ଅବାସ୍ତବ ଭାବନା

ଆକାର ପଟେଲ

ଜୁନ୍‌ ୨ରେ ‘ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଅଭିଯୁକ୍ତ ବଙ୍ଗାଳୀ ଦମ୍ପତି ବେଙ୍ଗାଲୁରୁ ଜେଲରୁ ୧୦ମାସ ପରେ ମୁକୁଳିଲେ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଦମ୍ପତି ଥିଲେ ପଳାଶ ଓ ଶୁକ୍ଳା ଅଧିକାରୀ। ସେମାନେ ସ୍ଥାନୀୟ ଜମାନତ ଦେଇପାରି ନ ଥିବାରୁ ଜାମିନ ପାଇବା ପରେ ବି ଅଧିକ ଗୋଟିଏ ମାସ ଜେଲରେ ରହିଥିଲେ। ଏହି ଘଟଣା ସହ ସମ୍ପର୍କ ଥିବା ଆଉ ଏକ ଖବର ସେହିଦିନ ପ୍ରକାଶ ପାଇଥିଲା, ଯାହାର ଶୀର୍ଷକ ଥିଲା ‘ନୂଆ ସଂସଦ ଭବନ କାନ୍ଥରେ ଅଖଣ୍ଡ ଭାରତର ଭିତ୍ତିଚିତ୍ର ବା କାନ୍ଥଚିତ୍ରକୁ ନେପାଳ ରାଜନେତାମାନେ ବିରୋଧ କରିଛନ୍ତି।’ ଖବରରୁ ବୁଝାପଡ଼ୁଛି, ଏହି ଅଖଣ୍ଡ ଭାରତ ଏକ ବିଚାର ଯାହାକୁ ହିନ୍ଦୁତ୍ୱ ଜାତୀୟତାବାଦୀମାନେ ସମର୍ଥନ କରୁଛନ୍ତି। ପଡ଼ୋଶୀ ଦେଶ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଭାରତ, ମାଳଦ୍ୱୀପ, ମ୍ୟାନ୍‌ମାର, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ଏହା ପରିକଳ୍ପନା କରାଯାଇଛି। ନେପାଳରେ ଥିବା ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀକୁ ମଧ୍ୟ ମାନଚିତ୍ରରେ ଦର୍ଶାଯାଇଛି। ଏହି ଦୁଇ ଘଟଣା ମଧ୍ୟରେ ସମ୍ପର୍କ ଅଛି। ମୁଁ ଲେଖୁଥିବା ‘ଦି କେସ୍‌ ଫର୍‌ ଅଖଣ୍ଡ ଭାରତ’ ବହିରେ ଏହି ଦୁଇ ବିଷୟରେ ଲେଖିବାକୁ ଚେଷ୍ଟାକରିଛି। ପ୍ରଥମରେ, ଯଦି ଭାରତୀୟମାନେ ବିଶେଷକରି ଭାଜପା ଓ ହିନ୍ଦୁମାନେ ଦକ୍ଷିଣ ଏସିଆକୁ ଏକାଠି କରିବାକୁ ଚାହାନ୍ତି, ତେବେ ବିନା ରଙ୍ଗିନଚିତ୍ର ଏବଂ ଭିତ୍ତିଚିତ୍ରରେ ତାହା କାହିଁକି କରିବାକୁ ଚେଷ୍ଟା କରୁନାହାନ୍ତି? ଦ୍ୱିତୀୟରେ, ବାସ୍ତବରେ ଅଖଣ୍ଡ ଭାରତ ସୃଷ୍ଟି କରିବାକୁ କ’ଣ କରିବାକୁ ପଡ଼ିବ? ପ୍ରଥମ ପ୍ରଶ୍ନର ଉତ୍ତର ସହଜ। ଏହାକୁ ସମର୍ଥନ କରୁଥିବା ଭାଜପା ଓ ହିନ୍ଦୁମାନେ କେବେ ବି ଏକ ସଂଗଠିତ ଦକ୍ଷିଣ ଏସିଆ ଚାହଁୁନାହାନ୍ତି। ସେମାନେ ଏକ ପ୍ରସଙ୍ଗଭିତ୍ତିକ ସାମ୍ରାଜ୍ୟ ଚାହଁୁଛନ୍ତି। ଭାଜପା କେବଳ ଭୂମି ଚାହେଁ, ଲୋକଙ୍କୁ ନୁହେଁ। କଶ୍ମୀରକୁ ଦେଖିଲେ ଏହା ସହଜରେ ବୁଝି ହେବ। ଧର୍ମାନ୍ଧତା ହେଉଛି ଅରୁଚିକର। କିନ୍ତୁ ଦ୍ୱିତୀୟ ପ୍ରଶ୍ନଟି ଅଧିକ ଉତ୍ସାହପ୍ରଦ। ଉପମହାଦେଶର ଲୋକଙ୍କୁ ଏକାଠି କରିବା ଲାଗି ବାସ୍ତବରେ ଏହା କି ପଦକ୍ଷେପ ନେବ ତାହା ବିଚାର କରିବା ଦରକାର। ଏହା ସେନା ବଳ ଦ୍ୱାରା ହୋଇପାରିବ ନାହିଁ। କାରଣ, ସେ କ୍ଷେତ୍ରରେ ଆମର କ୍ଷମତା ନାହିଁ। ବାସ୍ତବତାକୁ ଲକ୍ଷ୍ୟ କଲେ କଶ୍ମୀର ମାନଚିତ୍ରରେ ଯାହା ଦର୍ଶାଯାଇଛି ତାହା ସମ୍ପୂର୍ଣ୍ଣ ଭିନ୍ନ। ସ୍କୁଲ ମାନଚିତ୍ର ଦ୍ୱାରା ମାନସିକ ସ୍ତରରେ ବିଶ୍ୱାସ ଜନ୍ମାଯାଇଛି। ବାସ୍ତବରେ ପଶ୍ଚିମରେ କିଛି ଅଂଶ ଆମ ନିୟନ୍ତ୍ରଣରେ ନାହିଁ ଏବଂ ଆମେ ଯେତେ ସାହସର କଥା କହିଲେ ବି ତାହାକୁ ଫେରାଇ ଆଣିପାରିବା ନାହିଁ। ମନେରଖିବା ଦରକାର ଯେ, ପଡ଼ୋଶୀ ବିରୋଧୀ ହେଉଛି ଆମ ଦେଶ ଆକାରର ଏକ ସପ୍ତମାଂଶ। କେବଳ ସଙ୍କଳ୍ପର ଅଭାବରୁ ଆମେ ତାହାକୁ ଫେରାଇ ଆଣିପାରୁନାହଁୁ ତାହା ନୁହେଁ, ବରଂ ଆମ ଦକ୍ଷତା ଅଭାବରୁ ଏହା ହେଉଛି। ସେହିଭଳି ପୂର୍ବରେ କିଛି ଅଂଶ ଆମେ ହରାଉଛୁ, କିନ୍ତୁ ତାହାକୁ ଫେରାଇ ଆଣିବା ଲାଗି ଆମେ କହୁନାହଁୁ। ଶକ୍ତିଶାଳୀ କ୍ଷମତାର ଭୟ ଯୋଗୁ ଏହା କରିପାରୁନାହଁୁ। ଏମିତି କି ଆମେ ତା’ ନାଁ ବି ଧରୁନାହଁୁ।
ଆମେ ନେପାଳ, ଭୁଟାନ ଏବଂ ବାଂଲାଦେଶକୁ ଧମକାଇପାରୁ। କିନ୍ତୁ ମାନଚିତ୍ର ଓ ଭାଷଣରେ ବିରୋଧ କରୁଥିଲେ ବି ସେମାନଙ୍କ ଉପରେ ପ୍ରକୃତ ଦାବି କରିବାରେ ଆମର କୌଣସି ବୈଧତା ନାହଁ। ତଥାପି ଅନ୍ୟ ଏକ ଉପାୟ ଅଛି, ଯାହା ସମ୍ପର୍କରେ ବିଚାର କରାଯାଉନାହିଁ (ଯାହା ଉପରେ ମୋ ବହି ପର୍ଯ୍ୟବସିତ)। ପ୍ରଥମେ ବିନା ରାଜନୈତିକ ଉପାୟରେ ବିଭିନ୍ନ ବିଷୟର ସମାଧାନ ହେବା ଆବଶ୍ୟକ। ଯେତେବେଳେ ୟୁରୋପୀୟ ସଂଘ ଗଠନ ହେବା ଆରମ୍ଭ ହେଲା, ଏହା ଏକୀକୃତ ମୁଦ୍ରା ଓ ଏକୀକୃତ ସଂସଦ ଦ୍ୱାରା କରାଯାଇ ନ ଥିଲା। ଏହା ସେମାନଙ୍କ ଇସ୍ପାତ ଓ କୋଇଲା ଶିଳ୍ପ ଯୋଗାଯୋଗ ମାଧ୍ୟମରେ ହୋଇଥିଲା। କାରଣ ଏହି ଦୁଇ ପଦାର୍ଥ ସେମାନଙ୍କ ଅର୍ଥ ବ୍ୟବସ୍ଥା ଓ ସେନାର ବିକାଶ ପାଇଁ ଆବଶ୍ୟକ ଥିଲା। ପ୍ରଥମେ ଯୁଦ୍ଧ ପରେ ଜର୍ମାନୀ ଉପରେ ଚାପ ଓ ପରେ ସହମତି ମାଧ୍ୟମରେ ୟୁରୋପୀୟ ଦେଶଗୁଡ଼ିକ ଏକାଠି ହୋଇଥିଲେ। ତେବେ ଏସିଆରେ କେଉଁ ବିଷୟ ଅଛି ଯାହା ସମାନ ଭାବେ ଦେଶଗୁଡ଼ିକୁ ସଂଗଠିତ କରିପାରିବ? ତାହା ପରିବହନ ଅର୍ଥାତ୍‌ ରାସ୍ତା ଖୋଲିବା; ରେଳ ଓ ବିମାନ ସେବା ସଂଯୋଗ କରିବା, ଯେଉଁଥିରେ ମୁକ୍ତ ଭାବେ ଯାତ୍ରା କରିପାରିବେ। ଯୋଗାଯୋଗ ବ୍ୟବସ୍ଥା ଯାହାକୁ ଉଭୟ ପକ୍ଷ ବ୍ୟବହାର କରିପାରିବେ, ଯେପରି ଜଣେ କୋଲକାତାରୁ ଢାକା କିମ୍ବା ଲାହୋରରୁ ଶିମିଲା ବିନା ଭିଜାରେ ଯିବାକୁ ସକ୍ଷମ ହୋଇପାରୁଥିବେ। ଏହା କରିବା କ’ଣ କଷ୍ଟକର? ନା, ଏହା ସହଜରେ ଓ ଶୀଘ୍ର ହୋଇପାରିବ। କିନ୍ତୁ ସମସ୍ୟା ରହିଛି ଦେଶର ଭାବନାରେ ଓ ମନରେ ବସାବାନ୍ଧିଛି ପଡ଼ୋଶୀ ଆମର ଶତ୍ରୁ। ପରବର୍ତ୍ତୀ ପଦକ୍ଷେପ ହେଉଛି, ୟୁରୋପୀୟ ସଂଘ ଯେଭଳି ସାମଗ୍ରୀ ଓ ସେବା କାରବାରକୁ ସହଜ କରିଥିଲା ସେଭଳି କରାଯିବ। ଏହା ଅର୍ଥ ବ୍ୟବସ୍ଥାଗୁଡ଼ିକୁ ଧୀରେ ଧୀରେ ଏକାଠି କରିବ ଓ ସବୁଦେଶକୁ ଲାଭ ହେବ। ବିଶେଷକରି ଯେଉଁ ଦେଶରେ ଯାହା ଉପତ୍ାଦନ ହେଉଛି ସେଭଳି ସାମଗ୍ରୀ ଅନ୍ୟ ଦେଶରେ ହେଉ ନ ଥିଲେ ସେଠାକୁ ପଠାଇ ଲାଭ ପାଇପାରିବ। ଭାରତ କାର୍‌, ଦୁଇଚକିଆ ଯାନ, ପେଟ୍ରୋଲ, ସଫ୍ଟଓ୍ବେର, ମ୍ୟୁଜିକ ଉପକରଣ, ବହି ଅଧିକ ମୂଲ୍ୟରେ ଅନ୍ୟ ଦେଶକୁ ପଠାଇ ଲାଭ ପାଇବା ସହ ଅର୍ଥ ବ୍ୟବସ୍ଥାକୁ ଦୃଢ଼ କରିିପାରିବ। ଏହା ନ କରିବା ଅର୍ଥ ଭାରତର ସୁଯୋଗକୁ ନା କହିବା ଏବଂ ଭାରତର ଅଭିବୃଦ୍ଧିକୁ ମନା କରିବା। ଶେଷ ବିଷୟ ବା ତତ୍ତ୍ୱ ହେଉଛି, ୟୁରୋପୀୟ ସଂଘ ରାଜନୈତିକ ଏକତା ପାଇଁ ଯାହା କରିଛି ସେଭଳି କରାଯାଇପାରେ। ଆମେ ସେ ବିଷୟରେ ଏଠି ଯିବା ଦରକାର ନାହିଁ। କିନ୍ତୁ ବୁଝିବାକୁ ହେବ ଯେ, ପ୍ରଥମ ଦୁଇଟି ବିନା ଏହି ତୃତୀୟ ତତ୍ତ୍ୱ ସମ୍ପୂର୍ଣ୍ଣ ଅସମ୍ଭବ। ଅନ୍ୟପକ୍ଷରେ ନେପାଳ ଓ ଅନ୍ୟମାନେ ବିରୋଧ କରୁଥିବା ନୂଆ ପାର୍ଲାମେଣ୍ଟର ଭିତ୍ତିଚିତ୍ର ବିଷୟକୁ ବିଚାରକୁ ନେଲେ ଏହା ପିଲାଳିଆ ଭାବନା ବୋଲି କୁହାଯିବ। ବାସ୍ତବତା ହେଉଛି ଭାରତୀୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭାବନା ନୂଆ ସଂସଦ ଭବନରେ ବିଶ୍ୱ ସମ୍ମୁଖରେ ଯେଭଳି ଉପସ୍ଥାପିତ କରାଗଲା ତାହା ଅପରିପକ୍ୱ ଏବଂ ଅବାସ୍ତବ। ଅଖଣ୍ଡ ଭାରତ କେବେ ରଙ୍ଗିନଚିତ୍ର ଓ ଭିତ୍ତିଚିତ୍ର ମାଧ୍ୟମରେ ହାସଲ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?