ସାକ୍ଷୀଗୋପାଳରେ ନିଆରା ନଡ଼ିଆ ଲଢ଼େଇ

ସାକ୍ଷୀଗୋପାଳ,୯ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ପାଳିତ ହେଉଛି। ନଡ଼ିଆ ହୁଳ ଅଞ୍ଚଳ ସାକ୍ଷୀଗୋପାଳର ନଡ଼ିଆ ଲଢ଼େଇ ପରମ୍ପରା ଶହଶହ ବର୍ଷର ପୁରୁଣା। ଏହି ପ୍ରତିଯୋଗିତାରେ ଅଞ୍ଚଳର ଯୁବପିଢ଼ି ଅଂଶଗ୍ରହଣ କରିଥାନ୍ତି। ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସ୍‌ଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ଶ୍ରୀରାମଚନ୍ଦ୍ରପୁର,ରାହାଙ୍ଗ ଛକ, ପଟ୍ଟନାୟିକିଆ, ବାଲିସାହି, ହରିଆବୁା ମନ୍ଦିର, ବରାଳ ବାଲୁଙ୍କେଶ୍ବର ମନ୍ଦିର, ବଳପୁର, ଆନନ୍ଦପୁର, ସାରଙ୍ଗଯୋଡ଼ି, ଗବକୁଣ୍ଡ ଆଦି ବିଭନ୍ନ ଗ୍ରାମ ଓ ବଜାର ଛକଗୁଡ଼ିକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ପ୍ରତିଯୋଗୀଙ୍କ ସହିତ ଦର୍ଶକମାନଙ୍କର ଭିଡ଼ ବେଶ ପରିଲକ୍ଷିତ ହୋଇଥିଲା। ହାତରେ ରାଖୀ ବାନ୍ଧି ଯୁବକମାନେ ଲଢ଼େଇ ନଡ଼ିଆ ସହ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ପୂର୍ବରୁ ଏହି ପାରମ୍ପରିକ ପ୍ରତିଯୋଗିତା ପାଇଁ ସ୍ବତନ୍ତ୍ର ନଡ଼ିଆ ଚୟନ କରାଯାଥାଏ। ମୋଟା ଓ ଟାଣ ଷଡ଼େଇ ନଡ଼ିଆଗୁଡିକ ଏକାଧିକ ନଡ଼ିଆ ଭାଙ୍ଗିବାରେ ସକ୍ଷମ ହୋଇଥାଏ। ଏହି ନଡ଼ିଆଗୁଡ଼ିକ ଆଖି ପାଖରୁ କିଛି ଅଂଶ ଷଡ଼େଇ ଟାଣ ହୋଇଥାଏ। ଯାହା ଫଳରେ ଉକ୍ତ ନଡ଼ିଆକୁ ମାଡ଼ ଦେଲେ ମଧ୍ୟ ନଡ଼ିଆଟି ସହଜରେ ଭାଙ୍ଗେ ନାହିଁ। ଆଗ୍ରହୀ ଯୁବକମାନେ ବିଭିନ୍ନ ଅଞ୍ଚଳରୁ ବଛାବଛା ଲଢ଼େଇ ନଡ଼ିଆ ସଂଗ୍ରହ କରିଥାନ୍ତି। ଏହି ନଡ଼ିଆଗୁଡିକ ଅନ୍ୟ ସାଧାରଣ ନଡ଼ିଆଠାରୁ ଅଧିକ ଦର ହୋଇଥାଏ। ମୁଖ୍ୟତଃ ଦୁଇଜଣ ଲେଖାଏ ପ୍ରତିଯୋଗୀ ଲଢ଼େଇ କରନ୍ତି। କେଉଁଠି କେଉଁଠି ନଡ଼ିଆ ହାତରେ ଧରି ମାଡ଼ କରୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଅଳ୍ପଦୁରରୁ ଗୋଟିଏ ନଡ଼ିଆକୁ ଲକ୍ଷ୍ୟ କରି ଅନ୍ୟ ନଡ଼ିଆଟି ଫିଙ୍ଗା ଯାଇଥାଏ। ନଡ଼ିଆକୁ ନଡ଼ିଆ ମାଡ଼ ହୋଇ ଯେଉଁ ନଡ଼ିଆ ଭାଙ୍ଗି ଯାଇଯାଏ ସେହି ନଡ଼ିଆଟି ଭାଙ୍ଗିଥିବା ପ୍ରତିଯୋଗୀର ପ୍ରାପ୍ୟ ହୋଇଥାଏ। ପ୍ରତିଯୋଗୀମାନେ ସଂଗ୍ରହ କରୁଥିବା ଭଙ୍ଗା ନଡ଼ିଆ ଘରକୁ ନେଇ ନଡ଼ିଆ ତେଲ ପ୍ରସ୍ତୁତ ସହିତ ନାନାପ୍ରକାର ପିଠା ଓ କୋରା ପ୍ରସ୍ତୁତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ଅଧରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାବୁଲାଙ୍କ ଜୀବନ

ବୀରମହାରାଜପୁର,୯।୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମରକେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri