Posted inଜାତୀୟ

ବିଧାନ ପରିଷଦରୁ ଇସ୍ତଫା ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ ପରେ ଏବେ ଭାଜପା ସରକାର ଗଠନ କରିବାକୁ ଯାଉଛି। ମାର୍ଚ୍ଚ ୨୫ରେ ଯୋଗୀ ସରକାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଇତିମଧରେ ଯୋଗୀ ଆଦିତ୍ୟନାଥ ବିଧାନ ପରିଷଦ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ କାମଚଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସନ୍ଧ୍ୟାରେ ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଚଳିତ ଥର ଗୋରଖପୁର ସହର ଆସନରୁ ସେ ବିଧାୟକ ନିର୍ବାଚିତ ହୋଇଛନ୍ତି। ୨୦୧୭ ବିଧାନସଭା ନିର୍ବାଚନ ପରେ ଯୋଗୀ ଆଦିତ୍ୟନାଥ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ଆଦିତ୍ୟନାଥ ଗୋରଖପୁରର ଏମ୍‌ପି ରହିଥିଲେ। ଏହାପରେ ସେ ଏମ୍‌ପି ପଦରୁ ଇସ୍ତଫା ଦେଇଥିଲେ। ୨୦୧୭ ସେପ୍ଟେମ୍ବର ୮ରେ ବିଧାନ ପରିଷଦ ସଦସ୍ୟ ଭାବେ ଯୋଗୀ ଆଦିତ୍ୟନାଥ ନିର୍ବାଚିତ ହୋଇଥିଲେ। ତେବେ ବିଧାନ ପରିଷଦରେ ରହି ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ପୁରା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରବାଦକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି

କାସଗଞ୍ଜ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାସଗଞ୍ଜର ପଟିୟାଲିରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜି ପଣ୍ଡିତ ଦିନଦୟାଲଙ୍କ...

ରାଣା ଗୁରଜିତ ସିଂଙ୍କୁ ନେଇ ସରଗରମ ପଞ୍ଜାବ ରାଜନୀତି

ଚଣ୍ଡିଗଡ଼,୨୮ ।୯: ପଞ୍ଜାବ ରାଜନୀତିରେ ସଂଘର୍ଷ ଲାଗି ରହିଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ସବୁବେଳେ କିଛି ନା କିଛି ଅସୁବିଧା ପରିଲକ୍ଷିତ ହେଉଛି...

ଟିଏମସିକୁ ଝଟକା, ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ

କୋଲକାତା,୩।୯: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି...

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ

ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା...

ଆଧାର କାର୍ଡ ନେଇ ସରକାରଙ୍କ ଆଡଭାଇଜରୀ, ମାସ୍କଡ୍‌ କାର୍ଡ ବ୍ୟବହାର କରିବାକୁ ପରାମର୍ଶ..

ନୂଆଦିଲ୍ଲୀ, ୨୯।୫ : ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। କୌଣସି ସରକାରୀ ଯୋଜନାର ଲାଭ ଉଠାଇବା କିମ୍ବା ଆର୍ଥିକ କାରବାର କରିବା କ୍ଷେତ୍ରରେ ଏହା...

ସକ୍ରିୟ ମାମଲା ୨୮ ହଜାର ତଳେ…

ନୂଆଦିଲ୍ଲୀ, ୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଉପନିର୍ବାଚନରେ ଶିବପାଲଙ୍କୁ ପ୍ରାର୍ଥୀ କରିପାରେ ଭାଜପା

ଲକ୍ଷ୍ନୌ,୧୩।୧୦: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ପରଲୋକ ପରେ ଉକ୍ତ ଆସନକୁ ବଜାୟ ରଖିବା ଏବେ ଦଳ ଅଧ୍ୟକ୍ଷ...

ଠକାମିର ଶିକାର ହେଲେ ଲାଲୁଙ୍କ ପୁଅ

ପାଟନା,୧୫।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ତେଜ ପ୍ରତାପ ଯାଦବ ଠକାମିର ଶିକାର ହୋଇଛନ୍ତି। ଏହି ଠକେଇ ଅନ୍ୟ କେହି...

Advertisement
Archives

Model This Week