ଛାତ୍ରୀଛାତ୍ରଙ୍କୁ ବଣ୍ଟନ ହୋଇ ନ ଥିଲା ୟୁନିଫର୍ମ

ନୟାଗଡ଼,୧୫ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ସୋମବାର ରଣପୁର ବ୍ଲକର ଗଡ଼ବାଣିକିଲୋ ନୋଡାଲ ହାଇସ୍କୁଲ ଓ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଦୁଇ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଉତ୍ତର ପାଇବା ପରେ ଉଭୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ରାତି ପାହିଲେ ମଙ୍ଗଳବାର ସ୍ବାଧୀନତା ଦିବସ। ହେଲେ ଗଡ଼ବାଣିକିଲୋ ହାଇସ୍କୁଲରେ ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ବଣ୍ଟନ କରାଯାଇ ନ ଥିଲା। ସ୍କୁଲ ପରିବେଶ ଅପରିସ୍କାର ରହିଛି। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍‌ରେ ଦିଆ ହେଉନି। ପୋକଡ଼ା ଚାଉଳରେ ରୋଷେଇ କରି ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ସ୍କୁଲ ଘର ଭଙ୍ଗାରୁଜା ହୋଇ ରହିଥିଲେ ମଧ୍ୟ ଏହାର ମରାମତି ପାଇଁ ପ୍ରଧାନ ଶିକ୍ଷକଙ୍କ ପଦକ୍ଷେପ ନେଉ ନ ଥିଲେ। ସ୍କୁଲରେ ଠିକ୍‌ରେ ପାଠପଢ଼ା ହେଉ ନ ଥିଲା। ପ୍ରଧାନ ଶିକ୍ଷକ ସବୁ ଜାଣି ଭୁବନେଶ୍ୱର ଚାଲି ଯାଇଥିଲେ। ପୁଣି ଛୁଟି ଦରଖାସ୍ତ ସରକାରୀ ନିୟମ ଅନୁସାରେ ଦେଇନାହାନ୍ତି। ସ୍କୁଲର ଅବ୍ୟବସ୍ଥା ବଢ଼ୁଥିବା ନେଇ ସ୍କୁଲ ପରିଚାଳନା କମିଟିର ଅଭିଯୋଗ ଥିଲା। ସେହିପରି ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରେ ୟୁନିଫର୍ମ ବଣ୍ଟନ କରିଥିଲେ। ଛାତ୍ରୀଛାତ୍ର ପଙ୍କ କାଦୁଅରେ ଯିବା ଆସିବା କରୁଥିଲେ ମଧ୍ୟ ଏହାର ସମାଧାନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ପଦକ୍ଷେପ ନେଇ ନ ଥିଲେ। ଉଭୟ ସ୍କୁଲରେ ଭେଣ୍ଡର ଡକାଇ ସ୍କୁଲ ୟୁନିଫର୍ମ ବଣ୍ଟନ କରାଯାଇଛି। ଉଭୟ ସ୍କୁଲରେ ଶୈକ୍ଷିକ ପରିବେଶ କିପରି ବଦଳିବ ସେନେଇ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଗଡ଼ବାଣିକିଲୋ ହାଇସ୍କୁଲର ତଦନ୍ତ ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଜିଲାର ସ୍କୁଲ ୟୁନିଫର୍ମ ବଣ୍ଟନ ଚାଲିଛି। ଯେଉଁମାନେ ସରକାରୀ ଅନୁଦାନ ପାଇ ନାହାନ୍ତି ସେହି ସ୍କୁଲକୁ ତୁରନ୍ତ ପଠାଇବାକୁ ବ୍ୟବସ୍ଥା କରାଯାଇଛି।
ୟୁନିଫର୍ମ ବଣ୍ଟନରେ ଅବ୍ୟବସ୍ଥା
ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମଠାରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର, ଅନୁସୂଚିତ ଜାତି ଓ ଜନଜାତି, ଦାରଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ରାଜ୍ୟ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକରେ ୨ ହଳ ମାଗଣା ପୋଷାକ ୫୦୦ ଟଙ୍କାରେ, ୨୦୦ ଟଙ୍କାରେ ୧ ହଳ ଜୋତା ଓ ୨ ହଳ ମୋଜା, ୧୨୫ ଟଙ୍କାରେ ଟି ସାର୍ଟ, ୧୨୫ ଟଙ୍କାରେ ଟ୍ରାକ ପ୍ୟାଣ୍ଟ, ୩୦ ଟଙ୍କାରେ ଟୋପି ଓ ୨୦ ଟଙ୍କାରେ ପରିଚୟ ପତ୍ର ବଣ୍ଟନ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅଛି। ଏଥିପାଇଁ ୧ ହଜାର ଟଙ୍କା ଅନୁଦାନ ବ୍ୟବସ୍ଥା ଅଛି। ୧ ହଜାର ଟଙ୍କାରୁ ୬୦୦ ଟଙ୍କା ସମଗ୍ର ଶିକ୍ଷା ଯୋଜନାରୁ ଓ ଅବଶିଷ୍ଟ ୪୦୦ ଟଙ୍କା ରାଜ୍ୟ ସରକାରଙ୍କ ଯୋଜନାରୁ ଦିଆଯିବ। ୨୦୨୩-୨୪ ଆର୍ଥିକ ବର୍ଷରେ ୬୦୦ ଟଙ୍କା ଆସି ସାରିଛି। ଏହି ଟଙ୍କାରେ ବିଭିନ୍ନ ସ୍କୁଲ ପକ୍ଷରୁ ଡ୍ରେସ ବଣ୍ଟନ ଚାଲିଛି। ତେବେ ଜୁନରେ ଡ୍ରେସ ବଣ୍ଟନ ଶେଷ ହେବାକୁ ନିର୍ଦ୍ଦେଶ ଥିବାବେଳେ ଅଗଷ୍ଟ ୧୪ ଶେଷ ହୋଇଥିବାବେଳେ ଏଯାବତ ସବୁ ସ୍କୁଲରେ ଛାତ୍ରୀଛାତ୍ର ୟୁନିଫର୍ମ ପାଇନାହାନ୍ତି। କେତେକ ସ୍କୁଲରେ ୧ ହଳ, ଆଉ କେତେଗୋଟି ସ୍କୁଲରେ ୨ ହଳ ୟୁନିଫର୍ମ ଦିଆଯାଇଛି। ଅଗଷ୍ଟ ୧୫ରେ ଅନେକ ଛାତ୍ରୀଛାତ୍ର ନୂଆ ଡ୍ରେସ ପିନ୍ଧି ପାରିବେ ନାହିଁ। ଏଣୁ ୟୁନିଫର୍ମ ବଣ୍ଟନରେ ହେଉଥିବା ଅବ୍ୟବସ୍ଥାକୁ ଦୂର କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?