Unified Pension Scheme: ପେନସନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୨: ଏକୀକୃତ ପେନସନ ଯୋଜନା ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ମୋହନ ସରକାର ଗତ ୨୦୨୪ ଅଗଷ୍ଟ ୨୪ରେ ଏକୀକୃତ ପେନସନ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା କେନ୍ଦ୍ର କ୍ୟାବିନେଟ । ଆସନ୍ତା ୨୦୨୫ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକ୍ଷମ କରାଯିବ ।

ଯେଉଁ କର୍ମଚାରୀମାନେ NPS ବ୍ୟବସ୍ଥାରେ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ ସ୍ଥିର କରିଛନ୍ତି । ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ, ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ବା ବେସିକ ପେ’ର, ୫୦ ପ୍ରତିଶତ ହାରରେ ପେନସନ ମିଳିବ । ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ଚାକିରି ଅବଧି କ୍ଷେତ୍ରରେ ପେନଶନ ଆନୁପାତିକ ଭାବେ ମିଳିବ ।

ସେହିପରି ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନସନ ୬୦ ପ୍ରତିଶତ ହାରରେ ପାରିବାରିକ ପେନସନ ମିଳିବ । ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ପେନସନ ମିଳିବ । ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକର ଏକ ଦଶମାଂଶ ଏକକାଳୀନ ରାଶି ଭାବେ ମିଳିବ । ଏହି ରାଶି କାରଣରୁ ସୁନିଶ୍ଚିତ ପେନସ ର ପରିମାଣ କମ ହେବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ...

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ...

ବାଙ୍କେଶ୍ବରୀଙ୍କ ଦର୍ଶନ କରି ଫେରିବାବେଳେ ଅଘଟଣ: ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ, ୨୫ରୁ ଅଧିକ ଆହତ

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ପିକଅପ୍‌...

ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର: ବିଜେଡି କଲା ସ୍ବାଗତ

ଭୁବନେଶ୍ୱର,୧୮।୩: ବହୁ ଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ପ୍ରତିକ୍ରିୟା ଦେଇଛି। ବିଜେଡି କହିଛି, ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ...

ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଧରି ସ୍ବାମୀ ଫେରାର, ଥାନାରେ ଅଭିଯୋଗ କରି ସ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୩: ସ୍ବାାମୀ ଫେରାର ନେଇ ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଭୁବନେଶ୍ୱର ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ବାମୀ ଗତ ୧୬ ତାରିଖରୁ...

ମହାନଦୀ ଅବବାହିକାରେ ୭ ବ୍ୟାରେଜ୍ ନିର୍ମାଣ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର,୧୮।୩: ଜଳ ଉପଲବ୍ଧତା ଏବଂ ପରିଚାଳନା ବୃଦ୍ଧି ପାଇଁ ମହାନଦୀର ଶାଖା ନଦୀଗୁଡ଼ିକରେ ୭ଟି ନୂତନ ବ୍ୟାରେଜ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି।ପଞ୍ଚାୟତିରାଜ...

ଆସୁଛି ବଡ଼ ବର୍ଷା: ଏହି ସବୁ ଜିଲାରେ ପ୍ରବଳ ଛେଚିବ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮।୩: ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri