ହସ୍ତାନ୍ତର ହେଉ ଅବ୍ୟବହୃତ ସ୍କୁଲ ଗୃହ

ବନ୍ତ,୨୯ ।୪(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତର ଅବ୍ୟବହୃତ ଅମରସିଂହପୁର ପ୍ରାଥମିକ ବିଦ୍ୟାଳୟ ଗୃହକୁ ହସ୍ତାନ୍ତର କରିବା ପାଇଁ ଆଞ୍ଚଳିକ ମଞ୍ଚ ପକ୍ଷରୁ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଛି। ଗତ ଦୁଇବର୍ଷରୁ ଊର୍ଦ୍ଧ୍ୱ ହେବ ଉକ୍ତ ସ୍କୁଲ ଉଚ୍ଛେଦ ହୋଇ କାଣ୍ଡବା ନୋଡାଲ ଉ.ପ୍ରା. ବିଦ୍ୟାଳୟ ସହ ମିଶ୍ରଣ ହୋଇଥିଲା। ଫଳରେ ଉକ୍ତ ବିଦ୍ୟାଳୟ ଗୃହ ଅବ୍ୟବହୃତ ହୋଇ ରହିଛି। ଉକ୍ତ ଗୃହକୁ ଅମରସିଂହପୁର ଆଞ୍ଚଳିକ ମଞ୍ଚର ଅଫିସ ଗୃହ ଭାବେ ବ୍ୟବହାର ପାଇଁ ଗୋପୀନାଥପୁର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାପତି ଭାରତୀ ଦାସ, ସମ୍ପାଦକ ସୀତା ରାଉଳ, ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ରଶ୍ମିତା ବେହେରା, ସମ୍ପାଦିକା ବିଶ୍ୱଭାରତୀ ନାୟକ, ସରପଞ୍ଚ ସବିତାରାଣୀ ନାୟକ, ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକାଙ୍କ ସମେତ ସଭ୍ୟାମାନେ ବିଡିଓଙ୍କୁ ଦାବି ଜଣାଇଛନ୍ତି।
ପ୍ରକାଶ ଥାଉକି, ବ୍ଲକର ବିଭିନ୍ନ ପଞ୍ଚାୟତରେ କେତେକ ବିଦ୍ୟାଳୟ ଉଚ୍ଛେଦ ହୋଇ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ ହୋଇସାରିଛି। ଉଚ୍ଛେଦ ବିଦ୍ୟାଳୟ ଗୃହଗୁଡ଼ିକୁ ସମ୍ପୃକ୍ତ ପଞ୍ଚାୟତର ମହିଳା ମହାସଂଘ କିମ୍ବା ଆଞ୍ଚଳିକ ମଞ୍ଚକୁ ହସ୍ତାନ୍ତର କରାଇ କାର୍ଯ୍ୟରେ ଲଗାଇବାକୁ ରାଜ୍ୟ ସରକାର ସମସ୍ତ ଜିଲା ଓ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆନ୍ତରିକତା ଅଭାବ ଯୋଗୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତରେ ନିର୍ମାଣ ଶ୍ରମିକ ମୃତ

ଭୁବନେଶ୍ୱର,୧୩ା୨(ବ୍ୟୁରେ): ଆବାସ ଯୋଜନାରେ ଘର ର୍ନିମାଣ ଚାଲିଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶହୀଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ବୁଧବାର...

ରାଖୀରେ ପରିବେଶ ସୁରକ୍ଷା

ଭୁବନେଶ୍ୱର,୮।୮(ବ୍ୟୁରୋ): ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଗଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ରାଖୀ ସହ ପରିବେଶ...

ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣା: ଠିକାଦାର ଅଟକ, କାଗଜପତ୍ର ଯାଞ୍ଚ କରୁଛି କମିଶନରେଟ ପୋଲିସ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ଶନିବାର ଠିକାଦାରୀ ସଂସ୍ଥା ମୁଖ୍ୟ ଦିଲୀପ ଖଟୋଇଙ୍କୁ ଅଟକ ରଖାଯାଇଛି। ଡିସିପିଙ୍କ ନେତୃତ୍ୱରେ କମିଶନରେଟ...

ବାସହରା ପରିବାରଙ୍କୁ ଥଇଥାନ କରା ନ ଯିବା ମାମଲା :ବିପର୍ଯ୍ୟୟ ଓ ପ୍ରଶମନ ବିଭାଗକୁ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର, ୩।୧୧(ବ୍ୟୁରୋ) ୧୯୮୨ ମସିହାରେ କନ୍ଦଳ ନଦୀ ବନ୍ୟାରେ କଟକ ଜିଲା କଣ୍ଟାପଡ଼ା ତହସିଲର ପ୍ରାୟ ୨୫ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ସେମାନେ ବାସହରା ହୋଇ...

ଭୁବନେଶ୍ୱରରୁ ଆଉ ୬୪ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୨।୭(ବ୍ୟୁରୋ)-ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୮...

୧୦୦ ପଞ୍ଜୀକୃତଙ୍କଠାରେ କରୋନା ଲକ୍ଷଣ ସନ୍ଦେହ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ନୂଆ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହି ୨ଜଣ ପଜିଟିଭ୍‌ ଆକ୍ରାନ୍ତ ରହିଛନ୍ତି। ଏହି ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ...

ବିପଦରେ ପାରାଦୀପ ଭ୍ୟୁ ଟାୱାର

ପାରାଦୀପ,୧୨ା୧(ସ୍ବ.ପ୍ର.): ପାରାଦୀପର ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଆକର୍ଷଣ ସ୍ଥାନ ନେହେରୁବଙ୍ଗଳା ମନ୍ମଦ ଉଦ୍ୟାନ ଅଞ୍ଚଳ। ଏବେ ଏହା ବିପଦରେ। କାରଣ ମହାନଦୀ ମୁହାଣରେ ତଟକ୍ଷୟ ବର୍ଷେ...

ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫ା୮(ବ୍ୟୁରୋ): ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ମାନ୍ୟତା ପାଇଛନ୍ତି। ‘ଇଣ୍ଡିଆ ଟୁଡେ’ ପତ୍ରିକା ପକ୍ଷରୁ...

Advertisement
Archives

Model This Week