ରାଜ୍ୟରେ ବେଶି, କେନ୍ଦ୍ରରେ କମ୍‌

Dillip Cherian

କେନ୍ଦ୍ରରେ ଆଇପିଏସ୍‌ ଅଧିକାରୀଙ୍କ ଅଭାବ ଲାଗିରହିଛି। ରାଜ୍ୟଗୁଡ଼ିକ ଅଧିକ ସଂଖ୍ୟକ ଅଧିକାରୀଙ୍କୁ ଡେପୁଟେଶନରେ ନ ପଠାଇବା ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ମୋଦି ସରକାର ଲଗାତର ଅଭିଯୋଗ କରିଆସୁଛନ୍ତି। ଏପରି କି ଭାଜପା ଶାସିତ ରାଜ୍ୟଗୁଡ଼ିକ ଡେପୁଟେଶନ କୋଟା ପୂରଣ କରିବାରେ ବିଫଳ ହୋଇଛି। ଅନେକ ରାଜ୍ୟରେ ପୋଲିସ ବ୍ୟବସ୍ଥାର ଉପର ର଼୍ୟାଙ୍କ୍‌ରେ ଅଧିକ ଅଧିକାରୀ ଥିଲେ ବି ଉତ୍ତରପ୍ରଦେଶ(ୟୁପି)ରେ ଅନ୍ୟମାନଙ୍କ ତୁଳନାରେ ସର୍ବାଧିକ ଅତିରିକ୍ତ ମହାନିର୍ଦ୍ଦେଶକ(ଏଡିଜି) ଏବଂ ମହାନିର୍ଦ୍ଦେଶକ(ଡିଜି) ର଼୍ୟାଙ୍କ୍‌ ଅଧିକାରୀ ଅଛନ୍ତି। ଏବେ ଯୋଗୀ ଆଦିତ୍ୟନାଥ ସରକାରରେ ୭୮ ଜଣ ଡିଜି ଓ ଏଡିଜି କାର୍ଯ୍ୟ କରୁଛନ୍ତି; ଯେଉଁଠି ଏମାନଙ୍କ ନିର୍ଦ୍ଧାରିତ ସଂଖ୍ୟା ୨୮। ସରକାରୀ ତଥ୍ୟ ଅନୁଯାୟୀ, ୟୁପିର ୭ଟି ମଞ୍ଜୁରିପ୍ରାପ୍ତ ଡିଜି ପଦବୀ ରହିଥିଲେ ମଧ୍ୟ ୧୫ ଡିଜି କାର୍ଯ୍ୟ କରୁଛନ୍ତି। ସେହିଭଳି ମଞ୍ଜୁରିପ୍ରାପ୍ତ ୨୧ଟି ଏଡିଜି ପଦବୀ ଥିଲେ ବି ଏବେ ରାଜ୍ୟରେ ୬୩ ଏଡିଜି କାର୍ଯ୍ୟରତ। ଅନ୍ୟପକ୍ଷରେ ୟୁପିରେ ଅଧିକ ଆଇଜି ଏବଂ ଡିଆଇଜି ର଼୍ୟାଙ୍କ ଅଧିକାରୀ ନାହାନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ରରେ ସମସ୍ତ ପୋଲିସ ସଂଗଠନ, ସଂସ୍ଥା ଓ ସୁରକ୍ଷା ବଳରେ ଡିଜି ଓ ଏଡିଜି ର଼୍ୟାଙ୍କର ଅଧିକାରୀମାନଙ୍କ ପାଇଁ ପ୍ରତ୍ୟେକଟିରେ କେବଳ ୨ଟି ଲେଖାଏ ପଦବୀ ଖାଲି ଅଛି। କିନ୍ତୁ ଡିଆଇଜି ଓ ଆଇଜି ପଦବୀଗୁଡ଼ିକ ପାଇଁ ଯଥାକ୍ରମରେ ୯୦ ଓ ୩୦ ଅଛି ବୋଲି ତଥ୍ୟରୁ ସ୍ପଷ୍ଟ ହୋଇଛି। ଏଥିରୁ ବୁଝାପଡ଼ୁଛି, ଦୁର୍ବଳ କ୍ୟାଡର ସଞ୍ଚାଳନ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ରାଜ୍ୟଗୁଡ଼ିକରେ ପୋଲିସ ବ୍ୟବସ୍ଥାରେ ଅଧିକ ସଂଖ୍ୟକ ଅଧିକାରୀ ଥିବାବେଳେ ମଧ୍ୟମ ର଼୍ୟାଙ୍କରେ ଖାଲିଥିବା ପଦବୀଗୁଡ଼ିକୁ ପୂରଣ କରିବାରେ କେନ୍ଦ୍ର ସକ୍ଷମ ହୋଇ ନାହିଁ।
ପିଏମ୍‌ଓରୁ ପ୍ରସ୍ଥାନ
ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଆଇଏଏସ୍‌ ଅଧିକାରୀ ପି.ଅମୁଧା ତାଙ୍କ ମୂଳ କ୍ୟାଡରକୁ ସମୟପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ପିଏମ୍‌ଓରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କର ଏଭଳି ପ୍ରତ୍ୟାବର୍ତ୍ତନ ରହସ୍ୟ ଜଣାପଡ଼ି ନ ଥିଲା। ଏହି ଅଧ୍ୟାୟକୁ ନେଇ ସବୁଠୁ ରୋଚକ କଥା ରହିଛି। ଅମୁଧା ଦକ୍ଷିଣ ଭାରତର ଜଣେ ପ୍ରତିଭାସମ୍ପନ୍ନ ଆଇଏଏସ୍‌ ଅଧିକାରୀ ଓ ତାଙ୍କୁ ୨୦୨୦ ଜୁଲାଇରେ ପିଏମ୍‌ଓରେ ସଫଳତା ଦେବା ଭଳି ଏକ ପଦବୀ ପାଇଁ ଚୟନ କରାଯାଇଥିଲା। ତାଙ୍କ ନିକଟରେ ସଫଳତା ଦେବା ଭଳି ଦକ୍ଷତା ବି ଥିଲା ଓ ସେ ସେହି ଦିଗରେ ଅଗ୍ରସର ହେଉଥିଲେ। କିନ୍ତୁ ୧୪ ମାସ ପରେ ସେ କେନ୍ଦ୍ର କୃପାଦୃଷ୍ଟିରୁ ବାହାର ହୋଇଯାଇଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନର କିଛି ମାସ ପରେ ହିଁ କଥା ବାହାରକୁ ଆସିଛି। କଥା ହେଉଛି, ତାଙ୍କ ସ୍ବାମୀ ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଶମ୍ଭୁ କାଲୋଲିକର ସିଭିଲ ସର୍ଭିସ ଛାଡ଼ି ଏକ ରାଜନୈତିକ ଦଳରେ ଯୋଗ ଦେବା ଲାଗି ଚାହଁୁଥିଲେ; ଯେଉଁଥିପାଇଁ ଅମୁଧା ପ୍ରତ୍ୟାବର୍ତ୍ତନ କରିଥିଲେ ବୋଲିି କୁହାଯାଉଛି । ଏବେ କାଲୋଲିକର ସର୍ଭିସରୁ ସ୍ବେଚ୍ଛାକୃତ ଅବସର ନେବା ଲାଗି ଆବେଦନ କରିଥିବାରୁ ଏହି କଥା ନିଶ୍ଚିତ ହୋଇଛି। କାଲୋଲିକର କଂଗ୍ରେସ ଦଳରେ ଯୋଗ ଦେଇ ତାଙ୍କ ରାଜ୍ୟ କର୍ନାଟକ ବିଧାନସଭା ନିର୍ବାଚନରେ ଲଢିବେ ବୋଲି ଗୁଞ୍ଜରଣ ସୃଷ୍ଟି ହୋଇଛି ଓ ଏହା ଦୀର୍ଘଦିନ ହେବ ହୋଇଆସୁଛି । ଗୋଟିଏ ଗୋଷ୍ଠୀର ବାବୁମାନେ ଅନୁଭବ କରୁଥିଲେ ଯେ, କାଲୋଲିକର ଭାଜପା ଶତ୍ରୁ ଭାବେ ପରିଚିତ କଂଗ୍ରେସ କିମ୍ବା ଅନ୍ୟ ଅଣ ଭାଜପା ଦଳରେ ଯୋଗଦେବାର ରାଜନୈତିକ ଆକାଂକ୍ଷା ରଖିଥିବାବେଳେ ତାଙ୍କ ସ୍ତ୍ରୀ ଅମୁଧା ପିଏମ୍‌ଓରେ କାର୍ଯ୍ୟକରିବା ସରକାରଙ୍କ ପାଇଁ ଅକଳିଆ ଏବଂ ଲଜ୍ଜାଜନକ ହୋଇଥାଆନ୍ତା। ଏଣୁ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ରାଜନୈତିକ ଅଭିଳାଷ ପାଇଁ କିଛି ତ୍ୟାଗ କଲେ କି? ତାମିଲନାଡୁରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାର୍ଯ୍ୟ କରିଥିବା ଜଣେ ସଚ୍ଚୋଟ ଅଧିକାରୀ ତଥା ଦିଲ୍ଲୀରେ ଉଚ୍ଚ ସ୍ତରରେ କାର୍ଯ୍ୟ କରିବାକୁ ଆଗଉଥିବା ଅମୁଧାଙ୍କ ତ୍ୟାଗର ମୂଲ୍ୟ ରହିବ ବୋଲି ଆଶା।
ପ୍ରସାରଭାରତୀର ନୂଆ ସିଇଓ
ଦୀର୍ଘଦିନର ଅନିଶ୍ଚୟତାରେ ଅନ୍ତ ଘଟାଇ ସରକାର ଶେଷରେ ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଗୌରବ ଦ୍ୱିବେଦୀଙ୍କୁ ପ୍ରସାରଭାରତୀର ନୂଆ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର(ସିଇଓ) ଭାବେ ନିଯୁକ୍ତ କରିଛନ୍ତି। ଶଶୀଶେଖର ଭେମ୍ପତିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜୁନ୍‌ରୁ ଏହି ପଦବୀ ଖାଲି ପଡ଼ିଥିଲା ଓ ମୟଙ୍କ କୁମାର ଅଗ୍ରଓ୍ବାଲା ସିଇଓ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିଲେ। ଜଣାପଡ଼ିଛି, ଚଣ୍ଡିଗଡ଼ କ୍ୟାଡର ଅଧିକାରୀ ଦ୍ୱିବେଦୀ ଆଇଏଏସ୍‌ରୁ ଇସ୍ତଫା ନ ଦେଇ ଜଣେ ସିଭିଲ୍‌ ସର୍ଭାଣ୍ଟର ଅଧିକାର ଆଧାରରେ ସିଇଓ ପଦବୀରେ ରହିବେ । ପୂର୍ବରୁ ଭେମ୍ପତିଙ୍କ ଉତ୍ତରାଧିକାରୀ କିଏ ହେବେ କିମ୍ବା କେନ୍ଦ୍ର ଅଗ୍ରଓ୍ବାଲାଙ୍କୁ ପୂର୍ଣ୍ଣକାଳୀକ ସିଇଓ ଭାବେ ନିଯୁକ୍ତ ଦେବେ କି ନାହିଁ ତାହାକୁ ନେଇ ଗୁଞ୍ଜରଣ ଉଠିଥିଲା। କିନ୍ତୁ ୫ ବର୍ଷ ପାଇଁ ଦ୍ୱିବେଦୀଙ୍କୁ ନିଯୁକ୍ତ କରାଯାଇଥିବାରୁ ଏହା ଥମି ଯାଇଛି। ସିଲେକ୍‌ସନ କମିଟି ଦ୍ୱାରା ୫ ଜଣଙ୍କ ନାମ ଏହି ପଦବୀ ଲାଗି ବିଚାରକୁ ନିଆଯାଇଥିଲା। କେନ୍ଦ୍ର ତା’ଯୋଜନାକୁ ଗୁପ୍ତ ରଖି ଶୀଘ୍ର ଜଣଙ୍କ ନାମ ଘୋଷଣା କରିବାକୁ ପ୍ରାୟତଃ ସ୍ଥିର କରିଥିଲା, କିନ୍ତୁ ସରକାରଙ୍କ ଚୟନ ବିରୋଧରେ ଜଣେ ବରିଷ୍ଟ ବାବୁଙ୍କ ଅଭିଯୋଗକୁ ଆଧାରକରି ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଥିଲେ। ଏବେ ଦ୍ୱିବେଦୀଙ୍କ ଚୟନ ଏକବାର ସ୍ବଚ୍ଛ। ସେ ପ୍ରଶାସନରେ ତାଙ୍କ କାର୍ଯ୍ୟଦକ୍ଷତା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପାଇଛନ୍ତି ଓ ମସୌରିସ୍ଥିତ ଆଇଏଏସ୍‌ ଟ୍ରେନିଂ ଏକାଡେମୀର ପ୍ରଶିକ୍ଷକ ରହିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?