Posted inଖେଳ

ମୌରିସିଓଙ୍କ ଡବଲ ଗୋଲ ସମ୍ମାନ ରଖିଲା: ଓଡ଼ିଶା ଏଫସି-ଜାମସେଦପୁର ଏଫସି ମ୍ୟାଚ ଡ୍ର

ଭାସ୍କୋ, ୩୦।୧୧-  ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ରବିବାର ମ୍ୟାଚରେ ଓଡ଼ିଶା ଏଫସିର ସମ୍ମାନ ରଖିଛି। ପ୍ରଥମାର୍ଦ୍ଧରେ ୦-୨ ଗୋଲରେ ପଛୁଆ ରହିବାସତ୍ତ୍ୱେ ଜାମସେଦପୁର ଏଫସି ବିପକ୍ଷ ମ୍ୟାଚକୁ ଓଡ଼ିଶା ଏଫସି ୨-୨ରେ ଡ୍ର ରଖିବାରେ ସକ୍ଷମ ହୋଇଛି। ଫଳରେ ନିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫସି ନିକଟରୁ ୦-୧ରେ ପରାଜିତ ହୋଇଥିବା ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଦଳ ଏହି ମ୍ୟାଚରୁ ପଏଣ୍ଟର ଶୁଭାରମ୍ଭ କରିଛି। ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି।
ମ୍ୟାଚର ପ୍ରଥମାର୍ଦ୍ଧରେ ଜାମସେଦପୁର ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୧୨ତମ ମିନିଟରେ ନେରିଜୁସ ଭାଲ୍ସକିସ୍‌ ଗୋଲ ଦେଇ ଜାମସେଦପୁର ଦଳକୁ ଅଗ୍ରଣୀ କରାଇଥିଲେ। ନେରିଜୁସ ଧୈର୍ଯ୍ୟର ସହ ପୋଷ୍ଟର ବାମ କର୍ନରରେ ବଲ୍‌ ନେଟ୍‌କୁ ସ୍ପର୍ଶ କରାଇଥିବାବେଳେ ପ୍ରତିପକ୍ଷ ଗୋଲକିପର ବିପରୀତ ଦିଗକୁ ଡାଇଭ୍‌ ମାରିଥିଲେ। ଓଡ଼ିଶା ଦଳର ଡିଫେନ୍ସିଭ୍‌ ବିଫଳତାର ସୁଯୋଗ ନେଇ ୨୭ତମ ମିନିଟରେ ସେ ତାହାକୁ ଡବଲରେ ପରିଣତ କରିଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ଭିନ୍ନ ଖେଳ ଦେଖିବାକୁ ମିଳିଥିଲା। ଓଡ଼ିଶା ଏଫ୍‌ସି ଗୋଲ ପରିଶୋଧ କରିବାକୁ ଉଦ୍ୟମକୁ ଜୋରଦାର କରିଥିବାବେଳେ ଜାମସେଦପୁର କଡ଼ା ଟକ୍କର ଦେଇଥିଲା। ୭୪ତମ ମିନିଟରେ ରେହେନେଶ ଥୁମ୍ବିରିମ୍ବୁ ପରମ୍ବା ରେଡ୍‌କାର୍ଡ ପାଇବାରୁ ଜାମସେଦପୁର ୧୦ ଜଣିଆ ହୋଇ ଯାଇଥିଲା। ୭୭ତମ ମିନିଟରେ ଓଡ଼ିଶା ଏଫସିର ବ୍ରାଜିଲିଆନ ଷ୍ଟ୍ରାଇକର ମୌରିସିଓ ଏକ ଗୋଲ ଦେଇ ଗୋଲ ବ୍ୟବଧାନକୁ ହ୍ରାସ କରିଥିଲେ। ୯୦ ମିନିଟ ପର୍ଯ୍ୟନ୍ତ ଜାମସେଦପୁର ଅଗ୍ରଣୀ ରହିଥିଲା। ୬ ମିନିଟର ଇଞ୍ଜୁରି ଟାଇମ୍‌ ଓଡ଼ିଶା ଦଳପାଇଁ ଶୁଭ ହୋଇଥିଲା। ୯୦+୩ ମିନିଟରେ ମୌରିସିଓ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ଜାମସେଦପୁର ଏଫସି ବିଜୟ ଆଶାରେ ପାଣି ଭରି ଦେଇଥିଲେ। ଜାମସେଦପୁର ଏଫସିର ଆଲେକଜାଣ୍ଡାର ମଣ୍ଟେଇରୋ ଡି ଲାମା ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଓଡ଼ିଶା ଏଫସିର ଡିଏଗୋ ମୌରିସିଓ ଡି ବ୍ରିଟୋ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ରବିବାର ଚେନ୍ନାଇନ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ଏଫସି ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ୭୪ତମ ମିନିଟରେ ଚେନ୍ନାଇନ୍‌ ଏକ ପେନାଲ୍ଟି ସୁଯୋଗ ପାଇଥିଲେ ହେଁ ତା’ର ସଦୁପଯୋଗ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri