Posted inଜାତୀୟ

ବିହାର ନିର୍ବାଚନବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟନା, ୧୭।୧୦: ବିହାର ନିର୍ବାଚନରେ ପ୍ରଚାର କରି ଫେରୁଥିବାବେଳେ ଭାଜପାର ଏକ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରର ପଙ୍ଖା କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ହେଲିକପ୍ଟର ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମଙ୍ଗଳ ପାଣ୍ଡେ, ସଞ୍ଜୟ ଝା ପ୍ରମୁଖ ଉପସ୍ଥିତ ରହିଥିଲେ। ଫଳରେ ସମସ୍ତେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବକ, ରବିଶଙ୍କରଙ୍କ ହେଲିକପ୍ଟରର ପଙ୍ଖା ତାରରେ ମାଡ଼ ହୋଇଥିଲା। ବିମାନ ବନ୍ଦରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମୟରେ ହେଲିକପ୍ଟର ପଙ୍ଖା ଆଜବେଷ୍ଟ ଉପରେ ଯାଇଥିବା ତାରରେ ବାଜିଥିଲା। ନିର୍ବାଚନ ପ୍ରଚାରରୁ ପାଟନା ଫେରୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଶୁଣି ଶାହ। ନଡ୍ଡାଙ୍କ ମୁଣ୍ଡରେ ବୋଳିଲେ ଅଠା !

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଭାଜପା ଜେ.ପି. ନଡ୍ଡାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କାର୍ଯ୍ୟକାରୀ...

ଜ୍ୟୋତିର୍ବିଦ୍‌ ବେଜାନ ଦାରୁଓ୍ବାଲାଙ୍କ ପରଲୋକ

ନୂଆଦିଲ୍ଲୀ,୨୯ା୫- ଖ୍ୟାତନାମା ଜ୍ୟୋତିର୍ବିଦ୍‌ ବେଜାନ ଦାରୁଓ୍ବାଲାଙ୍କର ଶୁକ୍ରବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଗତ ସପ୍ତାହରେ ତାଙ୍କୁ...

ଜାମିଆ ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ପିଟି ଥିଲେ ପୋଲିସ: ଜେସିସି ଜାରି କଲା ଭିଡ଼ିଓ

ନୂଆଦିଲ୍ଲୀ,୧୬।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଡିସେମ୍ବର ୧୫ରେ ହୋଇଥିବା ବର୍ବରତାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲାଇବ୍ରେରୀରେ ପଶି...

ଭାଜପା ଜାରି କଲା ୯ ଜଣିଆ ତାଲିକା

ନୂଆଦିଲ୍ଲୀ,୧୨ା୩(ପି.ଟି.): ଆସନ୍ତା ୨୬ରେ ୧୭ ରାଜ୍ୟର ୫୫ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଏଥିଲାଗି ଭାଜପା ପକ୍ଷରୁ ବୁଧବାର ସନ୍ଧ୍ୟାରେ ୯ ଜଣିଆ...

ଶିଶୁଜନ୍ମ ହେବା ପରେ ଗଛ ନ ଲଗାଇଲେ ପଞ୍ଚାୟତରେ ହେବ ନାହିଁ ନାମ ପଞ୍ଜିକରଣ

ସୋଲମ,୮।୭: ହିମାଚଳ ସୋଲମ ଜିଲା ଝାହମାଜରିରେ ଥିବା ଭଟୋଲିକଲାଙ୍ଗ ପଞ୍ଚାୟତରେ ପରିବେଶକୁ ବଞ୍ଚାଇବା ଲାଗି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଆୟୋଜିତ ଏକ...

ବାରାଣସୀ ପହଞ୍ଚିଲେ ମୋଦି

ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ବାରାଣସୀ ପହଞ୍ଚିଛନ୍ତି। ସେଠାରେ ସେ ପ୍ରଥମେ ଜଙ୍ଗମଓ୍ବାଡି ମଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ତାଙ୍କ...

ଫେବୃୟାରୀ ୧୯ରେ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ: ହୋଇପାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ଘୋଷଣା

ନୂଆଦିଲ୍ଲୀ,୯।୨: ଫେବୃୟାରୀ ୧୯ରେ ରାମମନ୍ଦିର ନିର୍ମାଣ ଲାଗି ଗଠନ ହୋଇଥିବା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।...

ହୋମ୍‌ ସର୍ଭିସ୍‌ ଦେଉଥିବା ସେଲୁନ୍‌ ମାଲିକଙ୍କୁ ଦେବାକୁ ପଡ଼ିବ ୨୫ ହଜାର ଜରିମାନା

ରାୟପୁର,୧୬।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ଲୋକଙ୍କ ମୁଣ୍ଡ...

Coronavirus Update

Archives

Model This Week

Why Dharitri