Posted inଖେଳ

ହକି ବିଶ୍ୱକପର ନିଆରା ଦର୍ଶକ

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଜଣକ ଘର ଫ୍ରାନ୍ସ, ଆଉ ଜଣକର ଜର୍ମାନୀ। ମାତ୍ର ସେମାନେ ଚଳିତ ହକି ବିଶ୍ୱକପରେ କ୍ରମାଗତଭାବେ ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ କରି ଆସୁଛନ୍ତି। ଏହା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସତ। ଭୁବନେଶ୍ୱର ଏବଂ ରାଉରକେଲାରେ ଏବେ ଚାଲିଛି ପୁରୁଷ ହକି ବିଶ୍ୱକପ। ଟୁର୍ନାମେଣ୍ଟ ଆରମ୍ଭରୁ ଦୁଇଜଣ ମହିଳା ଦର୍ଶକ କଳିଙ୍ଗ ଷ୍ଟାଡିୟମର ଓ୍ବେଷ୍ଟ ଷ୍ଟାଣ୍ଡରେ ଉପସ୍ଥିତ ରହି ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ହେଲେ ଫ୍ରାନ୍ସର କାମିଲେ ଓ ଜର୍ମାନୀର ଜୋହାନା। ତେବେ ସେମାନଙ୍କ ମୁହଁରେ ଚିତ୍ରିତ ହୋଇଛି ଦକ୍ଷିଣ ଆଫ୍ରିକା ଜାତୀୟ ପତାକା। କାରଣ ସେମାନେ ଆରମ୍ଭରୁ ଷ୍ଟାଡିୟମ ଗ୍ୟାଲେରୀରେ ଉପସ୍ଥିତ ରହି ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ କରି ଆସିଛନ୍ତି। ସେମାନେ ଯେ କେବଳ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଦେଖିଛନ୍ତି ତା’ ନୁହେଁ ୧୩ ତାରିଖରେ ଅଷ୍ଟ୍ରେଲିଆ-ଫ୍ରାନ୍ସ, ୧୪ରେ ବେଲ୍‌ଜିୟମ-ଦକ୍ଷିଣ କୋରିଆ, ଜର୍ମାନୀ-ଜାପାନ, ୧୬ରେ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ ମ୍ୟାଚକୁ ମଧ୍ୟ ମନଭରି ଉପଭୋଗ କରିଛନ୍ତି। ମଝିରେ ମଝିରେ ସେମାନେ ଛିଡ଼ା ହୋଇ ‘ହକି ହେ ଦିଲମେରା’ ଗୀତର ତାଳେତାଳେ ନୃତ୍ୟ ମଧ୍ୟ କରିଥାନ୍ତି। ପ୍ରକୃତ କଥା ହେଲା ଉଭୟ ହେଉଛନ୍ତି ଜଣେ ଜଣେ କ୍ଲବ ସ୍ତରର ହକି ଖେଳାଳି। କାମିଲେ ଓ ଜୋହାନା ଫ୍ରାନ୍ସର ଏକ କ୍ଲବ ପ୍ୟାରିସ ଜନ ବୌଇନ୍‌ (ପିଜେବି) ପକ୍ଷରୁ ହକି ଖେଳିଥାନ୍ତି। ସେମାନଙ୍କ କ୍ଲବର କେତେଜଣ ପୁରୁଷ ସଦସ୍ୟ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ପକ୍ଷରୁ ଖେଳୁଛନ୍ତି। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନେ ଷ୍ଟାଡିୟମରେ ଆରମ୍ଭରୁ ଉପସ୍ଥିତ ରହିଛନ୍ତି ଏବଂ ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ ଦେଇ ଆସିଛନ୍ତି। ”ଆମର ସମର୍ଥନ ସ୍ବାଭାବିକଭାବେ ଜାତୀୟ ଦଳ ଫ୍ରାନ୍ସ ଓ ଜର୍ମାନୀ ପ୍ରତି ରହିଛି। ଗତଥରର ଚାମ୍ପିୟନ ବେଲଜିୟମକୁ ମଧ୍ୟ ଆମେ ସମର୍ଥନ ଦେଉଛୁ। ତେବେ ଦକ୍ଷିଣ ଆଫ୍ରିକା ପାଇଁ ଆମ ହାର୍ଟ ବିଟ୍‌ ହେଉଛି। କାରଣ ଆମ କ୍ଲବର କେତେକ ଖେଳାଳି ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳୁଛନ୍ତି। ସେମାନଙ୍କୁ ସମର୍ଥନ କରି ଆମେ ଖୁସି ଅଛୁ। ଦକ୍ଷିଣ ଆଫ୍ର୍ର୍ରିକା କ୍ରମାଗତ ୨ଟି ମ୍ୟାଚ ହାରି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେବା ସ୍ଥିତିରେ ପହଞ୍ଚତ୍ ଯାଇଥିବା ସେମାନଙ୍କୁ ଦୁଃଖ ଦେଇଛି। ମାତ୍ର ଶେଷ ମ୍ୟାଚରେ ଏହି ଦଳ କିଛିଟା ଲଢ଼ୁଆ ପ୍ରଦର୍ଶନ କରିବ ବୋଲି ଉଭୟ ଆଶା ରଖିଛନ୍ତି। କଳିଙ୍ଗ ଷ୍ଟାଡିୟମର ପରିବେଶ ଓ ଦର୍ଶକଙ୍କ ଉପସ୍ଥିତି ଉଭୟ କାମିଲେ ଓ ଜୋହାନାଙ୍କୁ ବିମୋହିତ କରିଛି। ଏଠାରେ ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଘରୋଇ ପରିବେଶରେ ଖେଳୁଥିବାରୁ ଭାରତ ଟୁର୍ନାମେଣ୍ଟର ଅନ୍ୟତମ ଟାଇଟଲ ଫେଭରାଇଟ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri