ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ

ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ ପାଚିଲା ଧାନ ଅମଳ କରିପାରୁ ନାହାନ୍ତି। ଏପରିକି ଯାହା ଅମଳ ହୋଇଛି ତାହାକୁ ମଧ୍ୟ ବିକ୍ରୟ କରିପାରୁ ନାହାନ୍ତି। ବର୍ଷା ପାଇଁ ଧାନ ମଣ୍ଡି ଏକପ୍ରକାର ଠପ ହୋଇଯାଇଛି। କେତେକ ସ୍ଥାନରେ ପବନ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ଯୋଗୁ ପାଚିଲା ଧାନ କେଣ୍ଡା ଜମିରେ ପଡ଼ିଯାଇ ନଷ୍ଟ ହେବା ସହିତ ଗଜା ହେଉଥିବା ଦେଖାଯାଇଛି। ଏପଟେ ଶ୍ରମିକ ମିଳୁ ନ ଥିବାବେଳେ ମେଶିନରେ ଧାନ କାଟିବା ସମ୍ଭବ ହେଉନାହିଁ। ଅଞ୍ଚଳରେ ୬୦ ପ୍ରତିଶତ ଧାନ ଅମଳ ହୋଇଥିବା କର୍ଲାମୁଣ୍ଡା କୃଷି ବିଭାଗ ଆକଳନ କରିଛି। କଟାଯାଇଥିବା ଧାନ ଗଚ୍ଛିତ ରଖିବା ପାଇଁଁ ପଲିଥିନ ହିଁ ଭରସା ପାଲଟିଛି।

ଅଞ୍ଚଳର ତେରେସିଂହା ପୈlରକେଲା ଯୋରାଡ୍ରବରା,ରିଞ୍ଜା, ସ. ମାଲପଡା,ଖରଜୁରା ବୁଢିପଦର, ବିନ୍ଧାଣି, ପୁଟିଗାଁ, ଭଲି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ କାଟିଥିବା ଚାଷଜମିରେ ଶୋଇପଡି ନଷ୍ଟ ହେବା ସହିତ ଗଜା ହେଉଥିବା ଦେଖାଯାଉଛି। କେତେକ ଅଞ୍ଚଳରେ ୧୦ ପ୍ରତିଶତ ମଧ୍ୟ ଧାନ କ୍ରୟ ହୋଇ ନ ଥିବା ଜଣାପଡିଛି। ଅଞ୍ଚଳର କିଛି ସ୍ଥାନରେ ଧାନ ମଣ୍ଡି ଖୋଲା ଆକାଶ ତଳେ ଚାଲିଛି । ଏଭଳି ସମୟରେ ଅସାଧୁ ବ୍ୟବସାୟୀ ସକ୍ରିୟ ହୋଇ ଉଠିଛନ୍ତି। ଗାଁକୁ ଗାଁ ଯାଇ କମ୍‌ ମୂଲ୍ୟରେ ଧାନ ସଂଗ୍ରହ କରିବାରେ ଲାଗିଛନ୍ତି। ଗଚ୍ଛିତ ରଖିବା ପାଇଁଁ ସ୍ଥାନ ଅଭାବରୁ ଚାଷୀମାନେ କମ ମୂଲ୍ୟରେ ମଧ୍ୟ ଟେକିଦେବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦୁଇଦିନ ଏପରି ଲଗାଣ ବର୍ଷା ଲାଗି ରହିଲେ ବିପୁଳ କ୍ଷୟକ୍ଷତି ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଅଭିଯୁକ୍ତ ମୃତବ୍ୟକ୍ତିଙ୍କ ସମ୍ପତ୍ତି ପାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୫(ପି.ଟି.): ଜଣେ ବ୍ୟକ୍ତି ଯଦି ଅନ୍ୟ ଜଣଙ୍କୁ ହତ୍ୟା କରିବା କିମ୍ବା ହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅଭିଯୁକ୍ତ ହୋଇଥାନ୍ତି, ତେବେ ସେ ଉତ୍ତରାଧିକାର ସୂତ୍ରରେ ମୃତ…

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ଭାଣିଜୀ ବାହାଘରକୁ ଆସିଥିଲେ, ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ହୋଇଗଲା ବାଇକ୍‌; ୩ ବ୍ୟକ୍ତି…

ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି…

ଦୁଃଖ ଦେଲା କାଳବୈଶାଖୀ: ଧାନ ଭିଜିଲା, ଗଛ ଭାଙ୍ଗିଲା

ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ…

ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର, ୯।୫(ସୁନିତ୍‌ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ…

ତାରସିଂ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ, ନୟାଗଡ଼ ବନଖଣ୍ଡରେ ଚିକିତ୍ସାଧୀନ ଥିଲା

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଅପରାହ୍ନରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ହାତୀର ବୟସ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri