ବାତ୍ୟା ‘ଅକ୍ୱାନ’ ମୁକାବିଲା: ଗଞ୍ଜାମ, ପୁରୀ-ଖୋର୍ଦ୍ଧା ସମେତ ୬ ଜିଲାରେ ଲାଗୁ ହେଲା ଲାଗୁ ହେଲା ଇନଟ୍ରା ସର୍କଲ ରୋମିଂ

ଭୁବନେଶ୍ୱର, ୧୯।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ସମୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ନିରବଚ୍ଛିନ୍ନ ରଖିବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଖରାପ ପାଗ ଯୋଗୁ ମୋବାଇଲ୍ ନେଟୱର୍କ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ରାଜ୍ୟର ୬ଟି ସମ୍ଭାବ୍ୟ ପ୍ରଭାବିତ ଜିଲାରେ ‘ଇନଟ୍ରା ସର୍କଲ ରୋମିଂ’ (ICR) ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ (ଆକ୍ଟିଭ୍) କରାଯାଇଛି।

ସୂଚନା ଅନୁଯାୟୀ, ଗଞ୍ଜାମ, ଗଜପତି, ପୁରୀ ଏବଂ ଖୋର୍ଦ୍ଧା ସମେତ ମୋଟ ୬ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଆଜି ଅର୍ଥାତ୍ ନଭେମ୍ବର ୧୯ ତାରିଖ ରାତି ୧୧ଟା ୫୯ ମିନିଟ୍‌ରୁ ଆସନ୍ତାକାଲି (ନଭେମ୍ବର ୨୦) ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି ସୁବିଧା ବଳବତ୍ତର ରହିବ।

ବାତ୍ୟା ଓ ଖରାପ ପାଗ ସମୟରେ ଯଦି କୌଣସି ନିର୍ଦ୍ଦିଷ୍ଟ ଟେଲିକମ୍ କମ୍ପାନୀର ନେଟୱର୍କ ବାଧାପ୍ରାପ୍ତ ହୁଏ କିମ୍ବା ଟାୱାର ଅଚଳ ହୋଇଯାଏ, ତେବେ ଉପଭୋକ୍ତାମାନେ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଇନଟ୍ରା ସର୍କଲ ରୋମିଂ (ICR) ସୁବିଧା ମାଧ୍ୟମରେ ଯେକୌଣସି ନେଟୱର୍କର ଗ୍ରାହକ ନିଜ ଅଞ୍ଚଳରେ ଉପଲବ୍ଧ ଥିବା ଅନ୍ୟ ଯେକୌଣସି ଟେଲିକମ୍ କମ୍ପାନୀର ନେଟୱର୍କ ବ୍ୟବହାର କରି କଲ୍ ଏବଂ ଇଣ୍ଟରନେଟ୍ ସେବା ପାଇପାରିବେ। ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ ବିଚ୍ଛିନ୍ନ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ନିଷ୍ପତ୍ତି, ଶୁକ୍ରବାର କଟକରେ ସ୍କୁଲ, କଲେଜ ଛୁଟି

କଟକ,୧୯ା୧୧: ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କଟକ ଜିଲାପାଳଙ୍କ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କଟକ ଜିଲାର ସବୁ ସ୍କୁଲ, କଲେ, ଅଙ୍ଗନବାଡ଼ି କେନ୍ଦ୍ରକୁ…

ବାତ୍ୟା ‘ଆକ୍ବାନ’ ପ୍ରଭାବ: ସାକ୍ଷୀଗୋପାଳ ମନ୍ଦିରରେ ଭୁଶୁଡ଼ିଲା ବ୍ୟାରିକେଡ୍; ସତ୍ୟବାଦୀରେ ୧୨୦୦ ଲୋକ ସ୍ଥାନାନ୍ତର

ସାକ୍ଷୀଗୋପାଳ, ୧୯।୧୧ (କିଶୋର ମହାପାତ୍ର / ପ୍ରଶାନ୍ତ କୁମାର ବାରିକ): ସମ୍ଭାବ୍ୟ ବାତ୍ୟା ‘ଆକ୍ବାନ’ର ପ୍ରଭାବରେ ସତ୍ୟବାଦୀ ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଓ ପବନ…

ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଭାରତୀୟଙ୍କ କଟା ଘା’ରେ ଲୁଣ ଛିଞ୍ଚିଛନ୍ତି ଟ୍ରାଭିସ ହେଡ

ନୂଆଦିଲ୍ଲୀ,୧୯।୧୧: ତିନି ବର୍ଷ ପୂର୍ବେ, ଠିକ ଆଜିର ଦିନରେ ଅର୍ଥାତ ନଭେମ୍ବର ୧୯ରେଟିମ ଇଣ୍ଡିଆ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ଫାଇନାଲ…

ବାତ୍ୟା ‘ଅକ୍ୱାନ’ ପାଇଁ ବଡ଼ ନିଷ୍ପତ୍ତି: ଗଞ୍ଜାମରେ ଆସନ୍ତାକାଲି ଗଡ଼ିବନି ବସ୍ କି ଟ୍ରକ୍

ଛତ୍ରପୁର, ୧୯।୧୧ (ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ…

ମାଡ଼ି ଆସୁଛି ବାତ୍ୟା ‘ଅକ୍ୱାନ’: ଆତଙ୍କିତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ

ଗଞ୍ଜାମ,୧୯।୧୧(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବର ତାଣ୍ଡବ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ବାତ୍ୟା ଅକ୍ୱାନକୁ ନେଇ ଚିନ୍ତାରେ ଅଞ୍ଚଳବାସୀ l ବାତ୍ୟା ଅକ୍ୱାନ…

୧୦୦ ରନ ପୂର୍ବରୁ ୫ ୱିକେଟ ପଡ଼ିଲା, ତା’ପରେ ଟିମ ଇଣ୍ଡିଆ ଉପରେ ଜୋରଦାର ପ୍ରେସର; ୬୮୦ ରନରେ ଇନିଂସ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୧୯।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ‘ବେସିନ ରିଜର୍ଭ’ (Basin Reserve) ଠାରେ ଚାଲିଛି। ଗୁରୁବାର (ନଭେମ୍ବର ୧୯) ଆରମ୍ଭ ହୋଇଥିବା…

ବାତ୍ୟା ମୁକାବିଲା ପାଇଁ କୋରାପୁଟ ପ୍ରଶାସନ ପ୍ରସ୍ତୁତ:  ୧୬ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ରହିଛି ନଜର…

କୋରାପୁଟ,୧୯ା୧୧(ଅମିତାଭ ବେହେରା ) ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଛି କୋରାପୁଟ ଜିଲା ପ୍ରଶାସନ। ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ସମସ୍ତ…

ଅଶାନ୍ତ ସମୁଦ୍ରରେ ଫସିଲେ ଆନ୍ଧ୍ର ମତ୍ସ୍ୟଜୀବୀ, ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୧୯।୧୧(ଦିଲ୍ଲୀପି ସାମଲ): ସମ୍ଭାବ୍ୟ ବାତ୍ୟା ଓ ସମୁଦ୍ରର ଅଶାନ୍ତ ପରିସ୍ଥିତି ଯୋଗୁ ନିଜ ଅଞ୍ଚଳକୁ ଫେରି ନ ପାରି ଓଡ଼ିଶା ଉପକୂଳରେ ଆଶ୍ରୟ ନେଇଛନ୍ତି ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?