ରୁଆ-ବିହୁଡ଼ା ପୂର୍ବରୁ ମାଟି ମା’ଙ୍କ ଅନୁମତି ନେବାର ନିଆରା ପରମ୍ପରା: ଗାଁ ଗାଁରେ ଉତ୍ସାହ

ବୀରମହାରାଜପୁର, ୧୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଏଠାକାର ଚାଷୀଙ୍କ ଜୀବନ ଓ ଲୋକସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିଛି ବିଭିନ୍ନ କୃଷିଭିତ୍ତିକ ପର୍ବପର୍ବାଣୀ। ସେଥିମଧ୍ୟରୁ କାଦୋପୂଜା ଅନ୍ୟତମ। ଚାଷ କାମର ରୁଆ ଓ ବିହୁଡ଼ା ଭଳି ପ୍ରମୁଖ କାର୍ଯ୍ୟ ଆରମ୍ଭ ପାଇଁ ଜମି ବା ମାଟି ମା’ଙ୍କୁ କାଦୋ (କାଦୁଅ) କରିବାକୁ ପଡ଼ିଥାଏ। ଏହା ପୂର୍ବରୁ ମାଟି ମା’, ଦେବାଦେବୀ ଓ ପ୍ରକୃତିଙ୍କୁ ପୂଜାର୍ଚ୍ଚନା କରି ଅନୁମତି ମାଗିବା ପାଇଁ ଏହି ପୂଜା କରାଯାଇଥାଏ।

ଅଞ୍ଚଳର ଚାଷୀ ଓ ଗ୍ରାମବାସୀ ଏହି ପର୍ବ ପାଳନ କରିଥାନ୍ତି। ଚଳିତ ବର୍ଷ ଅଞ୍ଚଳରେ ଏଯାଏ ଭଲ ବର୍ଷା ହୋଇ ଚାଷ କାମ ମଧ୍ୟ ଭଲ ଚାଲିଥିବାରୁ କାଦୋପୂଜାକୁ ନେଇ ଗାଁଗୁଡ଼ିକରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।

ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପାଳିତ ହେଉଥିବା ଏହି ପରମ୍ପରା ଶ୍ରାବଣ ମାସ ଅମାବାସ୍ୟା ପରଠାରୁ ଶୁକ୍ଳପକ୍ଷରେ ପାଳନ କରାଯିବାର ବିଧାନ ରହିଛି। ଯଦି କେହି ଆଗରୁ ଜମିରେ ରୁଆ ଆରମ୍ଭ କରନ୍ତି, ତେବେ କାଦୋପୂଜା ନାମରେ ଭୋଗ ସାମଗ୍ରୀ ଅଗ୍ରୀମ ରଖି ରୁଆ ଦିନ ପରିବାରର ଜଣେ ସଦସ୍ୟ ଉପବାସ ରହି ମା’ଙ୍କୁ ଅନୁମତି ମାଗି ରୁଆ କାର୍ଯ୍ୟ ଆରମ୍ଭ କରିଥାନ୍ତି।

ଏହି ଶ୍ରାବଣ ଶୁକ୍ଳପକ୍ଷ ସମୟସୀମା ମଧ୍ୟରେ ଭିନ୍ନ ଭିନ୍ନ ଗ୍ରାମରେ ନିଜ ନିଜ ପରମ୍ପରା ଓ ସୁବିଧା ଅନୁଯାୟୀ ଅଲଗା ଅଲଗା ଦିନରେ କାଦୋପୂଜା ଅନୁଷ୍ଠିତ ହୋଇଥାଏ। ଚାଷ ପାଇଁ ଅନୁକୂଳ ବର୍ଷା ଓ ପାଗ ମିଳିଥିବାରୁ ପ୍ରକୃତି ଓ ଦେବାଦେବୀଙ୍କୁ କୃତଜ୍ଞତା ଜଣାଇବା ସହ ଆଗକୁ ଭଲ ବର୍ଷା ଓ ଉତ୍ତମ ଫସଲ ପାଇଁ ପ୍ରାର୍ଥନା କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗ୍ରାମବାସୀ କହିଛନ୍ତି।

ବର୍ତ୍ତମାନ ପାଣିପାଗରେ ପରିବର୍ତ୍ତନ ଯୋଗୁ ଚାଷ କାମ ଶୀଘ୍ର ନକଲେ ଭଲ ଫସଲ ନହେବାର ଆଶଙ୍କା କରି କେହି କେହି ଶ୍ରାବଣ ଅମାବାସ୍ୟା ପୂର୍ବରୁ ମଧ୍ୟ କାଦୋପୂଜା କରିଦେଉଛନ୍ତି।

କାଦୋପୂଜା ଅବସରରେ ବିଭିନ୍ନ ଗ୍ରାମର ମନ୍ଦିର ଓ ପୀଠରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଏଥିସହ ଗ୍ରାମର ଡିମ୍ବଲ (ଦେମୁଳ ପୀଠ)ଠାରେ ପଞ୍ଚଖଣ୍ଡା, ଗ୍ରାମଦେବୀ, ପିତାବଳି ଆଦି ଦେବଦେବୀଙ୍କୁ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇଥାଏ। ପୂଜା ପରେ ଗ୍ରାମବାସୀ ସାମୂହିକ ଭାବେ ପ୍ରସାଦ ସେବନ କରିଥାନ୍ତି। ଫଳରେ ପର୍ବଟି କେବଳ ଧାର୍ମିକ ଆସ୍ଥାରେ ସୀମିତ ନରହି ଗ୍ରାମୀଣ ଏକତା ଓ ସାମାଜିକ ସମ୍ପର୍କକୁ ମଧ୍ୟ ମଜଭୁତ କରିଥାଏ।

ବ୍ଲକର ସୁବଳୟା, ଖଣ୍ଡହତା, ମେଣ୍ଡାମାଳ, ମୁର୍ଷୁଣ୍ଢୀ, ଗୋପପାଲି, ଅମରପାଲି, ଲୁତୁରପଙ୍କ, ନୂଆଗଡ଼, ବାଗବର, ବହଳପଦର, ଦୁର୍ଜନତୈଲା, ଦାଦରପାଲି, ଗୌଡ଼ଗାଡ଼, ଘିଚାପାଲି, କମିରା, ବାରଝୁଲା, କର୍ଡାପାଲ, ଭାଲୁଡୁଙ୍ଗୁରୀ, ପିତାମହୁଲ, ସଂଗ୍ରାମପୁର, ଲକ୍ଷ୍ନୀ, ଗରିଆମୁଣ୍ଡା, ରାମ୍ଭୀପାଲି, ବରଘାଟ, ବୁଠୀପଦର ଆଦି ଗ୍ରାମରେ କାଦୋପୂଜା ପାଳନ ହୋଇସାରିଥିବା ବେଳେ ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ଏହା ପାଳନ ପାଇଁ ପ୍ରସ୍ତୁତି ଚାଲିଛି।

“କାଦୋପୂଜା ଆମ ଅଞ୍ଚଳର ଏକ ପୁରୁଣା କୃଷିଭିତ୍ତିକ ପର୍ବ। ରୁଆ ଓ ବିହୁଡ଼ା ଭଲରେ ହେବା ସହ ଆଗକୁ ଭଲ ଚାଷ ଓ ଅମଳ ପାଇଁ ଏହି ପୂଜାରେ ଦେବଦେବୀ ଓ ମାଟି ମା’ଙ୍କୁ ପ୍ରାର୍ଥନା କରିଥାଉ,” ବୋଲି ଅମରପାଲି ଗ୍ରାମର କେଶବ ସାହୁ କହିଛନ୍ତି।

ସେହିପରି ସୁବଳୟା ଟେଭାପଦର ଗ୍ରାମର କୁଶ ମହାକୁର କହିଛନ୍ତି, “ଚଳିତ ବର୍ଷ ଏଯାଏ ଭଲ ବର୍ଷା ହୋଇ ଚାଷ କାମ ମଧ୍ୟ ଭଲ ହେଉଛି। ତେଣୁ ଚାଷୀଙ୍କ ମଧ୍ୟରେ ଖୁସି ରହିଛି। ଏଥିପାଇଁ କାଦୋପୂଜାକୁ ନେଇ ମଧ୍ୟ ଉତ୍ସାହ ବଢ଼ିଛି।”

କେନଝିରିଆପାଲି ଗ୍ରାମର ସଂସ୍କୃତି ଗବେଷକ ତଥା ଶିକ୍ଷାବିତ୍ ନାରାୟଣ ଦେହୁରୀଙ୍କ ମତରେ, “ଚାଷୀ ନିଜ ଜମିରେ କାଦୁଅ କରି ରୁଆ, ବିହୁଡ଼ା କରିବା ପୂର୍ବରୁ ମାଟି ମା’ ଓ ଦେବାଦେବୀଙ୍କ ଅନୁମତି ନେଇଥାଏ। ଏହା ସହିତ ଆଗକୁ ଭଲ ବର୍ଷା ହୋଇ ଉତ୍ତମ ଅମଳ ଆଶା କରି ପ୍ରାର୍ଥନା କରିଥାଏ। କାଦୋପୂଜା କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ଆମର ପରମ୍ପରା ଓ ଲୋକସଂସ୍କୃତିର ଏକ ଅଂଶ। ଏହାର ପାଳନ ମାଧ୍ୟମରେ ପୂର୍ବପୁରୁଷଙ୍କ ପ୍ରଥା ଓ ପରମ୍ପରାକୁ ସ୍ମରଣ କରିବା ସହ ନୂଆ ପିଢ଼ିକୁ ଏହା ସହ ଯୋଡ଼ିବାର ସୁଯୋଗ ମିଳୁଛି।”

ଆଧୁନିକତାର ପ୍ରଭାବରେ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ମାଟି, ଚାଷ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଉଜାଗର କରୁଥିବା କାଦୋପୂଜା ଭଳି ପରମ୍ପରା ଆଜି ମଧ୍ୟ ଗ୍ରାମୀଣ ଜୀବନରେ ନିଜର ସ୍ଥାନ ବଜାୟ ରଖିଛି। ଏହି ପର୍ବ ମାଧ୍ୟମରେ ଚାଷୀଙ୍କ କୃତଜ୍ଞତା, ଆଶା ଓ ଆସ୍ଥାର ପ୍ରତିଫଳନ ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକପରମ୍ପରା ମଧ୍ୟ ଜୀବନ୍ତ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri