ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା ଜିଲା ବେହେରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନେକ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏଠାରେ ବିଦ୍ୟୁତ୍‌, ଶୌଚାଳୟ ଓ ପାନୀୟଜଳ ଭଳି ଏକାଧିକ ସମସ୍ୟା ରହିଛି। ହେଲେ ଏହାର ସମାଧାନ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଠାରେ ଥିବା ଅସୁବିଧା ଦୂର ପାଇଁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ୧୯୮୪ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ୨ ବର୍ଷ ତଳେ ଏଠାରେ ୬୨ ଛାତ୍ରୀଛାତ୍ର ପଢୁଥିବାବେଳେ ବିଭିନ୍ନ କାରଣରୁ ଏବେ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି। ବର୍ତ୍ତମାନ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ୫୨ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ଏଠାରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଓ ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ବିଦ୍ୟାଳୟରେ ୫ଟି କୋଠରି ରହିଛି। ସେଥିମଧ୍ୟରୁ ୨ଟି କୋଠରିରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର ପଢୁଛନ୍ତି। ଅନ୍ୟ ଏକ କୋଠରିକୁ ଭାଗ କରାଯାଇ ସେଥିରେ ଷଷ୍ଠ ଶ୍ରେଣୀ ଛାତ୍ରୀଛାତ୍ର ବସୁଥିବାବେଳେ ଆଉ କିଛି ଅଂଶରେ ଅଫିସ କାର୍ଯ୍ୟ ଚାଲିଛି। ବାକି ୨ଟି କୋଠରିରେ ମଧ୍ୟାହ୍ନଭୋଜନ ସାମଗ୍ରୀ ଓ କୋଇଲା ରଖାଯାଇଛି। ଗତ ୬ ମାସ ହେବ ବିଦ୍ୟାଳୟକୁ ପାଇପ୍‌ ଯୋଗେ ଜଳଯୋଗାଣ ବନ୍ଦ ରହିଛି। ପ୍ରାୟ ୧୫ ଦିନ ହେବ ଏହି ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ପାଣି ମୋଟର ଚାଲିପାରୁନାହିଁ। ଫଳରେ ଛାତ୍ରୀଛାତ୍ର ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ପାଇଁ ସେମାନଙ୍କୁ ନିକଟସ୍ଥ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ପଡୁଛି। ସେହିପରି ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ୨ଟି ଅଲଗା ଶୌଚାଳୟ ରହିଛି। ଏହାର ବାହାର ପଟ କଂକ୍ରିଟ ଫାଟିଯାଇଥିବାବେଳେ ଭିତରେ ଥିବା ଓ୍ବାଶ୍‌ ବେସିନ କାମ କରୁନାହିଁ। ଶୌଚାଳୟ ସଫା ହୋଇପାରୁ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ବିଚ୍ଛିନ୍ନ ଯୋଗୁ ଛାତ୍ରୀଛାତ୍ର ଶ୍ରେଣୀଗୃହରେ ଗରମ ଓ ଗୁଳୁଗୁଳିରେ ବସିବା କଷ୍ଟକର ହୋଇପଡୁଛି। କିଛିଦିନ ତଳେ ସେମାନେ ବାଧ୍ୟହୋଇ ସ୍କୁଲ ବାରଣ୍ଡାରେ ବସି ଅର୍ଦ୍ଧବାର୍ଷିକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଥିଲା। ସେହିପରି ବିଦ୍ୟାଳୟର ଖେଳପଡ଼ିଆ ନ ଥିବାରୁ ଛାତ୍ରୀଛାତ୍ର କ୍ରୀଡ଼ାରୁ ମଧ୍ୟ ବଞ୍ଚତ୍ତ ହୋଇଛନ୍ତି।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପଟେଲ କହିଛନ୍ତି, ବକେୟା ବିଦ୍ୟୁତ୍‌ ବିଲ୍‌ ବାବଦକୁ ପ୍ରାୟ ୯୦ ହଜାର ଟଙ୍କା ପଇଠ କରାଯାଇ ନ ଥିବାରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ବୁଝାଶୁଝା କରି ଏହାକୁ କମାଯାଇଥିଲେ ମଧ୍ୟ ନିୟମିତ ବିଲ୍‌ ପରିଶୋଧ ପାଇଁ ଆବଶ୍ୟକ ଅନୁଦାନ ମିଳୁନାହିଁ। ସରକାରଙ୍କ ତରଫରୁ କଣ୍ଟିଜେନ୍ସି ଫଣ୍ଡ୍‌ ଆକାରରେ ବାର୍ଷିକ ମାତ୍ର ୨୪ ହଜାର ଟଙ୍କା ଆସୁଛି। ସେଥିରେ ସ୍କୁଲ ମରାମତି, ଭିତ୍ତିଭୂମି ଓ ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ଅସମ୍ଭବ ହେଉଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲର କେତେକ ପୁରୁଣା କୋଠରି ଭଙ୍ଗାହେବାକୁ ଥିବାରୁ ସେହି ବାଟ ଦେଇ ଯାଇଥିବା ପାଣି ପାଇପ ଓ ବିଦ୍ୟୁତ୍‌ ଲାଇନ୍‌ ପ୍ରଭାବିତ ହୋଇଛି। ଏନେଇ ସିଆର୍‌ସିସି, ଶିକ୍ଷା ବିଭାଗର ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣାଇ ଦିଆଯାଇଛି ବୋଲି ପଟେଲ କହିଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀଙ୍କୁ ପଚାରିବାରୁ ବିଦ୍ୟାଳୟର ଭିତ୍ତିଭୂମି ଦେଖିବା ପରେ ଜଣାଇବେ ବୋଲି କହିଛନ୍ତି। ସେହିପରି ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ୍‌ତିଆ କହିଛନ୍ତି, ବିଦ୍ୟୁତ୍‌ ବିଲ୍‌ ବାକି ଯୋଗୁ କେତେକ ବିଦ୍ୟାଳୟର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିଲା, ମାତ୍ର ଏହାର ସମାଧାନ ଶୀଘ୍ର କରାଯିବ। ଏହାସହ ବେହେରାମାଲ ସ୍କୁଲର ପାନୀୟ ଜଳ ଓ ଶୌଚାଳୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନକରି ପଦକ୍ଷେପ ନେବେ ବୋଲି ଗଡ୍‌ତିଆ ପ୍ରତିଶ୍ରୁତି ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?