ଶନି-ରାହୁଙ୍କ ମାୟାଜାଲରେ ଫସିବେ ଚନ୍ଦ୍ର, ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ; ଶନିଦଶା ଠୁ ଭୟଙ୍କର ବିପଦରେ ପଡିବେ…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ ସକାଳ ୦୬:୫୩ ରୁ ମଧ୍ୟାହ୍ନ ୧୨:୩୧ ପର୍ଯ୍ୟନ୍ତ (ମୋଟ ଅବଧି: ୫ ଘଣ୍ଟା ୩୯ ମିନିଟ) ଲାଗିବ। ଏହି ଗ୍ରହଣ ସମୟରେ ଚନ୍ଦ୍ରମା ନିଜର ଶତ୍ରୁ ଗ୍ରହ ଶନିଙ୍କ ରାଶି ‘କୁମ୍ଭ’ ଏବଂ ରାହୁଙ୍କ ‘ଶତଭିଷା’ ନକ୍ଷତ୍ରରେ ରହିବେ। ଶନି ଓ ରାହୁଙ୍କ ଏହି ପ୍ରଭାବ ହେତୁ ଏହାକୁ ଜ୍ୟୋତିଷ ଦୃଷ୍ଟିରୁ ଅତ୍ୟନ୍ତ ସଂବେଦନଶୀଳ ମନେକରାଯାଉଛି।

ଏହି ଗ୍ରହଣଟି ଭାରତୀୟ ସମୟାନୁସାରେ ଦିନ ବେଳେ ହେଉଥିବାରୁ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଏହାର ସୂତକ କାଳ କିମ୍ୱା ଧାର୍ମିକ ନିୟମ ଭାରତରେ ଲାଗୁ ହେବ ନାହିଁ।

ଶନି-ରାହୁଙ୍କ ପ୍ରଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ମାନସିକ ଚାପ, ଛାତି ଓ ଫୁସଫୁସ ଜନିତ ସୱାସ୍ଥ୍ୟ ସମସ୍ୟା, ପାରିବାରିକ କଳହ ଏବଂ ଜମି-ବାହନ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇପାରେ। ତେବେ ଦେଖାନଗଲେ ମଧ୍ୟ ୪ଟି ରାଶି ଉପରେ ବିଶେଷ ନକାରାତ୍ମକ ପ୍ରଭାବ ରହିବ।

କର୍କଟ (Cancer): ଚନ୍ଦ୍ରମା ଏହି ରାଶିର ସ୍ୱାମୀ ହୋଇଥିବାରୁ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ (ମୁଣ୍ଡବିନ୍ଧା, ଆଖି ସମସ୍ୟା, ରକ୍ତଚାପ)। ଆର୍ଥିକ କ୍ଷତିର ଯୋଗ ଥିବାରୁ ନିବେଶରୁ ଦୂରେଇ ରୁହନ୍ତୁ।
ସିଂହ (Leo): ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। କଥାବାର୍ତ୍ତାରେ ସଂଯମ ନରଖିଲେ ସମ୍ପର୍କ ବିଗିଡ଼ିପାରେ। କର୍ମକ୍ଷେତ୍ରରେ ଚାପ ବଢ଼ିବ।
ବିଛା (Scorpio): ଶାରୀରିକ ଓ ମାନସିକ ସୱାସ୍ଥ୍ୟରେ ସମସ୍ୟା ଦେଖାଦେବ। ପରିବାରର ସୱାସ୍ଥ୍ୟ ଚିନ୍ତା ବଢ଼ିବ। ଟଙ୍କାପଇସା ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ।
ମୀନ (Pisces): କୌଣସି ବଡ଼ ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ। ନିବେଶ କଲେ ଟଙ୍କା ଫସିଯିବାର ଆଶଙ୍କା ଅଛି। କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ।

ସମୁଦ୍ର ମନ୍ଥନ ସମୟରେ ‘ସ୍ୱରଭାନୁ’ ନାମକ ଦୈତ୍ୟ ଛଳନା କରି ଅମୃତ ପାନ କରିଥିଲା। ସୂର୍ଯ୍ୟ ଓ ଚନ୍ଦ୍ର ଏହା ଭଗବାନ ବିଷ୍ଣୁଙ୍କୁ ଜଣାଇବାରୁ ବିଷ୍ଣୁ ନିଜ ସୁଦର୍ଶନ ଚକ୍ରରେ ତା’ର ମୁଣ୍ଡ କାଟି ଦେଇଥିଲେ। ମୁଣ୍ଡ ଭାଗଟି ‘ରାହୁ’ ଏବଂ ଶରୀର ଭାଗଟି ’କେତୁ’ ହେଲା। ସେହି ପୁରୁଣା ଶତ୍ରୁତା ଯୋଗୁଁ ରାହୁ-କେତୁ ପୂର୍ଣ୍ଣିମା ଦିନ ଚନ୍ଦ୍ରକୁ ଗ୍ରାସ କରିବାକୁ ଚେଷ୍ଟା କରନ୍ତି, ଯାହାକୁ ଚନ୍ଦ୍ରଗ୍ରହଣ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?