Posted inଜାତୀୟ

ଦିଲ୍ଲୀରେ କେବଳ ଜଣେ ମେୟର: ୩ଟି ଏମ୍‌ସିଡି ମିଶ୍ରଣକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀର ତିନୋଟି କର୍ପୋରେସନ (ଏମ୍‌ସିଡି ୟୁନିଫିକେସନ ବିଲ)କୁ ଏକତ୍ର କରିବା ପାଇଁ ମୋଦି କ୍ୟାବିନେଟ ଏହି ପ୍ରସ୍ତାବକୁ ମଙ୍ଗଳବାର ଅନୁମୋଦନ ପ୍ରଦାନ କରିଛି। ବର୍ତ୍ତମାନ ଏହି ବିଲ୍‌କୁ ସଂସଦରେ ଏହି ସପ୍ତାହରେ ଅଣାଯାଇପାରେ। ସଂସଦରେ ପାରିତ ହେବା ପରେ ଦିଲ୍ଲୀରେ ୩ଜଣଙ୍କ ବଦଳରେ କେବଳ ଜଣେ ମେୟର ରହିବେ। ଏତଦ୍‌ ବ୍ୟତୀତ ଉତ୍ତର, ଦକ୍ଷିଣ ଏବଂ ପୂର୍ବ ବଦଳରେ କେବଳ ଗୋଟିଏ କର୍ପୋରେସନ ହିଁ ରହିବ। ସୂଚନାଯୋଗ୍ୟ, ୩ଟି ମ୍ୟୁନିସିପାଲିଟି କର୍ପୋରେସନର କାର୍ଯ୍ୟକାଳ ଶୀଘ୍ର ଶେଷ ହେବାକୁ ଯାଉଛି। କିନ୍ତୁ ୩ଟି ନିଗମର ପ୍ରସ୍ତାବିତ ମିଶ୍ରଣ ହେତୁ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବାକୁ ମନା କରିଦେଇଥିଲେ। ସୂଚନା ମୁତାବକ, ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାଚନ ମେ ୧୮ ପୂର୍ବରୁ ଅନୁଷ୍ଠିତ ହେବ। କାରଣ ଏହାର ତାରିଖ ଘୋଷଣା କରିବାକୁ ରାଜ୍ୟ ନିର୍ବାଚନ ଆୟୋଗକୁ ଏକ ମାସ ସମୟ ଆବଶ୍ୟକ। ଏଭଳି ପରିସ୍ଥିତିରେ ସଂସଦକୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାରିଖକୁ ଧ୍ୟାନରେ ରଖିବାକୁ ପଡ଼ିବ। ତେଣୁ ଏପ୍ରିଲ ୧୬ ପୂର୍ବରୁ ସଂସଦକୁ ଏକ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି କୁହାଯାଉଛି। ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ରାଜ୍ୟରେ ହେବାକୁ ଥିବା ଏମ୍‌ସିଡି ନିର୍ବାଚନକୁ ନେଇ ଏଏପି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ବିନା ନିର୍ବାଚନକୁ ସ୍ବଚ୍ଛ ଏବଂ ଠିକ୍‌ ସମୟରେ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେବାକୁ ଏଏପି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳେଶ, ମାୟାବତୀଙ୍କୁ ବଡ ଝଟକା ଦେଲେ ଓମ ପ୍ରକାଶ ରାଜଭର

ଲକ୍ଷ୍ନୌ,୧୨।୪: ଉତ୍ତର ପ୍ରଦେଶର ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ଝଡ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଭାସପା ମୁଖ୍ୟ ଓମପ୍ରକାଶ ରାଜଭର ସମାଜବାଦୀ ପାର୍ଟି...

କରୋନା ସମୟରେ ମିଳିଲାନି ଛୁଟି, ଥାନାରେ ହେଲା ମହିଳା କନଷ୍ଟେବଳଙ୍କ ହଳଦୀ ସେରିମନି

ଜୟପୁର,୨୫।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ...

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ: ଖରାପ ସ୍ଥିତିରେ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୨୪ା୮: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ଗୁରୁବାର ବିସ୍ଫୋରକ ବୟାନ...

କେବଳ ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ: ହାଇକୋର୍ଟ

ପ୍ରୟାଗରାଜ,୬।୯: ବିବାହ ପ୍ରମାଣ କରିବା ପାଇଁ ଆର୍ଯ୍ୟ ସମାଜ ମନ୍ଦିରର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ। ଏକ ଆବେଦନର ଶୁଣାଣି ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି...

ଉଦ୍‌ଘାଟନର ୨୯ ଦିନ ଭିତରେ ଭାଙ୍ଗିଗଲା ୨୬୪କୋଟି ମୂଲ୍ୟର ପୋଲ

ପାଟନା,୧୬।୭: ଚଳିତ ବର୍ଷ ମୌସୁମୀ ଆସିବା ସହ ବିହାରରେ ବର୍ଷା ଓ ବନ୍ୟା ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ବିହାରର ଗୋପାଳଗଞ୍ଜ ଜିଲାରେ...

ବ୍ୟାଣ୍ଡ୍‌ ବାଜା ସହିତ ବାଣ ଫୁଟାଇ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଗ୍ରାମବାସୀ

ଅଜମେର,୨୯।୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ରାଜସ୍ଥାନ ଅଜମେର ଅଞ୍ଚଳରେ ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ସ୍ଥାନୀୟ ବୋରାଜ୍‌ ଗାଁର...

ମାୟାବତୀଙ୍କୁ ପୁଣି ଝଟ୍‌କା

ଲକ୍ଷ୍ନୌ,୨୫।୧୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ଦଳ ବିଏସପିକୁ ବଡ଼ ଝଟ୍‌କା ଲାଗିଛି। ବନ୍ଦନା ସିଂଙ୍କ ପରେ ଆଉ ଜଣେ ବିଏସପି ବିଧାୟକ ଦଳ...

ଦିଲ୍ଲୀରେ ହାଇ ଆଲର୍ଟ, ସରୋଜିନି ମାର୍କେଟରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୩ ।୩: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ଅବଗତ...

Advertisement
Archives

Model This Week