ ‘ଦିବ୍ୟ କାଶୀ-ଭବ୍ୟ କାଶୀ’ର ଲୋକାର୍ପଣ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକ ପ୍ରାଚୀନ ଧାର୍ମିକ ସହର କାଶୀ ବିଶ୍ୱନାଥ ଧାମର ସୌନ୍ଦର୍ଯ୍ୟକରଣ ଓ ସାମଗ୍ରିକ ବିକାଶ କାର୍ଯ୍ୟ ‘ଦିବ୍ୟ...

ଓଡ଼ିଶୀ ନୃତ୍ୟରେ ଗୁରୁ କେଳୁଚରଣଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୁଣା ଭୁବନେଶ୍ୱର,୧୧ା୨(ଡି.ଏନ୍‌.ଏ.): ଐତିହାସିକ ଧଉଳି ପାହାଡ ପାଦଦେଶରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି ୧୬ଶ ଧଉଳି କଳିଙ୍ଗ ମହୋତ୍ସବ। ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ପରିବେଷିତ...

ଅନ୍‌ଲାଇନରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କେନ୍ଦୁଝର,୨।୧(ସ୍ବ.ପ୍ର.)-ପ୍ରତ୍ୟେକ ବର୍ଷ ଆରମ୍ଭରେ ମା’ ତାରିଣୀ ପୀଠରେ ଭକ୍ତଙ୍କ ଭିଡ଼ ଜମେ। ଦୂରଦୂରାନ୍ତରୁ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ନବବର୍ଷ...

ଛତିଶଗଡ଼, ଓଡ଼ିଶା ବିରୋଧରେ ଅଭିଯୋଗ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମସ୍ୟା ଉପରେ ଏନ୍‌ଏଚ୍‌ଆର୍‌ସିରେ ଦାଖଲ ହୋଇଥିବା ସତ୍ୟପାଠରେ ଭୁଲ ତଥ୍ୟ ରହିଛି। ଓଡ଼ିଶା ଓ...

ବିକ୍ରି ହେଲାନି ଧାନ, ମଣ୍ଡିରେ ବିଷ ପିଇଲେ ଚାଷୀ

ଭଦ୍ରକ ଅଫିସ,୨୭।୨: ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଜଣକ ନିରାଶ ହୋଇ ବିଷ ପିଇ ଦେଇଥିଲେ। ଏହି ଘଟଣା ଘଟିଛି ଭଦ୍ରକ ଜିଲାରେ।...

ଜିଲାକୁ ଫେରିଥିଲେ ୩୭, ଶେଷ ହେଲା ୩୬ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି

କେନ୍ଦୁଝର,୧୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୩୬ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ଜିଲାରେ...

ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ। ଏହାକୁ ନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସୂଚନା ଅନୁଯାୟୀ, ନିର୍ବାଚନ ପାଇଁ ଅକ୍ଟୋବର ୧୪...

Advertisement
Archives

Model This Week