Posted inଜାତୀୟ

ବିହାର ନିର୍ବାଚନରେ ୯ ମାସର ଗର୍ଭବତୀ

ପାଟନା, ୧୭।୧୦: ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ସମୟ କେତେ ଆହ୍ବାନପୂର୍ଣ୍ଣ ହୋଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି। ଭୋଜପୁର ଜିଲାର ଜଗଦୀଶପୁର ସିଟ୍‌ରେ ଠିଆ ହୋଇଥିବା ଜେଡିୟୁର ମହିଳା ପ୍ରାର୍ଥୀ ସୁଷମଲତା କୁଶଓ୍ବାଙ୍କ ବିଷୟରେ ଆମେ ଏଠାରେ ଆଲୋଚନା କରୁଛୁ। ସୁଷମଲତା ୯ ମାସର ଗର୍ଭବତୀ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ସେ ସନ୍ତାନ ପ୍ରସବ କରିପାରନ୍ତି। କିନ୍ତୁ ଏହାସତ୍ତ୍ୱେ ସେ ନିର୍ବାଚନୀ ରଣନୀତି ଓ ପ୍ରଚାରରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସୁଷମଲତା ମଧ୍ୟ ସ୍ଥାନୀୟ ଏକ ପଞ୍ଚାୟତର ମୁଖ୍ୟ ମଧ୍ୟ ଅଛନ୍ତି। ଏହି କାରଣରୁ ସାଧାରଣ ପ୍ରାର୍ଥୀଙ୍କ ତୁଳନାରେ କମ୍‌ ପ୍ରଚାରରେ ତାଙ୍କ କାମ ଚଳିଯାଉଛି।
ଅନ୍ତିମ ଅବସ୍ଥାରେ କାହିଁକି ନିର୍ବାଚନ ମଇଦାନକୁ ଓହ୍ଲାଇଲେ ବୋଲି ପ୍ରଶ୍ନ କରାଯିବାରୁ ବାବୁ କୁନଓ୍ବର ସିଂ ଓ ଲକ୍ଷ୍ମୀ ବାଇଙ୍କ ଉଦାହରଣ ଦେଇ ସୁଷମଲତା କହିଛନ୍ତି, ସେମାନେ ମୋର ଆଦର୍ଶ ଏବଂ ମୁଁ ମୋ କାର୍ଯ୍ୟ କରିଚାଲିଛି। ଲୋକଙ୍କ ସହାୟତାରେ କଠିନ ପରିସ୍ଥିତି ମଧ୍ୟ ସହଜ ହୋଇଯାଇଥାଏ। ଏହା ମୋର ଭାଗ୍ୟ ଅଟେ। ତେବେ ଏହି ଆସନ ଜେଡିୟୁ ପାଇଁ ସହଜ ହେବନାହିଁ। ଗତ ୨ଟି ନିର୍ବାଚନରେ ଏଠାରେ ଆର୍‌ଜେଡି ଜିତି ଆସୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୦ରେ ଯେତେବେଳେ ଜେଡିୟୁ-ବିଜେପିର ପ୍ରଭାବ ଥିଲା ସେତେବେଳେ ମଧ୍ୟ ଏଠାରେ ଆର୍‌ଜେଡି ପ୍ରାର୍ଥୀ ଜିତିଥିଲେ। ବର୍ତ୍ତମାନର ବିଧାୟକ ରାମ ବିଷ୍ଣୁ ସିଂ ଆର୍‌ଜେଡି ଟିକେଟ୍‌ରେ ଚଳିତ ଥର ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?