ଅସୁରକ୍ଷିତ କଳାପଥର ଖାଦାନ: ଡିଜିଏମ୍‌ଏସ୍‌ଙ୍କ ନିର୍ଦ୍ଦେଶକୁ ଅବମାନନା

ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଉତ୍ତୋଳନରେ କୌଣସି ଆଇନକାନୁନ୍‌କୁ ଲିଜ୍‌ଧାରୀମାନେ ମାନୁ ନାହାନ୍ତି। କେନ୍ଦ୍ର ଖଣି ସୁରକ୍ଷା ନିର୍ଦ୍ଦେଶକ ତଥା ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ମାଇନ୍ସ ସେଫ୍ଟି(ଡିଜିଏମ୍‌ଏସ୍‌), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯାଜପୁର ଲଘୁ ଖଣି ସର୍କଲର ଉପନିର୍ଦ୍ଦେଶକ(ଡିଡିଏମ୍‌)ଙ୍କ ବିଭିନ୍ନ ନିର୍ଦ୍ଦେଶ ପତ୍ର ପାଣିରେ ପଡୁଛି। କଳାପଥର ଖାଦାନରେ ଶୂନ୍ୟମୃତ୍ୟୁ ଲକ୍ଷ୍ୟ ନେଇ ହୋଇଥିବା ମାଇନ ମ୍ୟାନେଜର ନିଯୁକ୍ତି ନିର୍ଦ୍ଦେଶକୁ ୧ ମାସରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ବି ତାକୁ ଅବମାନନା କରାଯାଇଛି। ଏହାବାଦ୍‌ କଳାପଥର ଲୁଟ୍‌ ପରିମାଣ କ୍ରମଶଃ ବଢ଼ିବାରେ ଲାଗିଛି । କେତେଜଣ ବିଭାଗୀୟ ଅଧିକାରୀ କଳାପଥର ଟନ୍‌ ପିଛା ୬୦ ଟଙ୍କା, କ୍ରଶରରେ ଟନ୍‌ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଫଳରେ କଳାପଥର ଲିଜ୍‌ ବାତିଲ ହୋଇ ପାରୁନାହିଁ। ବରଂ ବ୍ୟବସାୟୀମାନେ ବିନା ଟିପିରେ ପରିବହନ କରି ସରକାରଙ୍କ ନିଷ୍ପତ୍ତିକୁ ଏକ ପ୍ରକାର ଚ୍ୟାଲେଞ୍ଜ କରୁଥିବା ଅଭିଯୋଗ ହୋଇଛି।
ମରଣଯନ୍ତା ଭାବେ ପରିଚିତ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ବିଭିନ୍ନ କଳାପଥର ଖାଦାନରେ ବିସ୍ଫୋରଣ ଶବ୍ଦ ଥମୁନି। ଶତାଧିକ ଲିଜ୍‌ପ୍ରାପ୍ତ ଏବଂ ବେଆଇନ ଖାଦାନରେ ଅହରହ ୱାଗନ ବ୍ଲାଷ୍ଟିଂରେ ଆଖପାଖ ଅଞ୍ଚଳ ଥରି ଉଠୁଛି ା ମାଇନିଂ ପ୍ଲାନ ବ୍ୟତୀତ ଜଙ୍ଗଲ ଓ ପରିବେଶ ଅନୁମତି, ୱାଗନ ଡ୍ରିଲିଂ ଆଦି ଅନୁମତି ନ ଥାଇ ଏଭଳି ବିସ୍ଫୋରଣ ଏବଂ ଦୁର୍ଘଟଣା ଯୋଗୁ ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ହେଉଛି। ଏହି ଶ୍ରମିକ ମୃତ୍ୟୁ ଘଟଣାରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୧୪୭/୨୦୨୪/ଇଜେଡରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଅଭିଯୋଗରେ ୨୦୧୭ରେ ୧୦ ଜଣ, ୨୦୧୮ରେ ୧୪ ଜଣ ଓ ୨୦୨୩-୨୪ରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ମଧ୍ୟ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡିଜିଏମ୍‌ଏସ୍‌ର ବିଭିନ୍ନ ଆଇନ ଅନୁସାରେ କଳାପଥର ଉତ୍ତୋଳନ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି କ୍ରମରେ ଭୁବନେଶ୍ୱର କ୍ଷେତ୍ରର ଡିଜିଏମ୍‌ଏସ୍‌ ପ୍ରତ୍ୟେକ କଳାପଥର ଖାଦାନରେ ସମସ୍ତ ଆଇନର ପାଳନ ସହ ଜଣେ ଲେଖାଏଁ ମାଇନ ମ୍ୟାନେଜର ନିଯୁକ୍ତି କରିବାକୁ ଯାଜପୁର ଲଘୁ ଖଣି ସର୍କଲର ଉପନିର୍ଦ୍ଦେଶକ(ଡିଡିଏମ୍‌)ଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଏହାପରେ ଯାଜପୁର ଡିଡିଏମ୍‌ ୧ ମାସ ମଧ୍ୟରେ ଡିଜିଏମ୍‌ଏସ୍‌ଙ୍କ ଉକ୍ତ ନିର୍ଦ୍ଦେଶକୁ ପାଳନ କରିବାକୁ ଧର୍ମଶାଳା ତହସିଲଦାରଙ୍କ ସମେତ ସମସ୍ତ ଲିଜ୍‌ଧାରୀଙ୍କୁ ୨୭ା୮ା୨୦୨୪ରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶର ୧ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ବି କୌଣସି ଖାଦାନରେ ମାଇନ ମ୍ୟାନେଜର ନିଯୁକ୍ତ ହୋଇନାହାନ୍ତି ା ଏହିସବୁ ଆଇନ ଏବଂ ନିର୍ଦ୍ଦେଶକୁ ଲିଜ୍‌ଧାରୀମାନେ ଭ୍ରୂକ୍ଷେପ ନ କରି ବିନା ଟିପିରେ କଳାପଥର ପରିବହନ ଜାରି ରଖିଛନ୍ତି। ଏପରି କି ବରଡା, ମାଲଗୋଡା, ବାଜବାଟୀ, ଡଙ୍କାରୀର ୧୮ ନମ୍ବର ଖାଦାନରୁ ବ୍ୟାପକ କଳାପଥର ବିନା ଅନୁମତିରେ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ସେହିପରି କ୍ରଶର ଏବଂ କଳାପଥର ଖାଦାନ ସହ ଲିଙ୍କେଜ ବ୍ୟବସ୍ଥାର ନିଷ୍ପତ୍ତି ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇ ପାରିନାହିଁ। ଫଳରେ କ୍ରଶରଗୁଡିକରେ ବେଆଇନ ଭାବେ ବିପୁଳ ପରିମାଣର କଳାପଥର ମହଜୁଦ ରହୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାରଙ୍କ ଖଣି ସୁରକ୍ଷା ନିର୍ଦ୍ଦେଶକଙ୍କ ସମେତ ରାଜ୍ୟ ସରକାରଙ୍କ ରାଜସ୍ବ, ଜଳ ସମ୍ପଦ, ଖଣି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଆଦି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଧର୍ମଶାଳା ଗସ୍ତରେ ଆସି ତଦନ୍ତ କରି ଫେରି ଯାଇଛନ୍ତି। ହେଲେ କଳାପଥର ଖାଦାନରେ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ ନେଇ ହୋଇଥିବା ବିଭିନ୍ନ ନିଷ୍ପତ୍ତି କେବଳ କାଗଜ କଲମରେ ସୀମିତ ରହିଛି। ଏଥିରୁ ଏହି ବେଆଇନ କାରବାରର ଚେର ସ୍ଥାନୀୟ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜରିଆରେ ଲଘୁ ଖଣି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଯାଜପୁର ଡିଡିଏମ୍‌ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ ଜଣେ ହେଲେ ଲିଜ୍‌ଧାରୀ ମାଇନ ମ୍ୟାନେଜର ନିଯୁକ୍ତି କରିଥିବା ସୂଚନା ମିଳିନାହିଁ। ଯେଉଁ ଲିଜ୍‌ଧାରୀ ଡିଜିଏମ୍‌ଏସ୍‌ର ନିର୍ଦ୍ଦେଶକୁ ଅବମାନନା କରିବେ, ତା’ର ଫଳ ସେମାନେ ହିଁ ଭୋଗିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?