ଅସୁରକ୍ଷିତ ଜିଲା ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଜିଲା ଆସିବାସୀ ଶିକ୍ଷା ସାଧନ କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ରହିଥିଲେ ହେଁ କାହାରି ନିଘା ନାହିଁ। ସର୍ବଶିକ୍ଷା ଅଭିଯାନ ଅଧୀନରେ ଚାଲିଥିବା ଏହି ଆଦିବାସୀ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇ ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ରରେ ଲୋପ ପାଇବାକୁ ବସିଥିବା ଆଦିବାସୀ କଳାସଂସ୍କୃତି, ଭାଷାପରମ୍ପରା, ଅସ୍ତ୍ରଶସ୍ତ୍ର, ବେଶଭୂଷା କାୈଳିକ ପ୍ରଥା ଓ ବ୍ୟବସ୍ଥା ତଥା ସେମାନଙ୍କ ବ୍ୟବହାର୍ଯ୍ୟ ସାମଗ୍ରୀ ଆଦି ସାଇତି ରଖାଯାଇଛି। ବିଶେଷ କରି ଜିଲାର ଜୁଆଙ୍ଗ, ଭୂୟାଁ, ହୋ, ସାନ୍ତାଳ ଆଦି ଜନଜାତିଙ୍କ ମୂଲ୍ୟବାନ ପୁରୁଣା ସାମଗ୍ରୀ ସାଇତି ରଖାଯାଇଛି ା ଏହାକୁ ସମସ୍ତଙ୍କ ପ୍ରଦର୍ଶନ ସହିତ ଆଦିବାସୀ କଳାସଂସ୍କୃତି ଉପରେ ଗବେଷଣା ପାଇଁ ରଖାଯାଇଛି। ସେହିପରି ଏଠାରେ ଆଦିବାସୀଙ୍କ ଉପରେ ସେମିନାର, ବୈଠକ, ରିସର୍ଚ୍ଚ ସମ୍ପର୍କିତ କାର୍ଯ୍ୟକ୍ରମ ଆଦି ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଡିଜିଟାଲ ପ୍ଲାଟଫର୍ମ ବ୍ୟବସ୍ଥା କରାଯାଉଛି ବୋଲି ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି ା
ଏପରିକି ଏଠାକୁ ବାହାର ଜିଲାରୁ ମଧ୍ୟ ଆଦିବାସୀଙ୍କ ଉପରେ ଗବେଷଣା ବା ଅଧ୍ୟୟନ କରୁଥିବା ମେଧାବୀ ଛାତ୍ର ମାନେ ମଧ୍ୟ ଗସ୍ତ କରି ମୂଲ୍ୟବାନ ତଥ୍ୟ ସଂଗ୍ରହ କରୁଛନ୍ତି। ତେବେ କୋଭିଡ ପରେ ଏହାକୁ ବନ୍ଦ ରଖାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ସୁବ୍ୟବସ୍ଥା କରାଯାଇଥିଲେ ହେଁ ଏବେ ଏହା ଅବହେଳିତ ହୋଇ ରହିଛି। ଏହାକୁ ଏବେ ପୂର୍ଣ୍ଣକାର୍ଯ୍ୟକ୍ଷମ କରାଯାଉ ନ ଥିବା ଅନେକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହାର ବାହ୍ୟ ପାଚେରୀ ଦୀର୍ଘ ଦିନ ହେଲା ଭାଙ୍ଗିଯାଇଥିଲେ ହେଁ ମରାମତି କରାଯାଉ ନ ଥିବାରୁ ଏହି କେନ୍ଦ୍ରର ସୁରକ୍ଷା ତଥା ଏଠାରେ ଥିବା ମୂଲ୍ୟବାନ ସାମଗ୍ରୀର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ସେଠୀ କହିଛନ୍ତି, ଏହି କେନ୍ଦ୍ର ଶିକ୍ଷା ବିଭାଗର ଅନୁଦାନରେ ପ୍ରତିଷ୍ଠା ହୋଇଛି। ଏହାର ପାଚେରି ଭାଙ୍ଗିଥିବା ନେଇ ତାଙ୍କୁ କେହି ସୂଚନା ଦେଇ ନାହାନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ା ତୁରନ୍ତ ପାଚେରି ମରାମତି କରିବା ସହ ଉକ୍ତ କେନ୍ଦ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri