ଅନାବଶ୍ୟକ ଉତ୍କଣ୍ଠା

କୋଭିଡ୍‌-୧୯ ସଂକ୍ରମଣ ରହିଥିଲେ ମଧ୍ୟ ସେଥିପ୍ରତି ବିଶ୍ୱବାସୀ ପୂର୍ବଭଳି ଆତଙ୍କିତ ହେଉ ନ ଥିବା ପରିଲକ୍ଷିତ ହେଉଛି। ଭାରତ ଭଳି ଦେଶରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ସବୁଆଡ଼େ ଭିଡ଼ ଲାଗି ରହିଥିବାର ଦେଖାଯାଉଛି। ସାମାଜିକ ଦୂରତା ସମ୍ପର୍କରେ ନ କହିବା ଭଲ। ସେହିପରି ମୁହଁରେ ମୁଖା ପିନ୍ଧିବାକୁ କେହି ଖାତିର କରୁଥିବା ଭଳି ଦେଖାଯାଉ ନାହିଁ। ଲୋକଙ୍କ ଗତିବିଧିରୁ ଧାରଣା ସୃଷ୍ଟି ହେଉଛି ଯେପରି କେହି କୋଭିଡ୍‌ ବିଷୟରେ କିଛି ମନେରଖି ନାହାନ୍ତି। ବାସ୍ତବତା ଭିନ୍ନ ଚିତ୍ର ଦେଖାଉଛି। ଦିଲ୍ଲୀର ନିଗମବୋଧ ଘାଟଠାରୁ ଭୁବନେଶ୍ୱର ସତ୍ୟନଗର ପର୍ଯ୍ୟନ୍ତ ଧାଡ଼ିରେ ଶବ ପୋଡ଼ା ହେଉଥିବା ବେଳେ ସମ୍ପର୍କୀୟମାନେ ଦୂରରେ ଠିଆ ହୋଇ କାନ୍ଦୁଥିବାର ଏକ ନିତିଦିନିଆ ଦୃଶ୍ୟ ହୋଇଗଲାଣି।
କରୋନା ଟିକା ବାହାର କରିବା ପାଇଁ ଅସଂଖ୍ୟ ଗବେଷକ ଅନବରତ ପ୍ରୟାସ ଜାରି ରଖିଛନ୍ତି। କେତେକ କମ୍ପାନୀ ଟିକାର ୯୦ ପ୍ରତିଶତ ସଫଳତା ବିଷୟ ପ୍ରଚାର କରିଥିବା ବେଳେ ଆଉ କିଛି ୯୫ ପ୍ରତିଶତ ଯାଏ ଟିକା ଫଳପ୍ରଦ ହୋଇଛି ବୋଲି କହୁଛନ୍ତି। ଏହିସବୁ ସଂଖ୍ୟା ଦେଖିଲେ ମନେହେଉଛି ଯେପରି ଘରେ ରହୁଥିବା ଛାତ୍ରୀଛାତ୍ର ସେମାନଙ୍କ ପରୀକ୍ଷାଫଳ ସମ୍ପର୍କରେ ଆଲୋଚନା କରୁଛନ୍ତି। ଏତିକି ସଂଖ୍ୟା ରଖି ପାଶ୍‌ ହେଲେ କୌଣସି ଭଲ କଲେଜରେ ସେମାନେ ନାମ ଲେଖାଇବା ଅସମ୍ଭବ ହୁଅନ୍ତା। ତଥାପି ଆମେ କୋଭିଡ୍‌ ଟିକା ବିଷୟରେ ଶୁଣୁଥିବା ପ୍ରତିଶତ ମନକୁ ଆଶ୍ୱାସନା ଦେଉଛି। ଅନ୍ୟପକ୍ଷେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାର ପରୀକ୍ଷା ସ୍ତରରେ ଫେଲ୍‌ ହୋଇଯିବା ବିଷୟରେ ସମସ୍ତେ ଜାଣୁଛୁ। ସେହିଭଳି ଭାରତକୁ ଆସିବାକୁ ଥିବା ରୁଷିଆ ପ୍ରସ୍ତୁତ ‘ସ୍ପୁଟନିକ୍‌ ଭି’ର ପରୀକ୍ଷାଫଳ ଅଜଣା ଥିବାବେଳେ ୨୮ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଯାଇ ସେହିସବୁ ସ୍ଥାନରେ ପ୍ରସ୍ତୁତ ହେଉଥିବା କୋଭିଡ୍‌ ଟିକାର ସମୀକ୍ଷା କରିଛନ୍ତି। ଭାରତ ହେଉଛି ପୃଥିବୀର ଅନ୍ୟତମ ବୃହତ୍‌ ଟିକା ନିର୍ମାଣକାରୀ ଦେଶ। ମନେ ରଖିବାକୁ ହେବ ଯେ, ଭାରତରେ ସେଭଳି କୌଣସି ବୈଜ୍ଞାନିକ ନାହାନ୍ତି, ଯିଏ ଏହି ଦେଶରେ ଗବେଷଣା କରି ଟିକା ପ୍ରସ୍ତୁତ କରିପାରିବେ। ଅର୍ଥାତ୍‌ ବିଦେଶରୁ ବୈଷୟିିକ ଜ୍ଞାନକୌଶଳ ବିନା ଭାରତରେ କିଛି ପ୍ରସ୍ତୁତ ହୋଇପାରିବ ନାହିଁ। ବିଦେଶୀ ବୈଜ୍ଞାନିକମାନେ ସ୍ବାସ୍ଥ୍ୟ ସମ୍ପର୍କରେ ଏବଂ ବିଶେଷକରି କରୋନା ଭାଇରସ୍‌ ନିୟନ୍ତ୍ରଣ ପାଇଁ ଗବେଷଣା କରି ଯାହା କିଛି କରିବେ, ତାହାକୁ ଆମ ଲାବରେଟୋରୀରେ ପ୍ରସ୍ତୁତ ମାତ୍ର କରାଯାଇପାରିବ। ଆମେରିକାର ଫାଇଜର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଭାକସିନ୍‌ ଗବେଷଣା କ୍ଷେତ୍ରରେ ସବୁଠାରୁ ଆଗରେ ଅଛି ବୋଲି ଖବର ମିଳୁଛି। ପୁଣି ବଜାରକୁ ଟିକା ଆସି ନ ଥିବା ବେଳେ ଏହା କାହାକୁ କେମିତି ଆଗେ ଦିଆଯିବ ତା’ର ତାଲିକା ପ୍ରସ୍ତୁତ ହୋଇସାରିଲାଣି।
ଆମେରିକୀୟ କମ୍ପାନୀ ଫାଇଜରର ପୂର୍ବତନ ଉପ ସଭାପତି ତଥା ମୁଖ୍ୟ ବୈଜ୍ଞାନିକ ମାଇକେଲ ୟାଡନ କହିଲେଣି ଯେ, କରୋନା ଭୂତାଣୁଜନିତ ମହାମାରୀର ସମାପ୍ତି ଲାଗି ଟିକାର କୌଣସି ଆବଶ୍ୟକତା ନାହିଁ। ଯେଉଁମାନଙ୍କଠାରେ କରୋନାର କିଛି ବିପଦ ନାହିଁ, ସେମାନଙ୍କୁ ଟିକା ଦେଲେ ସମସ୍ୟା ବଢ଼ିବ। ଯେହେତୁ ଟିକା ବେଶି ଲୋକଙ୍କ ଉପରେ ପ୍ରୟୋଗ କରାଯାଇ ନାହିଁ, ତାହା କେତେଦୂର ଫଳପ୍ରଦ ହେବ ବୋଲି ୟାଡନ ଚିନ୍ତା ପ୍ରକଟ କରିଛନ୍ତି। ଏହା ସହିତ ସେ ଆହୁରି ଯୋଡ଼ିିଛନ୍ତି ଯେ, କରୋନା ଭାଇରସ୍‌ର ମୁଖ୍ୟ ତାପ ପୃଥିବୀସାରା ବ୍ୟାପୀ ଏବେ ଅପସରି ଗଲାଣି। ଯଦି ୟାଡନଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ଯେଉଁ ଟିକା ପ୍ରସ୍ତୁତ ହେବ ତାହା କେବଳ ବ୍ୟବସାୟିକ ସ୍ବାର୍ଥକୁ ରଖି କରାଯାଇଛି ବୋଲି କୁହାଯାଇପାରେ। ଅନ୍ୟ ଦିଗକୁ ଦେଖିଲେ ଯଥେଷ୍ଟ ସଂଖ୍ୟକ ଲୋକଙ୍କ ଉପରେ ଏହାର ପ୍ରୟୋଗ ହୋଇ ନ ଥିବାରୁ କରୋନା ଭାଇରସ୍‌ ଭଳି ନିରୋଧକାରୀ ଟିକାର ଯେଉଁପ୍ରକାର ସାଇଡ୍‌ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ପ୍ରକଟ ହେବ, ତାହା ମଧ୍ୟ ଆଜି ଅଜଣା। ସେଥିପାଇଁ ଅତି ଉତ୍‌ଫୁଲ୍ଲିତ ହୋଇ ଟିକା ନେବା ପାଇଁ ହାଇଁପାଇଁ ହେଲେ ତାହାର ନକାରାତ୍ମକ ଦିଗ ସହିବା ପାଇଁ ମଧ୍ୟ ପ୍ରସ୍ତୁତ ହେବା ଦରକାର। ଏବେ ପ୍ରସିଦ୍ଧ କ୍ଲିନିକାଲ୍‌ ରିସର୍ଚ୍ଚର ତଥା ଟିକା ବିଶେଷଜ୍ଞ ଡା. ଗଙ୍ଗାଦୀପ କାଙ୍ଗ କହିଲେଣି ଯେ, କୋଭିଡ୍‌ ପ୍ରତିଷେଧକ ଓ ଚିକିତ୍ସାଠାରୁ ଲୋକଙ୍କ ଦୃଷ୍ଟି ଟିକା ଆଡ଼କୁ ଗଲାଣି। ସେ କହିଛନ୍ତି ଯେଉଁମାନଙ୍କ ନାମ ଟିକା ନେବା ତାଲିକାରେ ଅଛି, ସେମାନଙ୍କୁ ପ୍ରଥମେ ଦିଆଯିବ। ଅର୍ଥାତ୍‌ ଅଗ୍ରାଧିକାର ତାଲିକାରେ ସ୍ଥାନ ପାଇ ନ ଥିବା ବର୍ଗକୁ ୨୦୨୨ ପୂର୍ବରୁ ମିଳିପାରିବ ନାହିଁ। ବେହିସାବି ହୋଇ କୋଟି କୋଟି ଡୋଜ୍‌ କଥା ମଧ୍ୟ କୁହାଯାଉଛି। କାଙ୍ଗ୍‌ ପୁଣି କହିଛନ୍ତି ଯେ, ୧୦ କୋଟି ରୋଟାଭାଇରସ୍‌ ଟିକା ‘ରୋଟାଭାକ୍‌’ ଦେବା ଲାଗି ଦୁଇ ବର୍ଷ ଲାଗି ଯାଇଥିଲା। ଏବେ ସରକାର କହୁଛନ୍ତି ଗୋଟିଏ ମାସରେ ୧୦ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। ଏହି ବିଶେଷଜ୍ଞଙ୍କ ତଥ୍ୟକୁ ଦେଖିଲେ ପ୍ରଚାରସର୍ବସ୍ବ ଚିନ୍ତାଧାରା ରଖାଯାଇ ସରକାର ଯାହା ପାରୁଛନ୍ତି କହିଦେଉଛନ୍ତି। ଏହାଦ୍ୱାରା ଲୋକେ ପ୍ରକୃତ ତଥ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଓ ସେମାନଙ୍କଠାରେ ଅନାବଶ୍ୟକ ଉତ୍କଣ୍ଠା ବଢ଼ିବଢ଼ି ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?