ଉଠାଦୋକାନୀଙ୍କୁ ଉଚ୍ଛେଦ, ଥିଲାବାଲାଙ୍କୁ ନା: ପୋଲିସ ସହ ମୁହାଁମୁହିଁ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ):ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବରଗଡ଼ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ପଡୁଛି। କେବଳ ଡାକବାଜି ଯନ୍ତ୍ରରେ ସୂଚନା ଦେଇ ଏଠାରେ ଗରୀବ ଲୋକଙ୍କୁ ଉଚ୍ଛେଦ କରାଯାଉଛି। ମାତ୍ର ଥିଲାବାଲାଙ୍କ ଜବରଦଖଲକୁ ବିଭାଗୀୟ ଅଧିକାରୀଙ୍କ ହାତ ପାଉ ନାହିଁ। ଏଭଳିସ୍ଥଳେ ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ୟ ନୀରବ ରହିଛନ୍ତି। ଜବରଦଖଲ ଉଚ୍ଛେଦରେ ଜିଲା ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ସେଭଳି ଆଭିମୁଖ୍ୟ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଗରୀବଙ୍କୁ ଉଚ୍ଛେଦ ଏବଂ ଥିଲାବାଲାଙ୍କୁ ଅନୁକମ୍ପା ଅଭିଯୋଗ କରି ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ଉପୁଜୁଛି। ଶୁକ୍ରବାର ବରଗଡ଼-ଭେଡ଼େନ ରାସ୍ତାରେ ଉଠାଦୋକାନୀଙ୍କୁ ଉଚ୍ଛେଦ ନେଇ ଏଭଳି ପରିସ୍ଥିତି ଉପୁଜିଥିଲା। ଜଣେ ମହିଳା ଠେଲା ଦୋକାନୀ ସୀମା କୁମ୍ଭାରଙ୍କ ଅନୁପସ୍ଥିତିରେ ବୋଲଡୋଜର ଲଗାଇ ବିଭିନ୍ନ ସାମଗ୍ରୀ ରହିଥିବା ଠେଲା ଦୋକାନକୁ ଉଠାଇ ଦିଆଯାଇଥିଲା। ଏପରିକି ତାଙ୍କ ଠେଲାକୁ ଭଙ୍ଗାରୁଜା କରାଯିବା ସହିତ ସେଥିରେ ରହିଥିବା ସାମଗ୍ରୀକୁ ନଷ୍ଟ କରି ଦିଆଯାଇଛି ବୋଲି ସୀମା ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ସେ ରାସ୍ତା ଉପରେ ବିଭିନ୍ନ ସାମଗ୍ରୀ ରଖି ରାସ୍ତାରୋକୋ କରିଥିଲେ। ପୋଲିସ ସେଠାକୁ ପହଞ୍ଚି ତାଙ୍କୁ ବୁଝାଶୁଝା କରି ରାସ୍ତାରୁ ଉଠାଇଥିଲା। ଅନ୍ୟପଟେ ଏଭଳି ଉଚ୍ଛେଦକୁ ନେଇ ସମ୍ପୃକ୍ତ ମହିଳା ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଶାସକ ଭାଜପା ସରକାର ଉପରେ ତୀବ୍ର ବର୍ଷିଥିଲେ ଏବଂ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ।
ବୁଧବାର ପୌର ପ୍ରଶାସନ ଡାକବାଜି ଯନ୍ତ୍ରରେ ଉଚ୍ଛେଦ ନେଇ ସୂଚନା ଦେଇଥିଲା। ଜବରଦଖଲରେ ରହିଥିବା ଦୋକାନ ଗୁଡ଼ିକୁ ଖାଲି କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ତେବେ କେତେକ ଠେଲା ଦୋକାନୀ ସେମାନଙ୍କ ଦୋକାନକୁ ଖାଲି କରି ନେଇଥିଲେ। ଅନ୍ୟପଟେ ସେ ଏକାକୀ ଥିବାରୁ ସ୍ଥାନୀୟ ଆନନ୍ଦ ମଣ୍ଡପ ପାଖରେ କେନାଲ ହିଡ଼ ପାର୍ଶ୍ୱରେ ରହିଥିବା ନିଜ ଦୋକାନକୁ ଖାଲି କରି ପାରି ନଥିଲେ। ଦୋକାନ ଖାଲି କରିବା ପାଇଁ ସେ ପଡ଼ାର କିଛି ଲୋକଙ୍କୁ ଡାକିବାକୁ ଯାଇଥିଲେ ଏବଂ ସେ ଲୋକ ଧରି ଫେରିବା ବେଳକୁ ତାଙ୍କ ଠେଲା ଦୋକାନ ଏବଂ ଦୋକାନରେ ରହିଥିବା ବିଭିନ୍ନ ସାମଗ୍ରୀକୁ ବୋଲଡୋଜର ଲଗାଇ ଭାଙ୍ଗି ଦିଆଯିବା ସହିତ ଦୋକାନ ଭିତରେ ରହିଥିବା ଏକ ମୋବାଇଲ ମଧ୍ୟ ଚୋରି ହୋଇଛି ବୋଲି ସୀମା ଅଭିଯୋଗ କରିଛନ୍ତି। ସେହିପରି ଏହି ରାସ୍ତାକୁ ଆହୁରି ଲୋକ ଜବରଦଖଲ କରିଥିବାବେଳେ ଲେଙ୍ଗୁ ମିଶ୍ର ଛକରୁ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ମାତ୍ର ଧନୀଲୋକ ଥିବା ଯୋଗୁ ସେଠାରେ ଜବରଦଖଲ ଉଚ୍ଛେଦ କରାଯାଉ ନାହିଁ ଏବଂ କେବଳ ଗରିବ ଲୋକଙ୍କୁ ଉଚ୍ଛେଦରେ ଟାର୍ଗେଟ୍‌ କରାଯାଉଛି ବୋଲି ସୀମା ଅଭିଯୋଗ କରି ଶାସକ ଭାଜପା ସରକାରକୁ କଡ଼ା ସମାଲୋଚନା କରିଛନ୍ତି।
ତେବେ ଥିଲାବାଲାଙ୍କୁ ମାଫ୍‌ କରି ଗରିବଙ୍କୁ ଉଚ୍ଛେଦ ଏଠାରେ ନୂଆଁ ନୁହେଁ। ଗତ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ ଜୀରାନଦୀ କୂଳ ପାଖରେ ରହିଥିବା ଅମ୍ବାପାଲିର ଜଣେ ଗରିବ ବୃଦ୍ଧାଙ୍କ ଘରକୁ ଉଚ୍ଛେଦ କରିବାକୁ ପୌର ପ୍ରଶାସନ ପୂରାଦମ୍‌ରେ ଲାଗି ପଡ଼ିଥିଲା। ବୋଲଡ଼ୋଜର ଲଗାଇ ଘରର କିଛି ଅଂଶକୁ ଭଙ୍ଗା ବି ଯାଇଥିଲା। କିନ୍ତୁ ସମ୍ପୃକ୍ତ ବୃଦ୍ଧା ବୋଲଡ଼ୋଜର ଉପରକୁ ଚଢ଼ିଯାଇ ଥିବାବେଳେ ପଡ଼ାବାସୀ ଦୃଢ଼ ବିରୋଧ କରିବାରୁ ଶେଷରେ ପୋଲିସ, ପୌର ପ୍ରଶାସନକୁ ନିରାଶରେ ଫେରିବାକୁ ପଡ଼ିଥିଲା।
ସେହିପରି ସ୍ଥାନୀୟ ଭିଏସ୍‌ଏସ୍‌ ନଗର(ବାନ୍ଦୁଟିକ୍ରା) ଛକ ନିକଟରେ ଦୋକାନ କରିଥିବା ଜଣେ ଦୋକାନୀ କୁମ୍ଭମେଳା ପାଇଁ ପ୍ରୟାଗରାଜ ଯାଇଥିଲେ। ମାତ୍ର ସେଠାରୁ ଫେରିବା ପରେ ତାଙ୍କ ଦୋକାନକୁ ପୌର ପ୍ରଶାସନ ଉଚ୍ଛେଦ କରି ଦେଇଥିବା ଜାଣି ସେ ମଧ୍ୟ ସେତେବେଳେ ରାସ୍ତାକୁ ଓହ୍ଲାଇଥିଲେ। ଅନ୍ୟପଟେ ବରଗଡ଼ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘଦିନର ଦାବି ହୋଇ ରହି ଆସିଛି। ଏଥିପାଇଁ ଆନ୍ଦୋଳନ ତୀବ୍ର ହୋଇଥିବାବେଳେ ଉଚ୍ଛେଦ ମାମଲା ଉଚ୍ଚ ନ୍ୟାୟାଳୟକୁ ପହଞ୍ଚିଛି। ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ୨ଥର ରାୟ ଶୁଣାଇ ସାରିଛନ୍ତି। ମାତ୍ର ରାୟ ପ୍ରକାଶ ପାଇବା ପରେ ଉଚ୍ଛେଦ ନେଇ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଉଚ୍ଛେଦ ବିରୋଧରେ ପୁଣି ପ୍ରଭାବିତ ଲୋକେ ଉଚ୍ଛ ନ୍ୟାୟାଳୟକୁ ଯିବାର ସୁଯୋଗ ପାଉଛନ୍ତି ଏବଂ ମାମଲା ସେଠାରେ ପୁଣି ବିଚାରାଧିନ ରହି ଦିନ ଗଡ଼ି ଚାଲୁଛି ବୋଲି ଲୋକଙ୍କ ମଧ୍ୟ ଆଲୋଚନା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?